ଆପଣଙ୍କ ଘରେ କିଛି ଏଭଳି ସଂକେତକୁ ଅନୁଭବ କରୁଛନ୍ତି କି ! ତେବେ ଆପଣଙ୍କ ଘରେ ଅଦୃଶ୍ୟ ଶକ୍ତିର ବାସ ରହିଛି
ଏହି ଦୁନିଆରେ ସକାରାତ୍ମକ ଶକ୍ତିର ବାସ ରହିଛି ମାନେ ନକରାତ୍ମକ ଶକ୍ତିର ପ୍ରଭାବ ମଧ୍ୟ ଦୁନିଆରେ ନିହାତି ରହିଥାଏ । ହେଲେ ଯେଉଁ ମାନଙ୍କ ଘରେ ବା ଆଖପାଖରେ ଏଭଳି କିଛି ସଂକେତ ଦେଖିବାକୁ ବା ଶୁଣିବାକୁ ମିଳିଥାଏ । ତେବେ ସେହି ଘର ଉପରେ ଖରାପ ଶକ୍ତିର ବାସ ରହିଛି ବୋଲି ଜାଣି ରଖନ୍ତୁ । ତେବେ ଚାଲନ୍ତୁ ସେହି ସଂକେତ ଗୁଡିକ ବିଷୟରେ କିଛି ଏଠାରେ ଆଲୋଚନା କରିବା ।
1- ଯଦି କାହାର ଘର ଭିତରେ ବା ଆଖପାଖ ଏରିଆରେ ନିଶବ୍ଦ ରାତି ସମୟରେ ଚାଲିକି ଯିବାର ସାଉଣ୍ଡ, ପାଉଁଜି ଝମଝମ ବାଜିବାର ସାଉଣ୍ଡ,ଦୁଲଦୁଲ କରିବାର ସାଉଣ୍ଡ, କବାଟ ବାଡେଇବାର ସାଉଣ୍ଡ, ବାରମ୍ବାର କିଛି ଜିନିଷ ପଡିବା ଭଳି ସାଉଣ୍ଡ ଅନେକ ସମୟରେ ଅନୁଭବ କରୁଛନ୍ତି । ତେବେ ଏହି ସବୁ ସଂକେତ ସେହି ସ୍ଥାନରେ କୌଣସି ଖରାପ ଶକ୍ତିର ପ୍ରଭାବ ରହିଛି ବୋଲି ସୂଚନା ଦେବାର ସମ୍ଭାବନା ଅଧିକ ରହିଥାଏ ।
2- ଯଦି ଘରେ କୌଣସି ବ୍ୟକ୍ତି ସୁଗନ୍ଧିତ ଦ୍ରବ୍ୟର ବ୍ୟବହାର ନକରି ମଧ୍ୟ ହଟାତ ରାତି ସମୟରେ କିଛି ସୁଗନ୍ଧିତ ଦ୍ରବ୍ୟର ବାସ୍ନା ଶୁଙ୍ଘି ପାରନ୍ତି । ତେବେ ସେହି ସ୍ଥାନରେ କୌଣସି ପ୍ରେତଆତ୍ମା ବାସ ଥିବାର ସମ୍ଭାବନା ରହିଥାଏ ।
3- ଯଦି ଆପଣଙ୍କ ଘରେ କାହାର ଛାଇ ନଜର ଆସିବା । କି ବିନା ପବନରେ ହଟାତ କବାଟ ବନ୍ଦ ହୋଇଯିବା । ଘର ଭିତରେ କେହି ନଥାଇ ମଧ୍ୟ ଜିନିଷ ଗୋଟେ ପରେ ଗୋଟେ ପଡିବାରେ ଲାଗିବା । ତେବେ ଏହା ମଧ୍ୟ କୌଣସି କୁଶକ୍ତିର ପ୍ରଭାବ ସେହି ସ୍ଥାନରେ ଅଛି ବୋଲି ଏଭଳି ଆପଣ ଅନୁଭବ କରୁଛନ୍ତି ।
4- ଯଦି ଆପଣ ନିଜର ସାମଗ୍ରୀ ଦାୟିତ୍ଵର ସହ ରଖିଛନ୍ତି । ହେଲେ ତା’ ର କିଛି ସମୟ ପରେ ତାହା କୁଆଡେ ଗାୟବ ହୋଇଯାଉଛି । ତେବେ ଆପଣଙ୍କ ଘରେ ବି କୌଣସି ଅଦୃଶ୍ୟ ଶକ୍ତିର ବାସ ରହିଥାଇ ପରେ ବୋଲି ସମ୍ଭାବନା ରହିଛି ।
5- ଯଦି ଆଖପାଖରେ କେହି ନଥାଇ ମଧ୍ୟ ଆପଣଙ୍କ ପାଖରେ କିଏ ଜଣେ ଥିବା ଭଳି ଅନୁଭବ ହୋଇଥାଏ । ଯେପରି ସେ ଆପଣଙ୍କ ପାଖରେ ବସିଛି । ବା ଆପଣଙ୍କ ଆଖପାଖରେ ଘୁରି ବୁଲୁଛି ବୋଲି ବାରମ୍ବାର ଅନୁଭୂତ କରିଥାନ୍ତି । ତେବେ ଏହା କୌଣସି ସାଧାରଣ ସୂଚନା ହୋଇନଥାଏ । ତେଣୁ ଉପୋରୋକ୍ତ ଏହି ସବୁ ସଂକେତ ଦେଖିବା ମାତ୍ରେ ଆପଣଙ୍କ ଆଖପାଖ ସ୍ଥାନରେ ଅଦୃଶ୍ୟ ଶକ୍ତିର ବାସ ରହିଛି ବୋଲି ଜାଣିବାକୁ ପାଇବେ ।