ଜ୍ୟୋତିଷ

ଟଙ୍କା ରଖୁଥିବା ଆଲମାରୀରେ କେବେବି ଏମିତି କରନ୍ତୁ ନାହିଁ, ଘର ସଦସ୍ୟ କାଙ୍ଗାଳ ହୋଇଯିବେ

ବନ୍ଧୁଗଣ ବର୍ତ୍ତମାନ ସମୟରେ ଟଙ୍କା ବହୁତ ଜରୁରୀ ଏକ ଜିନିଷ ହୋଇଥାଏ । ଏହା ଯେଉଁ ମାନଙ୍କ ପାଖରେ ରହିଥାଏ । ସେହି ଲୋକର ଆତ୍ମବିଶ୍ବାସ ମଧ୍ୟ ଭରି ରହିଥାଏ । ସେଥିପାଇଁ ତ ବ୍ୟକ୍ତି ଦିନ ରାତି ପରିଶ୍ରମ କରି ଟଙ୍କା ଅର୍ଜନ କରିଥାଏ । ସେହି ଟଙ୍କାରୁ ବ୍ୟକ୍ତି ନିଜ ଆବଶ୍ୟକ ମୁତାବକ କିଛି ଖର୍ଚ କରିବା ସହ ଅନ୍ୟ କିଛି ଟଙ୍କାକୁ ବ୍ୟକ୍ତି ତା’ ଘରର ଟଙ୍କା ରଖିବା ସ୍ଥାନରେ ତଥା ଆଲମାରୀରେ ରଖିଦେଇଥାଏ । ତେବେ ଆଲମାରୀରେ ଏପରି କିଛି ଜିନିଷ ରଖନ୍ତୁ ନାହିଁ । ତାହେଲେ ଆପଣଙ୍କର ଆର୍ଥିକ ସ୍ଥିତି ଧୀରେ ଧୀରେ ଦୁର୍ବଳ ହେବାକୁ ଲାଗିଥାଏ ।

1- ଘରର ଆଲମାରୀରେ ସବୁବେଳେ ସଫାସୁତୁରା ଓ ଧୁଆ ଯାଇଥିବା କପଡାକୁ ସଜାଡି ରଖନ୍ତୁ । ମଇଳା ତଥା ଗନ୍ଧ ବାହାରୁଥିବା କପଡାକୁ ଆଲମାରୀରେ ରଖନ୍ତୁ ନାହିଁ । ତେଣୁ ଏହି ଗନ୍ଧିଆ କପଡାର କୁପ୍ରଭାବ ଆଲମାରୀରେ ରଖିଥିବା ଟଙ୍କା ଉପରେ ପଡିଥାଏ । ଯାହା ଦ୍ଵାରା ମା’ ଲକ୍ଷ୍ମୀ ରୁଷ୍ଠ ହୋଇଯାଇଥାନ୍ତି । ଏଥିସହ ସେହି ବ୍ୟକ୍ତିର ଆର୍ଥିକ ସ୍ଥିତି ଧୀରେ ଧୀରେ ଖରାପ ହେବାକୁ ଲାଗିଥାଏ ।

2- କପଡା ବହୁତ ପୁରୁଣା ହୋଇଯାଇଥିଲେ ବା ଚିରି ଯାଇଥିଲେ । ତାହାକୁ ଘରର ଆଲମାରୀରେ ରଖନ୍ତୁ ନାହିଁ । ଚିରି ଯାଇଥିବା କପଡାକୁ ଯଥା ଶୀଘ୍ର ସିଲାଇ କରି ଦିଅନ୍ତୁ । ପୁରୁଣା କପଡା ଗୁଡିକୁ ଟଙ୍କା ରଖୁଥିବା ଆଲମାରୀରେ ନ ରଖି ଅନ୍ୟ କେଉଁ ବାକ୍ସରେ ରଖି ଦିଅନ୍ତୁ ।

3- ଘରର ଆଲମାରୀକୁ ସବୁବେଳେ ସଫାସୁତରା ତଥା ପରିଷ୍କାର ଓ ପରିଚ୍ଛନ କରି ରଖନ୍ତୁ । କାରଣ ଧନର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ଲକ୍ଷ୍ମୀ । ମା’ ଲକ୍ଷ୍ମୀ ସର୍ବଦା ପରିଷ୍କାର ସ୍ଥାନରେ ରହିବାକୁ ହିଁ ପସନ୍ଦ କରିଥାନ୍ତି । ଘରର ଆଲମାରୀରେ ଯେପରି ବୁଢିଆଣୀ ବସା ନହୁଏ ସେଥିପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡିବ ।

4- ଆଲମାରୀରେ ଟଙ୍କା ରଖୁଥିବା ସ୍ଥାନର ଆଖପାଖ ଜାଗାରେ କୌଣସି କଳା ରଙ୍ଗର ବସ୍ତୁ ରଖନ୍ତୁ ନାହିଁ । ଟଙ୍କାକୁ ମଧ୍ୟ କୌଣସି କଳା ପର୍ସରେ ରଖନ୍ତୁ ନାହିଁ । କାରଣ ଏହି କଳା ରଙ୍ଗ ଆର୍ଥିକ ଉନ୍ନତିରେ ବାଧା ସୃଷ୍ଟି କରିଥାନ୍ତି । ଏହା ସହିତ କଳା ରଙ୍ଗରେ ନକରାତ୍ମକ ଶକ୍ତିର ପ୍ରଭାବ ବହୁତ ଅଧିକ ରହିଥାଏ । ତେଣୁ ଯଥା ସମ୍ଭବ ଆପଣ ନିଜର ଟଙ୍କାକୁ ଲାଲ କିମ୍ବା ହଳଦିଆ କପଡାରେ ଗୁଡାଇ ରଖନ୍ତୁ ।

ତେବେ ଟଙ୍କା ରଖୁଥିବା ଆଲମାରୀରେ ଯଦି ଏହି ଉପୋରୋକ୍ତ ନିୟମ ଗୁଡିକ ଉପରେ ଧ୍ୟାନ ରଖି ଟଙ୍କା ରଖିବେ । ତେବେ ନିଶ୍ଚୟ ଆପଣଙ୍କର ଆର୍ଥିକ ସ୍ଥିତି ଅଧିକରୁ ଅଧିକ ଉନ୍ନତି କରିବ ।

Related Articles

Leave a Reply

Your email address will not be published. Required fields are marked *

Back to top button