ରାଜନୀତି

ଝାଡ଼ଖଣ୍ଡ ଅଚଳାବସ୍ଥାର ଅବସାନ: ଶପଥ ନେଲେ ଚମ୍ପାଇ, ୫ରେ ଆସ୍ଥା ଭୋଟ୍‌ – Kalinga News

[ad_1]

ସୋରେନ୍‌ଙ୍କ ଆବେଦନ ଗ୍ରହଣ କଲେନି ସୁପ୍ରିମ୍‌କୋର୍ଟ, ହାଇକୋର୍ଟ ଯିବାକୁ କହିଲେ

ରାଞ୍ଚି: ହେମନ୍ତ ସୋରେନ ଗିରଫ ହେବାର ଦୁଇଦିନ ପରେ ଝାଡ଼ଖଣ୍ଡ ପରିବହନ ମନ୍ତ୍ରୀ ଚମ୍ପାଇ ସୋରେନଙ୍କୁ ରାଜ୍ୟପାଳ ସିପି ରାଧାକୃଷ୍ଣନ ଆଜି ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥପାଠ କରାଇଛନ୍ତି। ଚମ୍ପାଇ ସୋରେନଙ୍କୁ ତାଙ୍କ ସରକାରର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବା ପାଇଁ ୧୦ ଦିନ ସମୟ ଦିଆଯାଇଥିଲେ ମଧ୍ୟ ଆସନ୍ତା ୫ ତାରିଖ ଦିନ ସେ ଆସ୍ଥା ଭୋଟ୍‌ ଲୋଡ଼ିବେ ବୋଲି ଜଣାପଡ଼ିଛି। ଆଜି ଶପଥ ପରେ ଚମ୍ପାଇ କହିଛନ୍ତି ଯେ ଆମର ମେଣ୍ଟ ବହୁତ ମଜଭୁତ ଅଛି ଏବଂ ଏହାକୁ କେହି ଭାଙ୍ଗିପାରିବେ ନାହିଁ । ରାଜ୍ୟରେ ଜେଏମ୍‌ଏମ୍‌, କଂଗ୍ରେସ ଓ ଆର୍‌ଜେଡିର ମୋଟ ୪୭ ବିଧାୟକ ଥିବାବେଳେ ସେମାନଙ୍କ ମଧ୍ୟରୁ ୩୭ ଜଣ ଆଜି ହାଇଦ୍ରାବାଦରେ ପହଞ୍ଚିଛନ୍ତି।

ସୋରେନ୍‌ଙ୍କ ଆବେଦନ ଗ୍ରହଣ କଲେନି ସୁପ୍ରିମ୍‌କୋର୍ଟ
ହାଇକୋର୍ଟ ଯିବାକୁ କହିଲେ
୩୭ ବିଧାୟକ ହାଇଦ୍ରାବାଦରେ

ହେମନ୍ତ ସୋରେନ୍ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର ୨୪ ଘଣ୍ଟା ପରେ ଗୁରୁବାର ବିଳମ୍ବିତ ରାତିରେ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ ଚମ୍ପାଇଙ୍କ ନିଯୁକ୍ତିକୁ ଚୂଡ଼ାନ୍ତ କରିଥିଲେ। ମନିଲଣ୍ଡରିଂ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ ହେବାର ଠିକ୍ ପୂର୍ବରୁ ହେମନ୍ତ ସୋରେନ ବୁଧବାର ରାତିରେ ରାଜ୍ୟପାଳଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଥିଲେ। ତେଣେ ମନିଲଣ୍ଡରିଂ ଅଭିଯୋଗରେ ହେମନ୍ତଙ୍କ ଗିରଫଦାରିକୁ ଚ୍ୟାଲେଞ୍ଜ କରି କରାଯାଇଥିବା ଆବେଦନକୁ ସୁପ୍ରିମ୍‌କୋର୍ଟ ଗ୍ରହଣ କରିବାକୁ ମନା କରିଦେଇଛନ୍ତି। ବରଂ ତାଙ୍କୁ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବାକୁ କୁହାଯାଇଛି। ଜଷ୍ଟିସ୍ ସଞ୍ଜୀବ ଖାନ୍ନା, ଜଷ୍ଟିସ୍ ଏମ୍‌ଏମ୍ ସୁନ୍ଦରେଶ ଓ ବେଲା ଏମ୍ ତ୍ରିବେଦୀଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଭାରତୀୟ ସମ୍ବିଧାନର ଧାରା ୩୨ ଅନୁଯାୟୀ ବର୍ତ୍ତମାନର ରିଟ୍ ପିଟିସନକୁ ଆମେ ଗ୍ରହଣ କରିବାକୁ ଚାହୁନାହୁଁ ଏବଂ ଭାରତୀୟ ସମ୍ବିଧାନର ଧାରା ୨୨୬ ଅନୁଯାୟୀ ଆବେଦନକାରୀଙ୍କୁ ହାଇକୋର୍ଟର ଦ୍ୱାରସ୍ଥ ହେବାକୁ ପରାମର୍ଶ ଦେଉଛୁ।

ଝାଡ଼ଖଣ୍ଡ ରାଜ୍ୟ ଆନ୍ଦୋଳନର ଜଣେ ବରିଷ୍ଠ ନେତା ୬୭ ବର୍ଷୀୟ ଚମ୍ପାଇ ସୋରେନ୍ ଜେଏମ୍ଏମ୍‌ର ଅନ୍ୟତମ ବରିଷ୍ଠ ନେତା ଏବଂ କଲ୍ୟାଣ ଓ ପରିବହନ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ତୁଲାଇଛନ୍ତି। ଝାଡ଼ଖଣ୍ଡ ବିଧାନସଭାରେ ତାଙ୍କୁ ବିଧାୟକ ଦଳ ନେତା ଭାବେ ପଦୋନ୍ନତି ମିଳିବା ପରେ ହେମନ୍ତଙ୍କ ପିତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ସହ ଘନିଷ୍ଠତା ଓ ବରିଷ୍ଠତା କାରଣରୁ ଶାସକ ମେଣ୍ଟର ଅନ୍ୟମାନେ ତାଙ୍କୁ ଗ୍ରହଣ କରିବାକୁ ବାଧ୍ୟ ହୋଇଥିଲେ।
ସଢ଼େଇକଳା-ଖରସୁଆଁ ଜିଲ୍ଲାର ଜିଲିଙ୍ଗଗୋଡା ଗାଁର ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିବା ସୋରେନ ଅଭାବ ମଧ୍ୟରେ ବଡ଼ ହୋଇଥିଲେ ଏବଂ ଅଲଗା ଝାଡ଼ଖଣ୍ଡ ପାଇଁ ଆନ୍ଦୋଳନରେ ଯୋଗ ଦେଇଥିଲେ। ତାଙ୍କ ମନରେ ସବୁବେଳେ ଗାଁର ଲୋକ, ଅର୍ଥାତ୍ ଆଦିବାସୀଙ୍କ କଲ୍ୟାଣ ଚିନ୍ତା ଥିଲା। ଏହି କାରଣରୁ ସେ ଦଶମ ଶ୍ରେଣୀ ପରେ ଆଉ ପାଠ ପଢ଼ି ପାରି ନ ଥିଲେ ଏବଂ ଜନସେବାରେ ନିଜକୁ ନିୟୋଜିତ କରିଥିଲେ ବୋଲି ତାଙ୍କ ସହଯୋଗୀମାନେ କହିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button