ଖେଳ ଖବର

ରୋହିତ୍ ଟି-୨୦ବିଶ୍ବକପ ପାଇଁ ଅଧିନାୟକ ହେବାକୁ ଯୋଗ୍ୟ ନୁହନ୍ତି: କେକେଆରର ପୂର୍ବତନ ନିର୍ଦ୍ଦେଶକ – Kalinga News

[ad_1]

ନୂଆଦିଲ୍ଲୀ: ରୋହିତ୍ ଟି-୨୦ବିଶ୍ବକପ ପାଇଁ ଅଧିନାୟକ ହେବାକୁ ଯୋଗ୍ୟ ନୁହନ୍ତି। ଗୋଟିଏ ପଟେ ରୋହିତ ଶର୍ମା ବିଶ୍ୱକପରେ ଭାରତୀୟ ଟି-୨୦ ଦଳର ଅଧିନାୟକ ହେବାକୁ ଯାଉଥିବା ବେଳେ ଅନ୍ୟପଟେ କୋଲକାତା ନାଇଟ୍ ରାଇଡର୍ସର ପୂର୍ବତନ ନିର୍ଦ୍ଦେଶକ ଜୟ ଭଟ୍ଟାଚାର୍ଯ୍ୟ ଏଭଳି କହିଛନ୍ତି। ସେ କହିଛନ୍ତି ଯେ, ୨୦୨୨ରେ ହୋଇଥିବା ଟି-୨୦ ବିଶ୍ୱକପ୍‌ର ସେମିଫାଇନାଲରେ ଭାରତ ଇଂଲଣ୍ଡଠାରୁ ପରାସ୍ତ ହେବା ପରେ ସେ ଏକ ବର୍ଷରୁ ଅଧିକ ସମୟ ଧରି ଏହି ଫର୍ମାଟରେ ଖେଳି ନାହାଁନ୍ତି। ଏଭଳି ସ୍ଥିତିରେ ତାଙ୍କୁ ଅଧିନାୟକ କରିବାଟା ମୁର୍ଖାମୀ ହେବ।

ତାଙ୍କ କହିବା ମୁତାବକ, “ରୋହିତଙ୍କୁ ବିଶ୍ୱକପରେ ଅଧିନାୟକ ଭାବେ ନିଯୁକ୍ତ କରିବା ଦଳକୁ କ୍ଷତି ପହଞ୍ଚାଇପାରେ। ବର୍ତ୍ତମାନ, ଟି-୨୦ ଫର୍ମାଟରେ ଟିମ୍ ଇଣ୍ଡିଆର ଅଧିନାୟକ ହେବା ପାଇଁ ରୋହିତ ସଠିକ୍ ପସନ୍ଦ ନୁହଁନ୍ତି। ବର୍ତ୍ତମାନ ସେ ଫର୍ମରେ ନାହାନ୍ତି। ରୋହିତଙ୍କ ପାଇଁ ମୋ ମନରେ ବହୁତ ସମ୍ମାନ ରହିଛି। କିନ୍ତୁ ଟି-୨୦ ବିଶ୍ୱକପ୍‌ କଥା କହିବାକୁ ଗଲେ ସେ ଏବେ ଫର୍ମରେ ନାହାନ୍ତି। ବର୍ତ୍ତମାନ ବିରାଟ କୋହଲି, ଯସଶ୍ବୀ ଜୈସୱାଲ, ଶୁଭମନ ଗିଲ୍ ତୁଳନାତ୍ମକ ଭାବରେ ଭଲ ଫର୍ମରେ ଅଛନ୍ତି ଏବଂ ଏହି ତିନିଜଣ ମ୍ୟାଚ୍ ଓପନିଂ ପାଇଁ ଦୃଢ଼ ପ୍ରତିଯୋଗୀ ଅଟନ୍ତି। ହେଲେ ରୋହିତ ଅଧିନାୟକ ଥିବାରୁ ସେ ମ୍ୟାଚ୍ ଓପନିଂ କରିବେ। ଏହାର ଅର୍ଥ ହେଉଛି ଜଣେ ଫର୍ମରେ ଥିବା ବ୍ୟାଟ୍ସମ୍ୟାନଙ୍କୁ ଦଳ ଛାଡିବାକୁ ପଡିବ।”



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button