ରାଜ୍ୟସଭା ସାଂସଦ ଭାବେ ଶପଥ ନେବା ପାଇଁ ଜାମିନ ମାଗିଲେ ଜେଲରେ ଥିବା ଆପ୍ ନେତା ସଞ୍ଜୟ ସିଂହ – Kalinga News

[ad_1]
ନୂଆଦିଲ୍ଲୀ: ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେବା ଏବଂ ଚଳିତ ସଂସଦ ଅଧିବେଶନରେ ଯୋଗଦେବା ପାଇଁ ସଂପ୍ରତି ଅବକାରୀ ଦୁର୍ନୀତି ମାମଲାରେ ଜେଲରେ ଥିବା ଆପ୍ ର ବରିଷ୍ଠ ନେତା ସଞ୍ଜୟ ସିଂହ ଅନ୍ତରୀଣ ଜାମିନ ପାଇଁ ଗୁରୁବାର ଦିଲ୍ଲୀର ଏକ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ଶ୍ରୀ ସିଂହଙ୍କ ଆବେଦନ ଉପରେ ସ୍ୱତନ୍ତ୍ର ବିଚାରପତି ଏମ୍ କେ ନାଗପାଲ ଇଡିକୁ ନୋଟିସ୍ ଜାରି କରିବା ସହ ଫେବ୍ରୁଆରି ୪ରୁ ୧୦ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ଆବେଦନ ଉପରେ ଫେବ୍ରୁଆରି ୩ ସୁଦ୍ଧା ଜବାବ ଦାଖଲ କରିବାକୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି।
କୋର୍ଟ କହିଛନ୍ତି, ‘୨୦୨୪ ଫେବ୍ରୁଆରି ୩ ତାରିଖରେ ମୁଖ୍ୟ ମାମଲାର ଶୁଣାଣି ପାଇଁ କୋର୍ଟରେ ତାଲିକାଭୁକ୍ତ ହୋଇଥିବା ଜଣାପଡ଼ିଛି। ଉପରୋକ୍ତ ତାରିଖ ଓ ସମୟ ପାଇଁ ଇଡି ପାଇଁ ଆଇଓ (ତଦନ୍ତକାରୀ ଅଧିକାରୀ)/ଏସପିପି (ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର)ଙ୍କୁ ଏହି ଆବେଦନର ନୋଟିସ୍ ଜାରି କରାଯାଉ।’
‘ଇଡି ତରଫରୁ ଯଦି କୌଣସି ଉତ୍ତର ଅଛି, ତେବେ ଉପରୋକ୍ତ ତାରିଖ ସୁଦ୍ଧା ସକାରାତ୍ମକ ଜବାବ ଦାଖଲ କରାଯାଉ, କାରଣ ଏହା ଦେଖିବାକୁ ମିଳୁଛି ଯେ ସଂସଦ ସଦସ୍ୟ (ରାଜ୍ୟସଭା) ଭାବେ ଶପଥ ନେବା ଏବଂ ଚଳିତ ସଂସଦ ଅଧିବେଶନରେ ଯୋଗ ଦେବା ପାଇଁ ଅଭିଯୁକ୍ତ ଫେବକରୁଆରି ୪ରୁ ୧୦, ୨୦୨୪ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ମାଗୁଛନ୍ତି’, ବୋଲି ବିଚାରପତି କହିଛନ୍ତି।
ଅକ୍ଟୋବର ୪ ତାରିଖରେ ଶ୍ରୀ ସିଂହଙ୍କୁ ଇଡି ଗିରଫ କରିଥିଲା। ଡିସେମ୍ବର ୨୨ତାରିଖରେ ଅଦାଲତ ତାଙ୍କ ଜାମିନ ଆବେଦନ ଖାରଜ କରି କହିଥିଲେ ଯେ ସେ ୨ କୋଟି ଟଙ୍କାର ଅପରାଧ ଆୟ ସହ ଜଡ଼ିତ ଏବଂ ତାଙ୍କ ବିରୋଧରେ ମାମଲା ‘ପ୍ରକୃତ’ ।
ଉଲ୍ଲେଖଯୋଗ୍ୟ, ଶ୍ରୀ ସିଂହ ଗତ ମାସରେ ଦ୍ୱିତୀୟ ଥର ପାଇଁ ଦିଲ୍ଲୀରୁ ବିନା ପ୍ରତିଦ୍ୱନ୍ଦ୍ୱିତାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି।
[ad_2]