ଜ୍ୟୋତିଷ

ପୂଜା କରିବା ସମୟରେ କେଉଁ ମନ୍ତ୍ର ଉଚ୍ଚାରଣ କରିଲେ ମନସ୍କାମନା ପୂରଣ ହୋଇଥାଏ ? ଏହା ସହ ଜାଣନ୍ତୁ 10+ ଅନୁଚିନ୍ତା

ବନ୍ଧୁଗଣ ମାନବ ଜାତିର କଲ୍ୟାଣ ପାଇଁ ବାସ୍ତୁ ଶାସ୍ତ୍ର ରେ କିଛି କଥାମାନ କୁହାଯାଇଛି । ଯାହାର ପାଳନ କରିବା ଦ୍ଵାରା ମାନବ ଜାତିର ଉନ୍ନତି ହୋଇଥାଏ । ଆସନ୍ତୁ ଜାଣିବା କିଛି ଅନୁଚିନ୍ତା ବିଷୟରେ । ୧- ଘରେ ଠାକୁରଙ୍କ ପୂଜା କରିବା ସମୟରେ ପ୍ରଥମେ ଗଣେଶଙ୍କ ଆରାଧନା କରିବା ଉଚିତ । ଏହା ମଙ୍ଗଳକାରୀ ହୋଇଥାଏ । ଭୁଲରେ ବି ଗଣେଶ ଜୀ ଙ୍କୁ ତୁଳସୀ ଅର୍ପଣ କରିବା ଉଚିତ ନୁହେଁ ।

୨- ମହାଦେବଙ୍କୁ ପୂଜା କରିବା ସମୟରେ ଭୁଲରେ ବି କେତକୀ ଫୁଲ ଅର୍ପଣ କରିବା ଉଚିତ ନୁହେଁ ।

୩- ଠାକୁରଙ୍କୁ ଗାଧୋଇବା ସମୟରେ ବୁଢା ଆଙ୍ଘୁଠି କୁ ଛାଡି ଅନ୍ୟ ଆଙ୍ଗୁଠି ର ବି ଅବହାର କରିବା କରିବା ମଙ୍ଗଳକାରୀ ହୋଇଥାଏ ।

୪- ଦୀପ କୁ କେବେ ବି ଭୂମି ଉପରେ ଜଳାଇବା ଉଚିତ ନୁହେଁ । ଏହା ଅଶୁଭ ହେବା ସହ ଧନ ହାନିର ସମ୍ଭାବନା ହୋଇଥାଏ ।

୫- ପୂଜା ସମୟରେ ଧୂପକାଠିର ବ୍ୟବହାର କରିବା ଉଚିତ ନୁହେଁ । ସେଥିରେ ବାଉଁଶ କାଠି ରହିଥାଏ ଓ ବାଉଁଶ ଅନ୍ତିମ ସଂସ୍କାରରେ ବ୍ୟବହାର କରାଯାଏ ।

୬- ରବିବାର ଦିବନା ତୁଳସୀ ପତ୍ର ତୋଳିବା ଉଚିତ ନୁହେଁ । ଏହା ଦ୍ଵାରା ଭଗବାନ ଅପ୍ରସନ୍ନ ହୋଇଥାନ୍ତି ଏମିତି ମାନ୍ୟତା ଅଛି ।

୭- ପୂଜା ସମୟରେ ଶାଳଗ୍ରାମ କୁ କେବେ ବି ଚାଉଳ ଅର୍ପଣ କରିବା ଉଚିତ ନୁହେଁ । ବାସ୍ତୁ ଅନୁସାରେ ଏହା ଅଶୁଭ ହୋଇଥାଏ ।

୮- ପୂଜା ସମୟରେ କେବେ ବି ମଇଳା ହୋଇଥିବା ବସ୍ତ୍ର ପିନ୍ଧିବା ଉଚିତ ନୁହେଁ । ଏହା ଅଶୁଭ ହେବା ସହ ଦାରିଦ୍ରତାର ଆସିବାର କାରଣ ହୋଇଥାଏ ।

୯- ପୂଜା କରିବା ସମୟରେ ମନରେ ଭୁଲରେ ବି ଖରାପ ଚିନ୍ତା ଆଣନ୍ତୁ ନାହିଁ । ଏହା ଦ୍ଵାରା ପୂଜାର ଫଳ ପ୍ରାପ୍ତ ହୁଏ ନାହିଁ ।

୧୦- ପୂଜା କରା ଯାଇଥିବା ଫୁଲକୁ ଏଣେତେଣେ ପକାଇବା ଉଚିତ ନୁହେଁ । ଏହାକୁ ନଦୀ ରେ ଭସାଇ ଦେବା ଉଚିତ ।

୧୧- ଠାକୁର ପୂଜା ସମୟରେ ଯେପରି ହାଇ ମାରିବା ବା ନିଦ ଲାଗିବା ଅନୁଚିତ । ଏହା ଅଶୁଭ ହେବା ସହ ପୂଜାର ଫଳ ପ୍ରାପ୍ତ ହୋଇନ ଥାଏ ।

୧୨- ଠାକୁର ପୂଜା ସମୟରେ କେବେ ବି ଭାଙ୍ଗି ଯାଇଥିବା ଦୀପ ଜଳାଇବା ଉଚିତ ନୁହେଁ । ଠାକୁର ପୂଜାରେ କୌଣସି ଜିନିଷ ଖଣ୍ଡିତ ହେବା ଉଚିତ ନୁହେଁ ।

୧୩- ଘିଅ ଦୀପ ଜଳାଇବା ସମୟରେ ଦୀପରେ ଧଳା ରଙ୍ଗର ବତୀ ଓ ତେଲ ଦୀପରେ ନାଲି ରଙ୍ଗର ବତୀ ବ୍ୟବହାର କରିବା ମଙ୍ଗଳକାରୀ ହୋଇଥାଏ ।

୧୪- ଠାକୁର ପୂଜା କରିବା ସମୟରେ ଧ୍ୟାନ ରଖିବା ଉଚିତ ଯେପରି ପୂଜା ଭିତରେ ଦୀପ ଲିଭିବା ବା ଲିଭାଇବା ଉଚିତ ନୁହେଁ । ଏହା ଅସଭା ହୋଇଥାଏ ।

୧୫- ଶୁଭମ କରୋତି କଲ୍ୟାଣ, ସୌଭାଗ୍ୟ ଧନ ସମ୍ପଦମ । ଶତ୍ରୁ ବୃଦ୍ଧି ବିନାଶାୟ। ଦୀପ ଜ୍ଯୋତି ନମୋସ୍ତୋତେ ଏହି ମନ୍ତ୍ର ଉଚ୍ଚାରଣ କରି ଦୀପ ପ୍ରଜଳ୍ଵନ କରିବା ଉଚିତ ହୋଇଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button