ଖେଳ ଖବର

ବିରୁଷ୍କାଙ୍କୁ ପୁତ୍ର ସନ୍ତାନ – Kalinga News

[ad_1]

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର୍‌ ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମା ଦ୍ବିତୀୟ ସନ୍ତାନ ପାଇଛନ୍ତି। ଫେବ୍ରୁଆରି ୧୫ ତାରିଖରେ ଉଭୟଙ୍କୁ ଏକ ପୁତ୍ର ସନ୍ତାନ ମିଳିଯାଇଛି। ଇନ୍‌ଷ୍ଟାଗ୍ରାମରେ ବିରାଟ ଓ ଅନୁଷ୍କା ମିଳିତ ଭାବେ ଏହି ସୂଚନା ଦେଇଛନ୍ତି। ‘‘ପ୍ରଚୁର ସୁଖ ଏବଂ ଆମ ହୃଦୟ ପ୍ରେମରେ ପରିପୂର୍ଣ୍ଣ ହୋଇଯାଇଛି। ଖୁସିର ସହ ସମସ୍ତଙ୍କୁ ଜଣାଉଛୁ ଫେବ୍ରୁଆରି ୧୫ ତାରିଖରେ ଆମେ ଏକ ପୁତ୍ର ସନ୍ତାନ ‘ଅକାୟ’କୁ ସ୍ବାଗତ କରିଛୁ ଏବଂ ଭାମିକାଙ୍କ ଛୋଟ ଭାଇ ଏହି ବିଶ୍ବରେ ପଦାର୍ପଣ କରିଛି’’ ବୋଲି ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ୍‌ କରିଛନ୍ତି ବିରୁଷ୍କା। ଅନୁଷ୍କା ଓ ବିରାଟ ୨୦୧୭ ଡିସେମ୍ବର ୧୧ରେ ଇଟାଲିରେ ବିବାହ କରିଥି‌ଲେ। ୨୦୨୧ ଜାନୁଆରି ୧୧ରେ ପ୍ରଥମ ସନ୍ତାନ ଝିଅ ଭାମିକାର ପିତାମାତା ହେବାର ସୌଭାଗ୍ୟ ପାଇଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button