ୱେଷ୍ଟଇଣ୍ଡିଜ୍ର ଐତିହାସିକ ବିଜୟ: ଅଷ୍ଟ୍ରେଲିଆ ୮ ରନ୍ରେ ପରାସ୍ତ – Kalinga News
[ad_1]
ସମରଙ୍କୁ ବି ୭ ୱିକେଟ୍, ଶୃଙ୍ଖଳା ୧-୧ରେ ଅମୀମାଂସିତ
ବ୍ରିସବେନ୍: ଭାରତରେ ଭାରତକୁ ଇଂଲଣ୍ଡ ଅପ୍ରତ୍ୟାଶିତ ଭାବେ ହରାଇବା ପୂର୍ବରୁ ରବିବାର ସମାନ ଢ଼ଙ୍ଗରେ ଅଷ୍ଟ୍ରେଲିଆକୁ ଅଷ୍ଟ୍ରେଲିଆରେ ୮ ରନ୍ରେ ହରାଇଛି ଦୁର୍ବଳ ୱେଷ୍ଟଇଣ୍ଡିଜ୍। ଭାରତ ବିପକ୍ଷରେ ଟମ ହାର୍ଟଲି ୭ ୱିକେଟ୍ ନେଇଥିବାବେଳେ ଅଷ୍ଟ୍ରେଲିଆ ବିପକ୍ଷରେ ୭ ୱିକେଟ୍ ନେଇ ଦଳକୁ ଐତିହାସିକ ବିଜୟ ଦେଇଛନ୍ତି ଦ୍ରୁତ ବୋଲର ସମର ଯୋସେଫ୍। ଅଷ୍ଟ୍ରେଲିଆ ସମ୍ମୁଖରେ ମାତ୍ର ୨୧୬ ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଆହତ ଅବସ୍ଥାରେ ଥିବା ସମର କିନ୍ତୁ ଘରୋଇ ବ୍ୟାଟରଙ୍କୁ ଏହି ଲକ୍ଷ୍ୟରେ ପହଞ୍ଚାଇ ଦେଇନଥିଲେ। ମାତ୍ର ୬୮ ରନ୍ ବିନିମୟରେ ୭ ୱିକେଟ୍ ଦଖଲ କରି ନେବାରୁ ଅଷ୍ଟ୍ରେଲିଆ ୨୦୭ ରନ୍ରେ ସମସ୍ତ ୱିକେଟ୍ ହରାଇ ଦେଇଥିଲା। ଫଳରେ ୨ ମ୍ୟାଚ୍ ଟେଷ୍ଟ୍ ଶୃଙ୍ଖଳା ୧-୧ରେ ଅମୀମାଂସିତ ଭାବେ ଶେଷ ହୋଇଛି। ବରିଷ୍ଠ ଖେଳାଳିଙ୍କ ବିନା ଅଷ୍ଟ୍ରେଲିଆ ଆସିଥିବା କ୍ରେଗ୍ ବ୍ରାଥ୍ୱେଟଙ୍କ ଦଳ ଏହି ସ୍ମରଣୀୟ ବିଜୟ ହାସଲ କରିଛି। ଆହତ ଥିବାରୁ ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ପାଳିରେ ବ୍ୟାଟିଂ କରିପାରି ନଥିବା ସମର କିନ୍ତୁ ବୋଲିଂରେ ସାହସିକ ପ୍ରଦର୍ଶନ କରି ରାତାରାତି ନାୟକ ପାଲଟିଯାଇଛନ୍ତି। ଆଉ ଏକ ବିରଳ ଘଟଣା ହେଉଛି ବିବାରାତ୍ର ଟେଷ୍ଟରେ କ୍ରମାଗତ ୧୧ ବିଜୟ ପରେ ଅଷ୍ଟ୍ରେଲିଆ ପ୍ରଥମ ପରାଜୟ ବରଣ କରିଛି। ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ବିଜେତା ଅଷ୍ଟ୍ରେଲିଆକୁ ଅଷ୍ଟ୍ରେଲିଆ ମାଟିରେ ହରାଇ ୱେଷ୍ଟଇଣ୍ଡିଜ୍ ଏକ ବହୁ ପ୍ରତୀକ୍ଷିତ ସଫଳତା ପାଇଛି। ୧୯୯୭ ମସିହା ପରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆକୁ ଅଷ୍ଟ୍ରେଲିଆରେ ହରାଇଛି ୱେଷ୍ଟଇଣ୍ଡିଜ୍। ୪୧୮ ରନ୍ ବିଶ୍ବ ରେକର୍ଡ ପଶ୍ଚାତଧାବନ ବିଜୟ ପରଠାରୁ ଏହା ୱେଷ୍ଟଇଣ୍ଡିଜ୍ର ପ୍ରଥମ ବିଜୟ। ଅଷ୍ଟ୍ରେଲିଆ ମାଟିରେ ୭ ୱିକେଟ୍ ସଫଳତା ପାଇବାରେ ସମର ମଧ୍ୟ ଗୋମେଜ (୧୯୫୨), ରବର୍ଟସ (୧୯୭୫), କର୍ଟଲି ଆମ୍ବ୍ରୋଜ୍ (୧୯୯୩)ଙ୍କ ପରେ ଚତୁର୍ଥ ୱେଷ୍ଟଇଣ୍ଡିଆନ୍ ହୋଇଛନ୍ତି। ଯୋସେଫ୍ ମଧ୍ୟ ମ୍ୟାଚ୍ ଓ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସଂକ୍ଷିପ୍ତ ସ୍କୋର: ୱେଷ୍ଟଇଣ୍ଡିଜ୍ ପ୍ରଥମ ପାଳି: ୩୧୧ (ଯୋଶୁଆ ଡି’ସିଲଭା-୭୯, କାଭେମ୍ ହଜ୍-୭୧, ମିଚେଲ୍ ଷ୍ଟାର୍କ-୪/୮୨)। ଅଷ୍ଟ୍ରେଲିଆ ପ୍ରଥମ ପାଳି: ୨୮୯/୯, ଘୋଷଣା (ଉସମାନ ଖୱାଜା-୭୫, ଆଲେକ୍ସ କ୍ୟାରି-୬୫, ଅଲଜାରି ଯୋସେଫ-୪/୮୪, କେମାର ରୋଚ୍-୩/୪୭)। ୱେଷ୍ଟ୍ଇଣ୍ଡିଜ୍ ଦ୍ବିତୀୟ ପାଳି: ୧୯୩ (କିର୍କ ମ୍ୟାକେଞ୍ଜି-୪୧, ଜଷ୍ଟିନ୍ ଗ୍ରିଭ୍ସ-୩୩, ଜୋସ୍ ହାଜେଲଉଡ୍-୩/୨୩, ନାଥନ୍ ଲାୟନ-୩/୪୨, କାମେରନ୍ ଗ୍ରିନ୍-୧/୩୭, ମିଚେଲ୍ ଷ୍ଟାର୍କ-୧/୪୫)। ଅଷ୍ଟ୍ରେଲିଆ ଦ୍ବିତୀୟ ପାଳି: ୧୯ ଓ (ଷ୍ଟିଭେନ୍ ସ୍ମିଥ୍-୯୧*, କାମେରନ୍ ଗ୍ରିନ୍-୪୨, ଅଲଜାରି ଯୋସେଫ-୧/୧୯, ଜଷ୍ଟିନ୍ ଗ୍ରିଭ୍ସ-୧/୨୩)।
[ad_2]