ରାଜନୀତି

କର୍ଣ୍ଣାଟକରେ ସିଦ୍ଦରମୈୟାଙ୍କୁ ଝଟକା: ଉଚ୍ଚ ସଦନରେ ମନ୍ଦିର ଟିକସ ବିଲ୍ ଗୃହୀତ ହୋଇ ପାରିଲାନି – Kalinga News

[ad_1]

ବେଙ୍ଗାଲୁରୁ: କର୍ଣ୍ଣାଟକର କଂଗ୍ରେସ ନେତୃତ୍ୱାଧୀନ ସରକାରକୁ ଏକ ଝଟକା ଲାଗିଛି। ଗତକାଲି ବିଳମ୍ବିତ ସନ୍ଧ୍ୟାରେ ରାଜ୍ୟ ବିଧାନ ପରିଷଦରେ ଏକ କୋଟିରୁ ଅଧିକ ରାଜସ୍ୱ ଥିବା ମନ୍ଦିରର ଆୟ ଉପରେ ୧୦ ପ୍ରତିଶତ ଟିକସକୁ ବାଧ୍ୟତାମୂଳକ କରୁଥିବା ବିଲ୍ ଗୃହୀତ ହୋଇପାରିନି। ରାଜ୍ୟ ବିଧାନସଭାରେ ଏହି ବିଲ୍ ପାରିତ ହେବାର ଦୁଇ ଦିନ ପରେ ଏହା ଘଟିଛି। କର୍ଣ୍ଣାଟକରେ ଏହି ବିଲ୍‌କୁ ନେଇ ତୀବ୍ର ବିବାଦ ସୃଷ୍ଟି ହୋଇଥିବା ବେଳେ ବିରୋଧୀ ବିଜେପି କଂଗ୍ରେସ ‘ହିନ୍ଦୁ ବିରୋଧୀ’ ନୀତି ଲାଗୁ କରୁଥିବା ଅଭିଯୋଗ ଆଣିଛି। କର୍ଣ୍ଣାଟକର ବିଧାନ ପରିଷଦରେ ଶାସକ ଦଳ ତୁଳନାରେ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ର ସଂଖ୍ୟା ଅଧିକ ରହିଛି। କଂଗ୍ରେସର ୩୦, ବିଜେପିର ୩୫, ଜେଡିଏସ୍‌ର ୮ ଓ ଜଣେ ସ୍ୱାଧୀନ ପ୍ରାର୍ଥୀ ଅଛନ୍ତି। ପରିଷଦର ଗୋଟିଏ ଆସନ ଖାଲି ପଡ଼ିଛି।

କର୍ଣ୍ଣାଟକ ସରକାର ‘କର୍ଣ୍ଣାଟକ ହିନ୍ଦୁ ଧାର୍ମିକ ଅନୁଷ୍ଠାନ ଓ ଚାରିଟେବଲ୍ ଏଣ୍ଡାଓମେଣ୍ଟ୍ ସଂଶୋଧନ ବିଲ୍ ୨୦୨୪’ ଆଣିଛନ୍ତି, ଯେଉଁଥିରେ ୧ କୋଟିରୁ ଅଧିକ ରାଜସ୍ୱ ଥିବା ମନ୍ଦିରରୁ ୧୦ ପ୍ରତିଶତ ଟିକସ ଆଦାୟକୁ ବାଧ୍ୟତାମୂଳକ କରାଯାଇଛି। ପରିବହନ ମନ୍ତ୍ରୀ ରାମଲିଙ୍ଗା ରେଡ୍ଡୀ କହିଛନ୍ତି ଯେ ୨୦୧୧ରେ କ୍ଷମତାରେ ଥିବା ଦଳ ଏହି ବିଲ୍‌ରେ ସଂଶୋଧନ କରିଥିଲା। ଆମେ ହିନ୍ଦୁ ବିରୋଧୀ ନୁହଁ। ବାସ୍ତବରେ ବିଜେପି ହିନ୍ଦୁ ବିରୋଧୀ। ଏହି ଆଇନ ୨୦୦୩ ମସିହାରେ କାର୍ଯ୍ୟକାରୀ ହୋଇଥିଲା। ସେମାନେ ୨୦୧୧ରେ ବିଧାନସଭାରେ ଏହି ସଂଶୋଧନକୁ ଅନୁମୋଦନ କରିଥିଲେ। ଏବେ ବିରୋଧ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି। ରାଜ୍ୟର ନିମ୍ନ ସଦନରେ ଏହି ବିଲ୍ ପାରିତ ହେବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ବିଏସ୍ ୟେଦୁରପ୍ପା ପ୍ରଶ୍ନ କରିଛନ୍ତି ଯେ କେବଳ ହିନ୍ଦୁ ମନ୍ଦିରର ଯାଞ୍ଚ କାହିଁକି କରାଯାଉଛି, ଅନ୍ୟ ଧର୍ମର ଆୟ କାହିଁକି ନୁହେଁ?



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button