କନ୍ଧମାଳରୁ ସୋନପୁର ଦେଇ ସମ୍ବଲପୁର ଆଡ଼କୁ ଚାଲାଣ ହେଉଥିଲା ଗଂଜେଇ, ୨ ଯୁବକ ଗିରଫ – Kalinga News

[ad_1]
ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରାମହରାଜପୁର ଥାନା ଉଲୁଣ୍ଡା ବ୍ଳକ ଅନ୍ତର୍ଗତ ରକ୍ସା ଛକରୁ ବାଇକ ସହ ଗଂଜେଇ ଜବତ କରି ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ।

Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ସକାଳୁ ସୋନପୁର ପାର୍ଶ୍ବରୁ ସମ୍ବଲପୁର ଅଭିମୁଖେ ଏକ ବାଇକ ଯୋଗେ ଗଂଜେଇ ଚୋରଚାଲାଣ ହେଉଥିବା ନେଇ ପୁଲିସ ଖବର ପାଇଥିଲା। ଏସପିଙ୍କ ନିର୍ଦେଶ କ୍ରମେ ପୁଲିସ ରକ୍ସା ଛକ ଠାରେ ଚଢ଼ାଉ କରି ବାଇକକୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ଏକ ବ୍ୟାଗରେ ଗଂଜେଇ ଥିବା ଜଣାପଡ଼ିଥିଲା। ସେଠାରୁ ବାଇକ ( ଓଡି୧୨-ଏ-୧୧୪୪ ସହ ଗଂଜେଇ ଜବତ କରିଥିଲା।
କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମଣିକୁତି ଗ୍ରାମର ମଙ୍ଗୁଲୁ ସାହୁ ଏବଂ ପ୍ରଦୀପ ସାହୁଙ୍କୁ ପୁଲିସ ଗିରଫ କରିଛି। ଏହି ଚଢାଉର ନେତୃତ୍ୱ ନେଇଥିଲେ ବୀରମହାରାଜପୁର ଥାନା ସବ୍ ଇନ୍ସପେକ୍ଟର ଅବିନାଶ ପ୍ରଧାନ ଓ ଅନ୍ୟାନ୍ୟ କର୍ମଚାରୀ। ଏହା ସହିତ ଅଭିଯୁକ୍ତଙ୍କ ପାଖରୁ ନଗଦ ୧୫୦୦ ଟଙ୍କା ଏବଂ ଦୁଇଟି ମୋବାଇଲ ମଧ୍ୟ ପୁଲିସ ଜବତ କରିଛି। ତେବେ ମାଜିଷ୍ଟେଟଙ୍କ ଉପସ୍ଥିତିରେ ଗଂଜେଇ ଓଜନ କଲାପରେ ୭ କେଜି ୮୦୦ ଗ୍ରାମ ଥିବା ଜଣାପଡ଼ିଥିଲା। ଏନେଇ ଏକ ମାମଲା ୧୪୦/୨୪ରେ ମାମଲା ରୁଜ୍ଜୁ କରି ଥାନା ଅଧିକାରୀ ସୋଭା କର ସେଟ୍ ତଦନ୍ତ କରି ଅଭିଯୁକ୍ତ ଦ୍ବୟଙ୍କୁ ଅପରାହ୍ନ ସମୟରେ କୋର୍ଟ ଚାଲାଣ କରିଥିଲେ। ଉଭୟଙ୍କ ଜାମିନ ଆବେଦନ ନାମଞ୍ଜୁର କରିଦେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।
[ad_2]