ଜ୍ୟୋତିଷ

ଠାକୁର ଘରେ ଦୀପ ଲଗାଉଛନ୍ତି କି ! ଠାକୁର ଘର ସହ ଜଡିତ ମହତ୍ଵପୂର୍ଣ୍ଣ କଥା ବିଷୟରେ ଜାଣନ୍ତୁ

ପ୍ରତ୍ଯେକଟି ହିନ୍ଦୁ ଘରେ ପୂଜା ଓ ପ୍ରାଥନା ପାଇଁ ଗୋଟେ ପୂଜା ଘର ଅବଶ୍ୟ ରହିଥାଏ । ଯାହାକୁ ଆମେ ଠାକୁର ଘର ବୋଲି କହିଥାଉ । ସେହି ସ୍ଥାନରେ ଇଷ୍ଟଦେବଙ୍କ ସହ ଅନ୍ୟାନ୍ୟ ଦେବାଦେବୀଙ୍କ ମୂର୍ତ୍ତି ରଖି ଆମେ ପୂଜା ପାଠ କରିଥାଉ । ତେବେ ପୂଜା ଘର ସହ ଜଡିତ କିଛି ଛୋଟ ଛୋଟ ତଥ୍ୟ ଉପରେ ଆଜି ଆମେ ଆଲୋଚନା କରିବାକୁ ଯାଉଛୁ । ଯାହା ଦ୍ଵାରା ଆପଣଙ୍କ ପୂଜା ସାର୍ଥକ ହୋଇପାରିବ ।

1- ନିଜ ଶୋଇବା ଘର ବେଡ୍ ରୁମ୍ ରେ ଠାକୁର ଘର କରିବା ଅନୁଚିତ । ବାସ୍ତୁଦ୍ରୁଷ୍ଟିରୁ ଏହାକୁ ଅଶୁଭ କୁହାଯାଇଥାଏ । ତେଣୁ ବେଡ୍ ରୁମ୍ ରେ ପୂଜା ଘର ବନାନ୍ତୁ ନାହିଁ । 2- ଘରେ ଠାକୁର ପୂଜା କରିବା ସମୟରେ ସକାଳେ ଓ ସନ୍ଧ୍ଯାରେ ଘୀଅର ଦୀପ ଜାଳିବା ଉଚିତ । ଏହା ଦ୍ଵାରା ବାସ୍ତୁଦୋଷ ଦୂର ହୋଇଥାଏ । କାରଣ ଦୀପର ଧୁଆରେ ଘରେ ଥିବା ସମସ୍ତ ନକରାତ୍ମକ ଶକ୍ତି ଲୋପ ପାଇଥାଏ । ଏଥିସହ ଘରେ ସକାରାତ୍ମକ ଊର୍ଜାର ସଂଚାର ଘର ମଧ୍ୟରେ ହୋଇଥାଏ ।

ଯାହା ଘରର ପ୍ରତ୍ଯେକଟି ସଦସ୍ୟଙ୍କ ପାଇଁ ବହୁତ ଶୁଭ ବୋଲି ମନା ଯାଇଥାଏ । ଏହା ଦ୍ଵାରା ଘରେ ହେଉଥିବା କାର୍ଯ୍ୟରେ ସଫଳତା ମିଳିଥାଏ । 3- ସ୍ନାନ କରିବା ପରେ ହିଁ ଫୁଲ ତୋଳି ସେହି ଫୁଲକୁ ପୂଜା କାର୍ଯ୍ୟରେ ଲଗାଇବା ଉଚିତ । କାରଣ ସ୍ନାନ କରିବା ପୂର୍ବରୁ ଫୁଲ ତୋଳିବା ଅନୁଚିତ ବୋଲି ବାୟୁ ପୁରାଣରେ ବର୍ଣ୍ଣିତ ରହିଛି ।

4- ପୂଜା ସମୟରେ ଠାକୁରଙ୍କୁ ଚନ୍ଦନ ଓ ସିନ୍ଦୁର ଲଗାଇବା ସମୟରେ ନିଜ ରିଙ୍ଗ ଫିଙ୍ଗର ଦ୍ଵାରା ଠାକୁରଙ୍କୁ ଚନ୍ଦନ ଓ ସିନ୍ଦୁର ଲଗାନ୍ତୁ । ଅନ୍ୟ କୌଣସି ଆଙ୍ଗୁଠିର ପ୍ରୟୋଗ କରନ୍ତୁ ନାହିଁ । 5- ପୂଜା ସ୍ଥାନକୁ ଭୁଲରେ ବି ଚପଲ ମାଡି ଜାଆନ୍ତୁ ନାହିଁ । ଚମଡାରୁ ପ୍ରସ୍ତୁତ ବେଲ୍ଟ କିମ୍ବା ପର୍ସ ଆଦି ନେଇକି ଠାକୁରଙ୍କ ସ୍ଥାନକୁ ଯିବା ଅନୁଚିତ ।

6- ଠାକୁର ଘର ଯଦି ସ୍ଥାପନା କରି ପୂଜାଅର୍ଚନା କରୁଥାନ୍ତି । ତେବେ ତାକୁ ନିୟମିତ ରୂପେ ପୂଜା କରନ୍ତୁ । ଯଦି କୌଣସି କାର୍ଯ୍ୟରେ କିଛି ଦିନ ପାଇଁ ବାହାରକୁ ବୁଲିବାକୁ ଯାଉଥାନ୍ତି । ତେବେ ଘରର ଅନ୍ୟ କୌଣସି ବି ସଦସ୍ୟଙ୍କୁ ପୂଜା କରିବା ପାଇଁ କହି ଦେଇଜାଆନ୍ତୁ । କାରଣ ଭଗବାନଙ୍କୁ ନିୟମିତ ପୂଜା କରିବା ଦ୍ଵାରା ହିଁ ଶୁଭଫଳ ପ୍ରାପ୍ତି ହୋଇଥାଏ ।

7- ବାସୀ ଫୁଲ, ପୁରୁଣା ତଥା ଖଣ୍ଡବିଖଣ୍ଡିତ ଠାକୁରଙ୍କ ମୂର୍ତ୍ତି ଓ ଅନ୍ୟାନ୍ୟ ଅଦରକାରୀ ସାମଗ୍ରୀକୁ ଠାକୁରଙ୍କ ପୂଜା ଘରେ ରଖନ୍ତୁ ନାହିଁ । ତେବେ ଉପୋରୋକ୍ତ ଠାକୁର ଘରର ଏହି ସବୁ ନିୟମ ମାନି ଠାକୁର ପୂଜା ନିଷ୍ଠା ସହକାରେ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button