ସଲମାନଙ୍କ ଘର ବାହାରେ ଗୁଳିକାଣ୍ଡ ଘଟଣା: ଅନମୋଲ ବିଷ୍ଣୌଇ ବିରୋଧରେ ଲୁକଆଉଟ ନୋଟିସ ଜାରି – Kalinga News

[ad_1]
ମୁମ୍ବାଇ: ଏପ୍ରିଲ ୧୪ ତାରିଖରେ ସଲମାନ ଖାନଙ୍କ ମୁମ୍ବାଇସ୍ଥିତ ବାନ୍ଦ୍ରା ଅଞ୍ଚଳର ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ହୋଇଥିବା ଗୁଳିକାଣ୍ଡ ଘଟଣାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଏହି ଘଟଣାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଲରେନ୍ସ ବିଷ୍ଣୌଇର ଭାଇ ଅନମୋଲ ବିଷ୍ଣୌଇ ବିରୋଧରେ ଲୁକଆଉଟ ନୋଟିସ ଜାରି କରାଯାଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ, ଦୁଇଜଣ ଅଜ୍ଞାତ ଯୁବକ ଗୁଳିମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ତୁରନ୍ତ ଏହି ଘଟଣାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କ୍ରାଇମବ୍ରାଞ୍ଚ ପୁଲିସ ଦୁଇଜଣଙ୍କୁ ଗିରଫ କରିଥିଲା। ଗିରଫ ଦୁଇ ଅଭିଯୁକ୍ତଙ୍କ ନାମ ବିକି ଗୁପ୍ତା ଏବଂ ସାଗର ପାଲ ବୋଲି ଜଣାପଡ଼ିଥିଲା। ଏହି ଗୁଳିକାଣ୍ଡ ଘଟଣା ପଛରେ କାହାର ହାତ ଅଛି କି ଉଦ୍ଦେଶ୍ୟ ରଖି ଏ ଘଟଣା ଘଟାଯାଇଛି ବୋଲି ଲୋକେ ପ୍ରଶ୍ନ କରୁଥିବା ଲରେନ୍ସ ବିଷ୍ଣୌଇର ଭାଇ ଅନମୋଲ ବିଷ୍ଣୌଇ ନିଜକୁ ଦାୟୀ କରିଥିଲା । ଏଥିସହିତ ଅନମୋଲ ଏକ ଫେସବୁକ ପୋଷ୍ଟ କରି ସଲମାନଙ୍କୁ ଏହା କେବଳ ଏକ ଟ୍ରେଲର ବୋଲି ଲେଖି ଚେତାବନୀ ଦେଇଥିଲା ।
ଏହା ପରେ ଅନମୋଲ ବିଷ୍ଣୌଇକୁ କ୍ରାଇମବ୍ରାଞ୍ଚ ପଳାତକ ତାଲିକାରେ ସାମିଲ କରି ଲୁକଆଉଟ ନୋଟିସ ଜାରି କରିବାକୁ ଗୃହ ମନ୍ତ୍ରାଳୟକୁ ଅନୁରୋଧ କରିିଥିଲା । ଏବେ କ୍ରାଇମବ୍ରାଞ୍ଚର ଅନୁରୋଧ ରକ୍ଷା କରି ଅନମୋଲ ବିଷ୍ଣୌଇ ବିରୋଧରେ ଲୁକଆଉଟ ନୋଟିସ ଜାରି କରାଯାଇଥିବା ପ୍ରକାଶ କରିଛି ଜାତୀୟ ଗଣମାଧ୍ୟମ ଏବିପି ।
[ad_2]