ଜ୍ୟୋତିଷ

ଯେଉଁ ନାରୀ ମାନଙ୍କର ଏହି ଅଙ୍ଗ ବଡ ହୋଇଥାଏ, ସେହି ନାରୀ ଖୁବ ଭାଗ୍ୟଶାଳୀ

ନାରୀ ମାନଙ୍କୁ ଭଲ ଭାବେ ବୁଝିବା ଭଗବାନଙ୍କ ପକ୍ଷେ ମଧ୍ୟ ସମ୍ଭବପର ନୁହେଁ । ତେଣୁ ସାଧାରଣ ମନୁଷ୍ୟ ମାନେ କିଭଳି ଅବା ନାରୀ ମାନଙ୍କୁ ବୁଝିପାରିବେ । ପ୍ରାଚୀନ କାଳରେ ନାରୀ ମାନଙ୍କୁ ନେଇ ଅନେକ କିଛି ଗ୍ରନ୍ଥ ବିଦ୍ଵାନ ମାନଙ୍କ ଦ୍ଵାରା ଲେଖାଯାଇଛି । ସାମୁଦ୍ରିକ ଶାସ୍ତ୍ରରେ ନାରୀ ମାନଙ୍କ ଶରୀର ଗଠନକୁ ଆଧାର କରି ଅନେକ କିଛି କଥା ଲେଖାଯାଇଛି । ଯେପରି ଭାଗ୍ୟଶାଳୀ ସ୍ତ୍ରୀ ମାନଙ୍କର ଲକ୍ଷଣ କଣ ମଧ୍ୟ ସେହି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି । ଯଦି ମହିଳା ଶରୀରର ଏହି ଅଙ୍ଗ ବଡ ହୋଇଥାଏ । ତେବେ ସେହି ମହିଳା ଅତ୍ୟନ୍ତ ସୌଭାଗ୍ୟବତୀ ହୋଇଥାଏ ।

1- ଯେଉଁ ନାରୀର ମୁହଁ ତା’ ର ବାପା ମୁହଁ ସହ ମିଶିଯାଇଥାଏ । ତେବେ ସେହି ନାରୀ ବହୁତ ହିଁ ଭାଗ୍ୟମତୀ ହୋଇଥାଏ । ଏହି ଭଳି ମହିଳା ନିଜ ସ୍ନେହ ଆଦରରେ ନିଜ ପରିବାରକୁ ସର୍ବଦା ବାନ୍ଧି କରି ରଖିଥାଏ ।

2- ଯେଉଁ ନାରୀର ଜିଭ ଲମ୍ବା ଓ ଲାଲ ରଙ୍ଗର ହୋଇଥାଏ । ଏହା ସହ ସେହି ମହିଳା ମୁହଁରୁ ମଧୁର ବାଣୀ ବାହାରିଥାଏ । ଏହିଭଳି ମହିଳାଙ୍କୁ ଲକ୍ଷ୍ମୀମନ୍ତ ନାରୀ ବୋଲି କୁହାଯାଇଥାଏ । ଏହିଭଳି ସ୍ତ୍ରୀ ଥିବା ଘର ସୁଖ, ସମୃଦ୍ଧିରେ ଭରି ଉଠିଥାଏ ।

3- ଯେଉଁ ମହିଳାର ନାକ ଲମ୍ବା ଓ ନାକର ଅଗ୍ର ଭାଗରେ କଳାଜାଇ ରହିଥାଏ । ସେହି ମହିଳା ମାନେ ଘର ପାଇଁ ବହୁ ଶୁଭ ହୋଇଥାନ୍ତି । ନାକର କୌଣସି ସ୍ଥାନରେ ବି କଳାଜାଇ ରହିଥିବା ନାରୀକୁ ଶୁଭ ବୋଲି ବିବେଚନା କରାଯାଇଥାଏ ।

4- ଯେଉଁ ମହିଳାର ମୁହଁ ଗୋଲ ଓ ଚମକିଲା ଭଳି ଚେହେରା ହୋଇଥାଏ । ସେହି ମହିଳା ନିଜ ପରିବାର ପାଇଁ ସୌଭାଗ୍ୟବତୀ ହୋଇଥାନ୍ତି ।

5- ଯେଉଁ ସ୍ତ୍ରୀର ଆଙ୍ଗୁଠି ଲମ୍ବା ହୋଇଥାଏ । ସେ ନିଜ ପାଇଁ ବହୁତ ଲକି ହୋଇଥାଏ । ହେଲେ ଛୋଟ ଆଙ୍ଗୁଠି ଥିବା ମହିଳା ଅନ୍ୟ ମାନଙ୍କ ପାଇଁ ଭାଗ୍ୟମତୀ ହୋଇଥାନ୍ତି ।

6- ଯେଉଁ ମହିଳାର କାନ ଦିତୀୟା ଚନ୍ଦ୍ର ଭଳି ଓ ଲୋମହୀନ ହୋଇଥାଏ । ସେହି ମହିଳା ମାନେ ମଧ୍ୟ ଭାଗ୍ୟଶାଳୀ ମହିଳା ତାଲିକାରେ ରହିଥାନ୍ତି । ଏହିଭଳି ମହିଳା ବିନମ୍ର ସ୍ଵଭାବର ହୋଇଥାନ୍ତି ।

7- ଯେଉଁ ମହିଳାର ଓଠ ଲାଲ, ସତେଜ ଓ ସୁନ୍ଦର ରହିଥାଏ । ସେହି ମହିଳା ନିଜ ଜୀବନରେ ଶ୍ରେଷ୍ଠ ଫଳ ପ୍ରାପ୍ତ କରିଥାନ୍ତି । ଏହିଭଳି ମହିଳାଙ୍କୁ ବିବାହ କରିଥିବା ପୁରୁଷ ନିଜ ଜୀବନରେ ବହୁ ଉନ୍ନତି କରିଥାନ୍ତି ।

8- ଯେଉଁ ମହିଳାର କେଶ ଲମ୍ବା ଓ ଘନ ହୋଇଥାଏ । ସେହି ଝିଅ ମାନେ ମଧ୍ୟ ଭାଗ୍ୟବତୀ ହୋଇଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button