ରାଜନୀତି

ମୋଦୀଙ୍କ ବିରୋଧରେ ପୂର୍ବ ଆଇପିଏସ୍‌ ପ୍ରାର୍ଥୀ – Kalinga News

[ad_1]

ଭୋପାଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରାଣସୀ ଲୋକସଭା ଆସନରୁ ପୁନର୍ବାର ନିର୍ବାଚନ ଲଢ଼ୁଛନ୍ତି। ତାଙ୍କର ପ୍ରତିଦ୍ବନ୍ଦ୍ବୀ ଭାବେ ଲଢ଼ୁଥିବା ମଧ୍ୟପ୍ରଦେଶର ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀ ମୈଥିଲୀ ଶରଣ ଗୁପ୍ତାଙ୍କୁ ନେଇ ବର୍ତ୍ତମାନ ଚର୍ଚ୍ଚା ଚାଲିଛି। ଭୋପାଳ ବାସିନ୍ଦା ଆଇପିଏସ୍‌ ଅଧିକାରୀ ଗୁପ୍ତା ସ୍ବତନ୍ତ୍ର ଡିଜିପି (ପୁଲିସ ସଂସ୍କାର) ଭାବେ କାର୍ଯ୍ୟକରି ଅବସର ନେଇଥିଲେ। ଅବସରପରେ ସେ ଏକ ଏନ୍‌ଜିଓ ଗଠନ କରି ଦୁର୍ନୀତି ବିରୋଧରେ ଜନସଚେତନତା ଦୃଷ୍ଟି କରୁଛନ୍ତି। ତାଙ୍କର ଲକ୍ଷ୍ୟ ସମ୍ପର୍କରେ ଆଜି ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ ସେ ଭାରତ‌ର ଆଇପିସି ଓ ସିଆର୍‌ପିସିରେ ସଂସ୍କାର ଚାହାନ୍ତି। ଏନେଇ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ବିସ୍ତୃତ ଚିଠି ଲେଖିଛନ୍ତି, କିନ୍ତୁ ପ୍ରଧାନମନ୍ତ୍ରୀ ଏହି ଚିଠିର ପ୍ରତ୍ୟୁତ୍ତର ଦେଇନାହାନ୍ତି। ଏଥିପାଇଁ ସେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ ଲଢ଼ିବାକୁ ମନସ୍ଥ କରିଛନ୍ତି। ସୂଚନାଯୋଗ୍ୟ ଗୁପ୍ତା ବର୍ତ୍ତମାନ ଏକସଙ୍ଗରେ ଭୋପାଳ, ଝାନ୍‌ସୀ ଓ ବାରଣାସୀ ଆସନ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button