ଜ୍ୟୋତିଷ

କଣ ଏହି ମଙ୍ଗଳ ଦୋଷ ଏବଂ ଏହା କାହିଁକି ରହିଥାଏ ଜାତକରେ ! ଆପଣଙ୍କ ମନରେ ଉଙ୍କି ମାରୁଥିବା ପ୍ରଶ୍ନର ଉତ୍ତର ରହିଛି ଏଇଠି

ଆପଣ ସାଧାରଣତଃ ଶୁଣିଥିବେ ବ୍ୟକ୍ତିଙ୍କର ମଙ୍ଗଳ ଦୋଷ ଥିଲେ ସେମାନଙ୍କର ବିବାହରେ ବାଧା ସୃଷ୍ଟି ହୋଇଥାଏ। ଜ୍ୟେତିଷଙ୍କ ଅନୁଯାୟୀ ଯେଉଁ ବ୍ୟକ୍ତିଙ୍କ କୁଣ୍ଡଳୀରେ ମଙ୍ଗଳ ଗ୍ରହ ଅଧିକ ରହିଥାଏ ସେମାନଙ୍କୁ ମାଙ୍ଗଳିକ ବୋଲି କୁହାଯାଏ। ଯେଉଁ ଲୋକ ମାଙ୍ଗଳିକ ହୋଇଥାନ୍ତି ସେହି ମାନଙ୍କ ଉପରେ ମଙ୍ଗଳ ଗ୍ରହର ପ୍ରଭାବ ରହିଥାଏ। ମଙ୍ଗଳ ଦୋଷ ଅଧିକ ଥିବା ବ୍ୟକ୍ତିଙ୍କ ସ୍ବଭାବ ଅନ୍ୟ ମାନଙ୍କ ତୁଳନାରେ ସାମାନ୍ୟ ଅଲଗା ହୋଇଥାଏ।

ଜାତକରେ ମଙ୍ଗଳ ଦୋଷ

marriage-ମଙ୍ଗଳ ଦୋଷ ଅଧିକ ଥିବା ଲୋକଙ୍କ ଉପରେ ମଙ୍ଗଳ ଗ୍ରହର ପ୍ରଭାବ ଅଧିକ ରହିଥାଏ। ଯେଉଁ ଲୋକ ମାଙ୍ଗଳିକ ହୋଇଥାନ୍ତି ସେମାନେ ତାଙ୍କ ସ୍ତ୍ରୀଙ୍କ ଠାରୁ କିଛି ଖାସ୍ ଇଚ୍ଛା ରଖିଥାନ୍ତି।

-ଜ୍ୟେତିଷଙ୍କ ଅନୁଯାୟୀ ମାଙ୍ଗଳିକ ଲୋକଙ୍କ ଇଚ୍ଛା ଏବଂ ତାଳମେଳ ମାଙ୍ଗଳିକ ଥିବା ଜୀବନ ସାଥି ହିଁ ପୂରା କରିପାରିଥାଏ। ଏହି କାରଣରୁ ମାଙ୍ଗଳିକ ଲୋକଙ୍କର ବିବାହ ମାଙ୍ଗଳିକ ଥିବା ବ୍ୟକ୍ତିଙ୍କ ସହିତ କରାଯାଇଥାଏ।

-ଜାତକରେ ମଙ୍ଗଳ ଦୋଷ ଥିବା ବ୍ୟକ୍ତିଙ୍କ ବିବାହ ମଙ୍ଗଳୀଙ୍କ ସହିତ ହିଁ କରାଯାଇଥାଏ। ଯାହାଦ୍ବାରା ଏ ଦୁହେଁ ଜଣେ ଜଣଙ୍କୁ ସାଥ୍ ଦେଇପାରିବ।

kundliଜାତକରେ ମଙ୍ଗଳ ଦୋଷ କେମିତି ଆସିଥାଏ

ଯେଉଁ ବ୍ୟକ୍ତିଙ୍କ ଜାତକରେ ମଙ୍ଗଳ ଦୋଷ ଥାଏ ସେହି ବ୍ୟକ୍ତିଙ୍କୁ ମଙ୍ଗଳୀ ମଧ୍ୟ କୁହାଯାଇଥାଏ। ଯେତେବେଳେ କୌଣସି ବ୍ୟକ୍ତିଙ୍କ ଜନ୍ମ ଜାତକରେ ୧,୪,୭,୮ ଏବଂ ଦ୍ବାଦଶ ସ୍ଥାନରେ ମଙ୍ଗଳ ସ୍ଥିତି ରହିଥାଏ ତେବେ ସେହି ବ୍ୟକ୍ତି ମାଙ୍ଗଳିକ ହୋଇଥାନ୍ତି।

ମଙ୍ଗଳ ଦୋଷ ଥିବା ବ୍ୟକ୍ତିଙ୍କ ସ୍ବଭାବ

-ମାଙ୍ଗଳିକ ବ୍ୟକ୍ତି କଠୋର ଭାଷା କହିଥାନ୍ତି।

-ଏମାନେ କୌଣସି କାମକୁ ପୂରା ପ୍ରସ୍ତୁତି ଏବଂ ଯୋଜନା ସହିତ କରିଥାନ୍ତି।

-ମାଙ୍ଗଳିକ ଲୋକ ଅନୁଶାସନରେ ରହିବାକୁ ପସନ୍ଦ କରିଥାନ୍ତି ଏବଂ କାମ ପ୍ରତି ଆଗ୍ରହ ରହିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button