ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ଉପନିର୍ବାଚନ ଲଢ଼ିବେ – Kalinga News

[ad_1]
ନୂଆଦିଲ୍ଲୀ : ଜେଏମଏମ (ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା) ଗୁରୁବାର ଦିନ ଘୋଷଣା କରିଛି ଯେ ଜେଲରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ଗାନ୍ଦେ ବିଧାନସଭା ଆସନରୁ ଉପନିର୍ବାଚନ ଲଢ଼ିବେ। ଗିରିଡିହ ଜିଲ୍ଲାରେ ଥିବା ଏହି ଆସନ ଜେଏମଏମ ବିଧାୟକ ସରଫରାଜ ଅହମଦଙ୍କ ଇସ୍ତଫା ପରେ ଖାଲି ପଡ଼ିଥିଲା। ଉକ୍ତ ଆସନରେ କଳ୍ପନା ସୋରେନ ନିର୍ବାଚନ ଲଢ଼ିବେ ବୋଲି ଆଜି ଜେଏମଏମ ଘୋଷଣା କରିଛି। ଉଲ୍ଲେଖଯୋଗ୍ୟ ଯେ ମେ’ ୨୦ ତାରିଖରେର ଗନ୍ଦେ ବିଧାନସଭା ଆସନରେ ଉପନିର୍ବାଚନ ଅଛି। ରାଜ୍ୟରେ ଲୋକସଭା ନିର୍ବାଚନ ସହ ଉକ୍ତ ଆସନରେ ଉପନିର୍ବାଚନ ଅଛି। କଳ୍ପନା ହେଉଛନ୍ତି ଜଣେ ଗୃହିଣୀ। ସେ ଏମଟେକ୍ ଏବଂ ଏମବିଏ କରିଛନ୍ତି। ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲାର ବାରିପଦାରୁ ସେ ତାଙ୍କ ସ୍କୁଲ୍ ଶିକ୍ଷା ଗ୍ରହଣ କରିଛନ୍ତି। ଗିରିଡିହ ଜିଲ୍ଲାରେ ଜେଏମଏମର ୫୧ତମ ପ୍ରତିଷ୍ଠା ଦିବସରେ ଗତ ମାର୍ଚ୍ଚ ୪ ତାରିଖରେ କଳ୍ପନାଙ୍କ ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ। କଳ୍ପନା କହିଛନ୍ତି, ୨୦୧୯ରେ ହେମନ୍ତ ସୋରେନଙ୍କ ନେତୃତ୍ବାଧୀନ ସରକାର କ୍ଷମତାକୁ ଆସିବା ପରଠାରୁ ବିରୋଧୀମାନେ ଷଡ଼ଯନ୍ତ୍ର କରିଛନ୍ତି। ଯେଉଁମାନେ ତାଙ୍କ ସ୍ବାମୀଙ୍କୁ ଜେଲରେ ପୁରାଇଛନ୍ତି ଝାଡ଼ଖଣ୍ଡ ବାସିନ୍ଦା ସେମାନଙ୍କୁ ସଠିକ ଜବାବ ଦେବେ ବୋଲି ସେ କହିଛନ୍ତି। ଉଲ୍ଳେଖଯୋଗ୍ୟ ଯେ ଜମି ଦୁର୍ନୀତି ମାମଲା ସହ ଜଡ଼ିତ ଏକ ମନି ଲଣ୍ଡରିଂ ମାମଲାରେ ହେମନ୍ତ ସୋରେନଙ୍କୁ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଗତ ଜାନୁଆରି ୩୧ ତାରିଖରେ ଗିରଫ କରିଥିଲା।
[ad_2]