ରାଜନୀତି

ହଳଦୀ ପାଣିରେ ଗୋଡ଼ ଧୋଇଲେ ମହିଳା, ପାଦ ଛୁଇଁଲେ ଯୋଗେଶ – Kalinga News

[ad_1]

ସୁନ୍ଦରଗଡ଼: ସୁନ୍ଦରଗଡ଼ ବିଧାନସଭାର ବିଜେଡି ପ୍ରାର୍ଥୀ ଯୋଗେଶ ସିଂ ତାଙ୍କ ନିର୍ବାଚନୀ ପ୍ରଚାରକୁ ଜୋର୍‌ କରିଛନ୍ତି। ନିର୍ବାଚନମଣ୍ଡଳୀର ବିଭିନ୍ନ ଗାଁକୁ ଯାଇ ଭୋଟ ମାଗିଲା ବେଳେ ପ୍ରତିଦିନ କିଛି ନା କିଛି ନିଆରା ‌ଦୃଶ୍ୟ ଦେଖିବାକୁ ମିଳୁଛି। ଦୁଇ ଦିନ ତ‌ଳେ ଝାଳନାଳ ହୋଇ ପ୍ରଚାର କରୁଥିବା ଯୋଗଶଙ୍କୁ ଜଣେ ମହିଳା ଭୋଟର ଘରକୁ ଡାକି ନେଇ ପଖାଳ ଖା‌ଇବାକୁ ଦେଇଥିଲେ। ଯାହା ଚର୍ଚ୍ଚାର ବିଷୟ ହୋଇଥିଲା। ଗୁରୁବାର ଆଉ ଏକ ଭିନ୍ନ ଦୃଶ୍ୟ ସାମ୍ନାକୁ ଆସିଛି। ସୁନ୍ଦରଗଡ଼ ବ୍ଲକ୍‌ ଲେଢ଼ିମଙ୍ଗ ପଞ୍ଚାୟତ ଧରୁଆଡିହିକୁ ପ୍ରଚାର ପାଇଁ ଯାଇଥିବାବେଳେ ଗାଁ ଲୋକଙ୍କ ସହ ଜଣେ ମହିଳା ଭୋଟର ପ୍ରଭା ପଟ୍ଟନାୟକ ହଳଦୀପାଣିରେ ଯୋଗେଶଙ୍କ ପାଦ ଧୋଇ ସ୍ବାଗତ ଜଣାଇଥିଲେ। ଏହି ସମୟରେ ଯୋଗେଶ ମହିଳାଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ। ନିର୍ବାଚନ ସମୟରେ ନେତା ଭୋଟରଙ୍କ ପାଦ ଧରିଥାନ୍ତି, କିନ୍ତୁ ଏଠି ଜଣେ ଭୋଟର ହଳଦୀପାଣିରେ ନେତାଙ୍କ ପାଦ ଧୋଇ ସ୍ବାଗତ କରିବା ଭିନ୍ନ ଚର୍ଚ୍ଚା ସୃଷ୍ଟି କରିଛି।

ଯୋଗେଶ ସଦର ବ୍ଲକ ଅନ୍ତର୍ଗତ ଲେଢ଼ିମଙ୍ଗ ପଞ୍ଚାୟତ ଓ ମଝାପଡ଼ା ପଞ୍ଚାୟତର ଲେଢ଼ିମଙ୍ଗବସ୍ତି, ସୁଆମାଲ, କେନ୍ଦୁପଡ଼ା, ଧାରୁଆଡିହି, ସୁନାମୁଣ୍ଡା, ବାବୁପଡ଼ା, ଡୂଡ଼ୁକାବାହାଲ, ତିଲେଇମଲ୍ଟି, ବାନ୍ଦୁବାହାଲ, ତୁଲେମବୁଡ, ଅମସରଙ୍ଗା, କୁମ୍ଭାରଢିପା , ମଝାପଡା, ତେଲିମାଲ, ନୂଆଁପଡା ଠାରେ ପ୍ରଚାର କାର୍ଯ୍ୟକ୍ରମ କରିଥିଲେ। ପ୍ରାୟ ସବୁ ଗାଁରେ ଲୋକେ ଗାଁର ବିଭିନ୍ନ ସମସ୍ୟା ସମ୍ପର୍କରେ ଯୋଗେଶଙ୍କୁ ଅବଗତ କରି ସମାଧାନ ପାଇଁ ଅନୁରୋଧ କରିଥିଲେ। ଯୋଗେଶ ସମସ୍ତ ଦାବି ପୂରଣ ନେଇ ପ୍ରତିଶ୍ରୁତି ଦେଇଥିଲେ। ଏହା ସହ ନବୀନ ସରକାରଙ୍କ ବିକାଶ ତାଲିକା ଉପସ୍ଥାପନ କରି ଆସନ୍ତା ସାଧାରଣ ନିର୍ବାଚନରେ ଲୋକସଭା ଓ ବିଧାନସଭାରେ ଶଂଖ ଚିହ୍ନରେ ଇଭିଏମ ବଟନ୍ ଟିପି ବିଜେଡି ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ନିବେଦନ କରିଥିଲେ। ହୁଳହୁଳି ଓ ପୁରୁଷମାନେ ରତାଳି ଦେଇ ଯୋଗେଶଙ୍କୁ ସମର୍ଥନ ଜଣାଇଥିବା ଦେଖାଯାଇଥିଲା । ପ୍ରଚାରରେ ବ୍ଲକ୍ ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ଅଶ୍ୱିନୀ କୁମାର ନାଏକ, ଜିଲ୍ଲା ପରିଷଦ ସଭ୍ୟା ମଂଜୁଲତା ସେଠ, ଲେଢ଼ିମଙ୍ଗ ସରପଞ୍ଚ ଅନିରୁଦ୍ଧ ଠେମରିଆ, ସମିତିସଭ୍ୟ ମନୋଜ ଅଗସ୍ତି, ବସନ୍ତ ଶେଖର ଦେଓ, ବରିଷ୍ଠ ନେତା ଅମୃତ ଶେଖର ଦେଓ, ଶିବାଶିଷ ନାଏକ, ବଂଶୀଧର ମେହେର, ଅବସରପ୍ରାପ୍ତ ପୁଲିସ ଅଧିକାରୀ ସୁରେନ୍ଦ୍ର ସାହୁ, ଅବସରପ୍ରାପ୍ତ ସିଆଇଏସଏଫ ଯବାନ ପ୍ରଶାନ୍ତ ସାହୁ, ସନ୍ତୋଷ ମଗର ପ୍ରମୁଖ ସାମିଲ ହୋଇ ଯୋଗେଶଙ୍କ ବିଜୟ ପାଇଁ ସଂକଳ୍ପ କରିଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button