ଦେଶ- ବିଦେଶ

ବିହାର ଦରଭଙ୍ଗାରେ ବିବାହ ଟେଣ୍ଟରେ ନିଆଁ ଲାଗି ୩ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ – Kalinga News

[ad_1]

ନୂଆଦିଲ୍ଲୀ : ବିହାରର ଦରଭଙ୍ଗାରେ ଆଜି ଏକ ବିବାହ ଟେଣ୍ଟରେ ନିଆଁ ଲାଗି ୩ ଶିଶୁଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି। ଦରଭଙ୍ଗା ସହରର ବାହେରା ଅଞ୍ଚଳର ଆଲିନଗରରେ ଆଜି ରାତି ୧୧.୧୫ରେ ଏହି ଘଟଣା ଘଟିଛି। ବାଣ ଫୁଟାଇବା ସମୟରେ ଟେଣ୍ଟରେ ନିଆଁ ଲାଗିଯାଇଥିଲା। ଉକ୍ତ ଘଟଣା ସଂକ୍ରାନ୍ତରେ ଦରଭଙ୍ଗା ଏସଏସପି ଜଗୁନାଥ ରେଡ୍ଡି କହିଛନ୍ତି, ଖବର ପାଇ ଅଗ୍ନି ନିର୍ବାପକ ଦଳ ଘଟଣା ସ୍ଥଳରେ ପହଞ୍ଚିଥିଲେ । ତେବେ କିଛି ସମୟ ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲ। ମର ଶରୀର ଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ମୃତକମାନେ ହେଉଛନ୍ତି ସୁନିଲ ପାଶ୍ବାନ (୨୬), ଲିଲା ଦେବି (୨୩), କାଞ୍ଚନ ଦେବି (୨୬), ସିଦ୍ଧାନ୍ତ କୁମାର (୪), ଶଶାଙ୍କ କୁମାର (୩) ଏବଂ ସାକ୍ଷୀ କୁମାର (୫)। ଘଟଣାର କାରଣ ଜାଣିବାପାଇଁ ଦରଭଙ୍ଗା ଜିଲ୍ଲାପାଳଙ୍କ ଦ୍ବାରା ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଦରଭଙ୍ଗା ଜିଲ୍ଲାପାଳ ରାଜୀବ ରୋଶନ କହିଛନ୍ତି, ବିପର୍ଯ୍ୟୟ ପରିଚାଳନା ନିୟମାବଳି ଅନୁଯାୟୀ ପୀଡ଼ିତଙ୍କ ପରିବାର ସଦସ୍ୟଙ୍କୁ ଜିଲ୍ଲା ପ୍ରଶାସନ ସବୁ ପ୍ରକାର ସହଯୋଗ ପ୍ରଦାନ କରୁଛନ୍ତି।
.

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button