ଜ୍ୟୋତିଷ

ଯେଉଁ ବ୍ୟକ୍ତିର ପ୍ରାତଃ 3 ରୁ 5 ଟା ସମୟ ମଧ୍ୟରେ ନିଦ ଅଧିକ ଭାଙ୍ଗିଯାଇଥାଏ, ସେହି ବ୍ୟକ୍ତିଙ୍କୁ ଇଶ୍ଵର ଦେଇଥାନ୍ତି ଏହି ସଂକେତ

ପ୍ରତ୍ଯେକଟି ବ୍ୟକ୍ତି ସହ ଭଲ ଓ ମନ୍ଦ 2 ଟି ଯାକ ହୋଇଥାଏ । ହେଲେ ବ୍ୟକ୍ତି ସହ ଯାହା ବି କିଛି ଘଟିଥାଏ । ସେଥିରେ ଭଗବାନଙ୍କର କିଛି ନା କିଛି ଉଦ୍ଧେଶ୍ୟ ରହିଥାଏ । କାରଣ ଭଗବାନ ହିଁ ମନୁଷ୍ୟର ଭାଗ୍ୟଫଳ ନିର୍ଦ୍ଧାରିତ କରିଥାନ୍ତି । ତେଣୁ ଅନେକ ସମୟରେ ଭଗବାନ ଆମକୁ କିଛି ନା କିଛି ସଂକେତ ନିହାତି ଭାବେ ଦେଇଥାନ୍ତି । ଯେଉଁ ବ୍ୟକ୍ତିର ଭଗବାନଙ୍କ ଉପରେ ଆସ୍ଥା ରହିଥାଏ । ସେହି ବ୍ୟକ୍ତି ଭଗବାନଙ୍କ ତରଫରୁ ମିଳୁଥିବା ସେହି ସବୁ ସଂକେତ ଗୁଡିକୁ ବହୁତ ଶୀଘ୍ର ବୁଝିନେଇଥାଏ ।

ତେବେ ରାତି 3 ରୁ 5 ଟା ମଧ୍ୟରେ ଯେଉଁ ବ୍ୟକ୍ତିର ନିଦ ଭାଙ୍ଗିଯାଇଥାଏ । ସେହି ବ୍ୟକ୍ତିକୁ ଭଗବାନ କଣ ସୂଚନା ଦେଇଥାନ୍ତି ଚାଲନ୍ତୁ ଜାଣିବା । ନିଦ କୌଣସି ସମୟରେ ମଧ୍ୟ ଭାଙ୍ଗି ଯାଇଥାଏ, ଏହା ଏକ ସ୍ଵାଭାବିକ କଥା ଅଟେ । ଏଥିରେ ଆଶ୍ଚର୍ଯ୍ୟ ହେବାର କୌଣସି କଥା ମଧ୍ୟ ନାହିଁ । ହେଲେ ଯେଉଁ ବ୍ୟକ୍ତିର ଲଗାତର କିଛି ଦିନ ଧରି ସକାଳର ଭୋର ସମୟ 3 ରୁ 5 ଟା ମଧ୍ୟରେ ଭାଙ୍ଗିଥାଏ । ତେବେ ସେହି ବ୍ୟକ୍ତିର ଏହି ସମୟରେ ନିଦ କିଛି ଖାସ୍ କାରଣ ପାଇଁ ଭାଙ୍ଗିଥାଏ ।

1- ସକାଳର ଭୋର 3 ରୁ 5 ଟା ସମୟ ଈଶ୍ବରୀୟ ସଂକେତ ବ୍ୟକ୍ତିଙ୍କୁ ଦେଇଥାଏ । ବନ୍ଧୁଗଣ 3 ରୁ 5 ର ସମୟକୁ ବ୍ରହ୍ମ ମୂହୁର୍ତ୍ତର ସମୟ ବୋଲି କୁହାଯାଇଥାଏ । ବନ୍ଧୁଗଣ ଦିନର ସବୁଠାରୁ ମହତ୍ଵପୂର୍ଣ୍ଣ ସମୟ ହେଉଛି ବ୍ରହ୍ମମୂହୁର୍ତ୍ତ ସମୟ । ଏହି ସମୟରେ ଉଠୁଥିବା ଲୋକ ଜୀବନରେ ଅନେକ କିଛି ଉନ୍ନତି କରିଥାଏ ।

ଏହି 3 ରୁ 5 ଟା ସମୟ ମଧ୍ୟରେ ବ୍ରହ୍ମାଣ୍ଡର ନିର୍ମାଣ କାର୍ଯ୍ୟ କରାଯାଇଥିବାରୁ ଏହି ସମୟରେ ବହୁତ ଶୁଭ ବୋଲି ବିବେଚନା କରାଯାଇଥାଏ । ତେଣୁ ଯେଉଁ ବ୍ୟକ୍ତି ଏହି ସମୟରେ ଉଠିଯାଇଥାଏ । ସେହି ବ୍ୟକ୍ତି ନିଜର ସାରା ଦିନ ପାଇଁ ମନକୁ ପ୍ରଫୁଲ୍ଲିତ କରି ରଖିବା ପାଇଁ ମନରେ ସକାରାତ୍ମକ ଊର୍ଜାର ସଂଚାର ମଧ୍ୟ କରିଥାଏ ।

2- ଯେଉଁ ବ୍ୟକ୍ତିଙ୍କର ମନକୁ ମନ ଏହି 3 ରୁ 5  ସମୟରେ ନିଦ ଭାଙ୍ଗିଯାଇଥାଏ ।ସେହି ବ୍ୟକ୍ତି ବହୁତ ହିଁ ଭାଗ୍ୟଶାଳୀ ବ୍ୟକ୍ତି ହୋଇଥାନ୍ତି । କାରଣ ଏହି ସମୟକୁ ଇଶ୍ଵରଙ୍କର ସମୟ ବୋଲି କୁହାଯାଇଥାଏ । ଏହି ସମୟରେ ଉଠୁଥିବା ବ୍ୟକ୍ତିକୁ ବଳ, ବୁଦ୍ଧି ଓ ଆରୋଗ୍ଯର ପ୍ରାପ୍ତି ହୋଇଥାଏ ।

ଏହି ସମୟରେ ଉଠୁଥିବା ଲୋକଙ୍କର ଶାରୀରିକ ଓ ମାନସିକ ସନ୍ତୁଳନ ଭଲ ରହିଥାଏ । ଯାହା ଦ୍ଵାରା ବ୍ୟକ୍ତି ଦିରେ ଅଧିକ କାର୍ଯ୍ୟ କରିବା ପାଇଁ ଅଧିକ ସମୟ ପାଇବା ସହ ପଜିଟିଭ ଏନର୍ଜି ମଧ୍ୟ ପାଇଥାଏ

Related Articles

Leave a Reply

Your email address will not be published. Required fields are marked *

Back to top button