ଅପରାଧ

ପତ୍ନୀ ଉପରେ ରାଗ ସୁଝାଇବାକୁ ବାହାଘର ଆଗରୁ ପୁଅକୁ ହତ୍ୟା କରିଛି ବାପା – Kalinga News

[ad_1]

ନୂଆଦିଲ୍ଲୀ: ଦିଲ୍ଲୀର ଜଣେ ୨୯ ବର୍ଷୀୟ ଜିମ୍ ପ୍ରଶିକ୍ଷକଙ୍କୁ ହତ୍ୟା କରିଥିବା ବ୍ୟକ୍ତି ଜଣଙ୍କୁ ଏବେ ପୁଲିସ୍‌ ଗିରଫ କରିସାରିଛି। ଗିରଫ ହେବା ପରେ ବ୍ୟକ୍ତି ଜଣକ କାହିଁକି ପୁତ୍ରକୁ ହତ୍ୟା କରିଛନ୍ତି ବୋଲି ସ୍ବୀକାର କରିଛନ୍ତି। ତାଙ୍କ କହିବା କଥା ହେଲା ତାଙ୍କଠାରୁ ଅଲଗା ହୋଇ ଯାଇଥିବା ପତ୍ନୀଙ୍କୁ ଶିକ୍ଷା ଦେବା ପ‌ାଇଁ ସେ ଏପରି କରିଛନ୍ତି।

ତିନିରୁ ଚାରି ମାସ ପର୍ଯ୍ୟନ୍ତ ସେ ଏହି ହତ୍ୟାକାଣ୍ଡର ଯୋଜନା କରିଥିଲେ ବୋଲି ଅନୁସନ୍ଧାନରୁ ଜଣାପଡିଛି। ନିକଟରେ ଏକ ରାତିରେ ଅପରାଧ କରିବା ପରେ ଦିଲ୍ଲୀ ଛାଡି ପଳାଇଥିବା ୫୪ ବର୍ଷୀୟ ଅଭିଯୁକ୍ତ ରଙ୍ଗ ଲାଲଙ୍କୁ ଜୟପୁରରେ ଗିରଫ କରାଯାଇଛି।

ଗୁରୁବାର ଦିନ ସକାଳୁ ଜଣେ ୨୯ ବର୍ଷୀୟ ଜିମ୍ ପ୍ରଶିକ୍ଷକଙ୍କୁ ହତ୍ୟା ଅଭିଯୋଗ ହୋଇଥିଲା। ଏବେ ସେହି ମାମଲାରେ ଅଭିଯୁକ୍ତ ବାପାକୁ ଗିରଫ କରିଛି ପୁଲିସ୍‌। ଆଉ ମାତ୍ର କିଛି ଘଣ୍ଟା ପରେ ହୋଇଥାନ୍ତା ବାହାଘର। ହେଲେ ବାହାଘର ପୂର୍ବରୁ ହୋଇଗଲା ହତ୍ୟା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button