ଦିବ୍ୟାଙ୍କୁ ୧୧୧ ନମ୍ବର ରୁମ୍ରେ ହତ୍ୟା କରାଯାଇଥିଲା – Kalinga News

[ad_1]
ଗୁରୁଗ୍ରାମ: ମଡେଲ ଦିବ୍ୟା ପାହୁଜା ହତ୍ୟା ଘଟଣାରେ ହୋଟେଲ ମାଲିକ ଅଭିଜିତଙ୍କ ସହ ଅନ୍ୟ ୨ଜଣ ସହଯୋଗୀଙ୍କୁ ଗୁରୁଗ୍ରାମ ପୁଲିସ ଗିରଫ କରିଛି। ଏହି ହତ୍ୟା ଘଟଣାକୁ ନେଇ ଗୁରୁଗ୍ରାମ ଡିସିପି (କ୍ରାଇମ) ବିଜୟ ପ୍ରତାପ ସିଂହ କହିଛନ୍ତି, ମଡେଲ ଦିବ୍ୟା ପାହୁଜାଙ୍କ ଭଉଣୀ ନୈନା ପାହୁଜା ପୁଲିସକୁ ଫୋନ କରିଥିଲେ। ଆଉ କହିଥିଲେ କି ଭଉଣୀ ସହିତ କୌଣସି ଯୋଗାଯୋଗ ହୋଇପାରୁ ନାହିଁ। ଶେଷଥର ଭଉଣୀ ସହିତ କଥା ହୋଇଥିବା ବେଳେ ଲୋକେସନ ଦ ସିଟି ପଏଣ୍ଟ ହୋଟେଲ ସୂଚିତ ହୋଇଥିଲା। ଭଉଣୀକୁ ଖୋଜିବା ପାଇଁ ସେ ହୋଟେଲକୁ ଯାଇଥିବା ବେଳେ ତାଙ୍କୁ ନା ଭିତରକୁ ଯିବାକୁ ଦିଆଯାଉଛି ନା ସିସିଟିଭି ଦେଖାଯାଉଛି।

Sambad is now on WhatsApp
Join and get latest news updates delivered to you via WhatsApp
ଏହି ସୂଚନା ପାଇବା ପରେ ରାତି ୧ଟା ୩୦ରେ ସେକ୍ଟର-୧୪ ପୁଲିସ ଥାନାର ପୁଲିସ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ହୋଟେଲର ୧୧୪ ନମ୍ବର ରୁମ ସହିତ ଅନେକ ରୁମ ଯାଞ୍ଚ କରିଥିଲେ। ଏହାପରେ ଯେତେବେଳେ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ ଗୁରୁଗ୍ରାମ ପୁଲିସର ହୋସ ଉଡ଼ି ଯାଇଥିଲା। ସେମାନେ ଦେଖିବାକୁ ପାଇଥିଲେ ହତ୍ୟାକାରୀ ଅଭିଜିତ ସିଂହ ଦିବ୍ୟାଙ୍କ ମୃତଦେହକୁ ହୋଟେଲରୁ ଏକ ବେଡସିଟରେ ଗୁଡ଼ାଇ ଘୋଷାଡ଼ି ଘୋଷାଡ଼ି ଆଣି ବିଏମଡବ୍ଲ୍ୟୁ ଗାଡ଼ିରେ ରଖି ବାହାରେ କୌଣସି ଏକ ନିଛାଟିଆ ସ୍ଥାନରେ ଫିଙ୍ଗି ଦେବା ପାଇଁ ଗାଡ଼ିର ଚାବି ବଲରାଜ ଓ ରବି ବାଙ୍ଗାଙ୍କୁ ଦେଇସାରିଥିଲା।
କଥା ହେଉଛି ଅଭିଜିତ ସିଂହ ହୋଟେଲର ମାଲିକ। ତେଣୁ ତା’ପାଇଁ ସବୁବେଳେ ୧୧୪ନମ୍ବର ରୁମ ବୁକ ଥାଏ। କିନ୍ତୁ ଜାନୁଆରି ୨ ତାରିଖ ସକାଳେ ଅଭିଜିତ ଓ ଦିବ୍ୟାଙ୍କ ସହିତ ଆଉ ଜଣେ ବ୍ୟକ୍ତି ଥିଲେ। ଯିଏକି ୧୧୪ନମ୍ବର ରୁମରେ ରହିଥିବା ବେଳେ ଅଭିଜିତ ଓ ଦିବ୍ୟା ୧୧୧ନମ୍ବର ରୁମରେ ରହିଥିଲେ।
ଏଠାରେ ଅଭିଜିତ ଦିବ୍ୟାଙ୍କୁ ଗୁଳି କରି ହତ୍ୟା କରିବା ପରେ ରିସେପସନକୁ ଆସି ଅନୁପଙ୍କୁ କହିଥିଲା କି ପୁଲିସକୁ ସୂଚନା ଦେଇ ଦେଉକି ଦିବ୍ୟାଙ୍କ ମୃତଦେହ ୧୧୪ନମ୍ବର ରୁମରେ ପଡ଼ିଛି। ଅନୁପଙ୍କ ଫୋନ ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ହୋଟେଲର ୧୧୪ ନମ୍ବର ରୁମ ଖୋଜି ଚାଲି ଯାଇଥିଲା। ଯଦି ପୁଲିସ ଦଳ ହୋଟେଲର ସମସ୍ତ ରୁମ ଖୋଜିବା ସହିତ ଓ ଅନୁପଙ୍କୁ କଡ଼ା ଜେରା କରିଥାଆନ୍ତା ହୁଏତ ସଙ୍ଗେସଙ୍ଗେ ହତ୍ୟାକାରୀ ଓ ଦିବ୍ୟାଙ୍କ ମୃତଦେହ ୧୧୧ ନମ୍ବର ରୁମରୁ ମିଳି ଯାଇଥାଆନ୍ତା।
[ad_2]