ଚେହେରାର ଜିଦିଆ ଦାଗ ପାଇଁ ଚିନ୍ତିତ ରହୁଛନ୍ତି ! କେବଳ ଏହି ଏକ ପତ୍ର ଚେହେରାର ସବୁ ଦାଗ ଦୂର କରିଥାଏ

ବନ୍ଧୁଗଣ ସୁନ୍ଦର ଚେହେରା ସମସ୍ତଙ୍କୁ ପସନ୍ଦ ହୋଇଥାଏ । କାରଣ ସୁନ୍ଦର ସ୍କିନ ଦ୍ଵାରା ଆମେ ସମତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଉ । ହେଲେ ଅନେକଙ୍କ ମୁହଁରେ ଅନେକ ପ୍ରକାର ସ୍କିନ ସମସ୍ଯା ଦେଖିବାକୁ ମିଳିଥାଏ। ଯେପରିକି ଡାର୍କ ସ୍ପଟ, ଡାର୍କ ସର୍କଲ ଓ ହାଇପରପିଗମେସେସନ ଭଳି ଅନେକ ଦାଗ ଚେହେରାରେ ରହିଲେ । ଚେହେରାର ସୁନ୍ଦରତାକୁ କମାଇଦେଇଥାଏ । ତେଣୁ ଏହି ସବୁ ଜିଦିଆରୁ ଜିଦିଆ ଦାଗକୁ ଚେହେରାରୁ ସବୁଦିନ ପାଇଁ ଦୂର କରିବାକୁ ଚାହୁଁଥିଲେ ।
ଆପଣ ଏକ ବହୁତ ସୁନ୍ଦର ଘରୋଇ ଉପଚାରର ପ୍ରୟୋଗ କରି ନିଜ ଚେହେରାକୁ ମଧ୍ୟ ସୁନ୍ଦର କରିପାରିବେ । ଏହି ରେମିଡି ପାଇଁ 4 ଟି ଜିନିଷର ଆବଶ୍ୟକତା ରହିଛି । ପ୍ରଥମେ ହେଉଛି ତୁଳସୀ ପତ୍ର । ଚେହେରାରେ ଥିବା ହାଇପରମିଗମିସେସନ ଭଳି ଦାଗ ସମସ୍ଯାକୁ ଚେହେରାରୁ ହଟାଇବା ପାଇଁ ତୁଳସୀ ବହୁତ ସାହାଜ୍ଯ କରିଥାଏ । ପ୍ରଥମେ ଆପଣ କିଛି ତୁଳସୀ ପତ୍ର ଆଣି ତାହାକୁ ଭଲ ଭାବରେ ଧୋଇ ତାହାକୁ ଗ୍ରାଇଣ୍ଡିଙ୍ଗ କରିଦେଇ ତୁଳସୀର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ।
ଏହାପରେ ସେହି ତୁଳସୀ ପେଷ୍ଟରେ 2 ରୁ 4 ଚାମଚ ଗୋଲାପ ଜଳର ଆଡ୍ କରନ୍ତୁ । ତାପରେ ସେଥିରେ 1 ରୁ 2 ଚାମଚ ବେସନ ଆଡ୍ କରନ୍ତୁ । ତାପରେ ସବା ଶେଷରେ ଅଧା ଚମଚ ଲେମ୍ବୁରସକୁ ସେଥିରେ ଆଡ୍ କରନ୍ତୁ । ତାପରେ ସବୁ ସାମଗ୍ରୀକୁ ଆପଣ ଭଲ ଭାବରେ ମିଶାଇ ଗୋଳାଇ ଦିଅନ୍ତୁ । ଏହି ରେମିଡି ପ୍ରସ୍ତୁତ ହୋଇସାରିଲା ପରେ ଆପଣ ନିଜ ଚେହେରାରେ ଭଲ ଭାବେ ଏହି ଫେସ ପ୍ୟାକକୁ ଲଗାଇ 10 ରୁ 15 ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ ।
ତାପରେ ଏହା ଶୁଖିଗଲା ପରେ ସାଧାରଣ ପାଣି ସହାୟତାରେ ମୁହଁକୁ ଭଲ ଭାବେ ଧୋଇ ନିଅନ୍ତୁ । ଦିନକୁ ମାତ୍ର ଥରେ ଲେଖାଏଁ ଏହି ରେମିଡି ପ୍ରସ୍ତୁତ କରି ନିଜ ଫେସରେ ଆପ୍ଳାଏ କରି ଦେଖନ୍ତୁ । 10 ରୁ 12 ଦିନ ପର୍ଯ୍ୟନ୍ତ ଲଗାତର ରୂପେ ଏହାକୁ କରିବା ପରେ ଆପଣଙ୍କ ଚେହେରାରୁ କେତେ ମାତ୍ରାରେ ଦାଗ ସବୁ ଦୂର ହୋଇଯାଇଛି । ତାହା ଆପଣ ନିଜେ ନିଜ ଚେହେରାକୁ ଦେଖି ଜାଣି ପାରିବେ ।
ଏହା ଏକ ସଂପୂର୍ଣ୍ଣ ପ୍ରାକୃତିକ ଘରୋଇ ଉପଚାର ଅଟେ । ଏହା ଆପଣଙ୍କ ଫେସରେ ଅଯଥା ଦାଗ, ବ୍ରଣ ରହିବାକୁ ଦେଇନଥାଏ । ମୁହଁରେ ପ୍ରାକୃତିକ ରୂପେ ଦାଗ କମାଇ ଏକ ନିଆରା ଚମକ ପ୍ରଦାନ କରିଥାଏ । ଯାହା ଦ୍ଵାରା ଆପଣଙ୍କ ଚେହେରା ଆଗ ଅପେଷା ଅଧିକ ବିଉଟିଫୁଲ୍ ହୋଇଯାଇଥାଏ । ଏଥିସହ ନିଜ ଖାଦ୍ୟରେ ଭିଟାମିନ ଏ ଓ ସି ଜାତୀୟ ଖାଦ୍ୟର ଆଡ୍ କରିବା ସହ ଦିନକୁ ପ୍ରଚୁର ପାଣି ପିଅନ୍ତୁ ।
ରାତିରେ 7 ରୁ 8 ଘଣ୍ଟା ଭଲରେ ଶୁଅନ୍ତୁ । ଯାହା ଆପଣଙ୍କ ସ୍କିନ ପାଇଁ ବହୁତ ଲାଭକାରୀ ରହିବ ।