ଅପରାଧ

ଲୁହାପଥର ଗୁଣ୍ଡ ବଦଳରେ ଖଣ୍ଡ ପରିବହନ: ଖଣି ବିଭାଗ ଦ୍ୱାରା ୮ ଟ୍ରକ୍ ଜବତ – Kalinga News

[ad_1]

ଯୋଡ଼ା: କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳରେ ଲୁହାପଥର ପରିବହନ ବେଳେ ଗ୍ରେଡ୍‌ ହେର୍‌ଫେର୍‌ ଥମିବାର ନାଁ ଧରୁନି। ବିଭିନ୍ନ ଖଣିରୁ ଲୁହାପଥର ଗୁଣ୍ଡ ବଦଳରେ ଖଣ୍ଡ (ଲମ୍ପସ) ପରିବହନ କରାଯାଉଥିବାରୁ ସରକାର ବ୍ୟାପକ ରାଜସ୍ବ ହରାଉଛନ୍ତି। ପ୍ରଥମେ ଜୁରୁଡ଼ି ଲୁହାପଥର ଖଣି, ଏହାପରେ ରୋଇଡ଼ାଠାରେ ଥିବା ଓଏମ୍‌ଡିସି ଖଣି ପରେ ଏବେ ଓଏମ୍‌ସି ଖଣ୍ଡବନ୍ଧ ଖଣିରୁ ମଧ୍ୟ ତଞ୍ଚକତା କରାଯାଇ ବେଆଇନ ଭାବେ ଲୁହାପଥର ଗୁଣ୍ଡ ବଦଳରେ ଲମ୍ପସ ପରିବହନ କରାଯାଉଥିବା ସାମ୍ନାକୁ ଆସିଛି। ଗତକାଲି ବିଳମ୍ବିତ ରାତିରେ ଖଣି ବିଭାଗ ୮ଟି ଟ୍ରକ୍‌କୁ ଜବତ କରି ତଦନ୍ତ ଚଳାଇଛି। ଗତକାଲି ବିଳମ୍ବିତ ରାତିରେ ଓଏମ୍‌ସି ଖଣ୍ଡବନ୍ଧ ଖଣିରୁ ୮ଟି ଟ୍ରକ୍‌ରେ ଲୁହାପଥର ବୋଝେଇ କରାଯାଇ ପଶ୍ଚିମବଙ୍ଗର କୋଲକାତା ନିକଟ ଧାନବାଦ ଫୁଏଲ୍‌ ନାମକ ସଂସ୍ଥାକୁ ପରିବହନ କରାଯାଉଥିଲା। ରାତି ପ୍ରାୟ ୨ଟା ସମୟରେ ନୟାଗଡ଼ ଓଜନକଣ୍ଟା ନିକଟରେ ଖଣି ବିଭାଗ ଅଧିକାରୀମାନେ ଟ୍ରକ୍‌ରେ ବୋଝେଇ ହୋଇଥିବା ଲୁହାପଥରର ମାନ ଯାଞ୍ଚ କରିଥିଲେ। ଲୁହାପଥର ଗୁଣ୍ଡ ପରିବହନ ପାଇଁ ଅନୁମତି ଥିବାବେଳେ ଟ୍ରକ୍‌ଗୁଡ଼ିକରେ ଲମ୍ପ୍‌ସ (ଖଣ୍ଡ) ବୋଝେଇ ହୋଇଥିବା ଦେଖିବାକୁ ମିଳିଥିଲା। ଖଣି ବିଭାଗ ଅଧିକାରୀମାନେ ଟ୍ରକ୍‌ଗୁଡ଼ିକୁ ଜବତ କରି ତଦନ୍ତ ଚଳାଇଛନ୍ତି।

ଖଣି ବିଭାଗ ସୂଚନା ଅନୁସାରେ, ଟନ୍‌ ପ୍ରତି ୩ ହଜାର ଟଙ୍କା ଥିବା ଗୁଣ୍ଡ ଲୁହାପଥର ପରିବହନ ପାଇଁ ଅନୁମତି ଥିଲା। ଟ୍ରକ୍‌ରେ ବୋଝେଇ ହୋଇଥିବା ଲୁହାପଥରର ମୂଲ୍ୟ ଟନ୍‌ ପ୍ରତି ୯ ହଜାର ଟଙ୍କା। ଅର୍ଥାତ୍‌ ଟନ୍‌ ପିଛା ୬ ହଜାର ଟଙ୍କାର ବ୍ୟବଧାନ ରହିଛି। ଜବତ ହୋଇଥିବା ସମସ୍ତ ଟ୍ରକ୍‌ ୧୬ ଚକିଆ। ଗୋଟିଏ ଗୋଟିଏ ଟ୍ରକ୍‌ରେ ୩୫ ଟନ୍‌ ଲେଖାଏଁ ଲୁହାପଥର ବୋଝେଇ‌ ହୋଇଥିବା ଜଣାପଡ଼ିଛି। ଏହାକୁ ହିସାବକୁ ନେଲେ ୮ଟି ଟ୍ରକ୍‌ରେ ୨୮୦ ଟନ୍‌ ଲୁହାପଥର ବାବଦକୁ ପାଖାପାଖି ୧୬ ଲକ୍ଷ ୮୦ ହଜାର ଟଙ୍କା ହଡ଼ପ କରିବାକୁ ମସୁଧା କରାଯାଇଥିଲା।

ପୂର୍ବରୁ ଗ୍ରେଡ୍‌‌ ହେର୍‌ଫେର୍‌ ଅଭିଯୋଗରେ ଗତ ଜାନୁଆରିରେ ଜୁରୁଡ଼ି ଲୁହାପଥର ଖଣିରୁ ଧାମରା ବନ୍ଦରକୁ ପରିବହନ ହୋଇଥିବା ୪୦ରୁ ଊର୍ଦ୍ଧ୍ବ ଟ୍ରକ୍‌କୁ ଏସ୍‌ଟିଏଫ୍‌ ଅଟକ ରଖିଥିଲା। ସେହିପରି ରୋଇଡ଼ାଠାରେ ଥିବା ଓଡ଼ିଶା ମାଇନିଂ ଡେଭଲପମେଣ୍ଟ କର୍ପୋରେସନ (ଓଏମ୍‌ଡିସି) ଖଣିର ଷ୍ଟାକ୍‌ରେ ବ୍ୟାପକ ହେର୍‌ଫେର୍‌ କରାଯାଇଥିଲା। ଷ୍ଟାକ୍‌ରେ ଉପରେ ଗୁଣ୍ଡ ଲୁହାପଥର ଏବଂ ଭିତରେ ଲୁହାପଥର ଖଣ୍ଡ (ଲମ୍ପସ) ଲୁଚାଇ ରଖାଯାଇଥିଲା। କମ୍ପାନି ଏଠାରୁ ଲୁହାପଥର ଗୁଣ୍ଡ ପରିବହନ ପାଇଁ ଅନୁମତି ପାଇଥିବା ବେଳେ ତଞ୍ଚକତା କରି ଲୁହାପଥର ଖଣ୍ଡ ପରିବହନ କରୁଥିବା ଅଭିଯୋଗ ହୋଇଥିଲା। ଖଣି ବିଭାଗ ଚଢ଼ଉ କରି ଖଣିରେ ଗଚ୍ଛିତ ଥିବା ୭ ହଜାର ମେଟ୍ରିକ୍ ଟନ୍ ଲୁହାପଥର ଖଣ୍ଡ ଜବତ କରିଥିଲା। ବର୍ତ୍ତମାନ ଓଏମ୍‌ସି ଖଣ୍ଡବନ୍ଧ ଖଣିରୁ ପରିବହନ ହୋଇଥିବା ଲୁହାପଥର ଗ୍ରେଡ୍‌ରେ ତଞ୍ଚକତା ହୋଇଥିବା ପଦାକୁ ଆସିଛି। ଲୁହାପଥର ଗ୍ରେଡ୍‌ ହେର୍‌ଫେର୍‌ ଏକ ସାଧାରଣ କଥାରେ ପରିଣତ ହୋଇଛି। ଏ ସମ୍ପର୍କରେ ଯୋଡ଼ା ଖଣି ଉପନିର୍ଦ୍ଦେଶକ ଦିନେଶ ଅଗ୍ରୱାଲଙ୍କୁ ପଚାରିବାରୁ, ବିଭାଗୀୟ ଅଧିକାରୀମାନେ ଲୁହାପଥର ବୋଝେଇ ଟ୍ରକ୍‌ଗୁଡ଼ିକୁ ଜବତ କରି ତଦନ୍ତ ଚଳାଇଛନ୍ତି। ତଦନ୍ତ ଏଯାଏ ଶେଷ ହୋଇନଥିବା ସେ କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button