ଖେଳ ଖବର

ରୋହିତ ଶର୍ମାଙ୍କ ପାଖରେ ଅଧିନାୟକତ୍ବ ରହିବାର ଥିଲା: ୱସିମ୍ ଅକ୍ରମ – Kalinga News

[ad_1]

ନୂଆଦିଲ୍ଲୀ: ଗୁଜରାଟ ଟାଇଟନ୍ସକୁ ପ୍ରଥମ ଆଇପିଏଲ୍‌ ଟ୍ରଫି ଜିତାଇଥିବା ହାର୍ଦ୍ଦିକ ପାଣ୍ଡ୍ୟା ଚଳିତ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସ ସହ ସାମିଲ ହୋଇଛନ୍ତି। ହାର୍ଦିକଙ୍କୁ ଟ୍ରେଡିଂ ଜରିଆରେ ଆଣିବା ପରେ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ତାଙ୍କୁ ନେତୃତ୍ବ ଦେଇଥିଲା। ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କୁ ଦାୟିତ୍ବମୁକ୍ତ କରାଯିବା ସହ ପାଣ୍ଡ୍ୟାଙ୍କୁ ପରବର୍ତ୍ତୀ ଅଧିନାୟକ ଘୋଷଣା କରିଥିଲା ଏମଆଇ। ରୋହିତ ୨୦୧୩ରେ ରିକି ପଣ୍ଟିଂଙ୍କଠାରୁ ମୁମ୍ବାଇ ଇଣ୍ଡିଆନ୍ସ ନେତୃତ୍ବ ଭାର ଗ୍ରହଣ କରିଥିଲେ।

ରୋହିତଙ୍କ ଅଧିନରେ ମୁମ୍ବାଇ ୫ଥର ଆଇପିଏଲ୍‌ ବିଜେତା ହୋଇଥିଲା। ଏହା ସତ୍ତ୍ବେ ବି ହାର୍ଦ୍ଦିକଙ୍କୁ ଅଧିନାୟକ କରାଯିବ‌ା ପରେ ରୋହିତଙ୍କ ପ୍ରଶଂସକଙ୍କୁ ଏହା ପସନ୍ଦ ଆସିନଥିଲା। ଏନେଇ ପାଣ୍ଡ୍ୟାଙ୍କୁ ଟ୍ରୋଲ କରାଯାଉଥିବା ବେଳେ ଏବେ ତାଙ୍କର ପ୍ରଦର୍ଶନ ଖରାପ ଥିବାରୁ ‌ଲୋକେ ତାଙ୍କୁ ଅଧିକ ଟ୍ରୋଲ କରୁଛନ୍ତି। ଏମିତି କି କିଛି କ୍ରିକେଟର ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସର ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଉଛନ୍ତି। ‌

ଏବେ ପାକିସ୍ତାନର ପୂର୍ବତନ କ୍ରିକେଟର ୱସିମ ଆକ୍ରାମ ସ୍ପୋର୍ଟସକିଡାକୁ ସାକ୍ଷାତକର ଦେଇ କହିଛନ୍ତି, “ଯେମିତି ସିଏସକେ ଲମ୍ବା ସମୟ ପର୍ଯ୍ୟନ୍ତ ଜଣକୁ ଅଧିନାୟକତ୍ବ ଦେଲା, ସେଭଳି ମୁମ୍ବାଇ ଇଣ୍ଡିଆନ୍ସକୁ କରିବାର ଥିଲା। ବେଶୀ ନହେଲେ ବି ରୋହିତ ଶର୍ମାଙ୍କୁ ଆଉ ବର୍ଷଟେ ପାଇଁ ଅଧିନାୟକ ରଖିବାର ଥିଲା। ବର୍ଷେ ପରେ ହାର୍ଦ୍ଦିକଙ୍କୁ ଅଧିନାୟକ କରିଥିଲେ ବୋଧହୁଏ ଏଭଳି ହୋଇନଥାନ୍ତି। ଏହା ମୋର ବ୍ୟକ୍ତିଗତ ମତ।”



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button