ମେଦଭେଦେଭ ବିଦା: କ୍ବାର୍ଟରରେ ସାବାଲେଙ୍କା, ରିବାକିନା – Kalinga News

[ad_1]
ପ୍ୟାରିସ୍: ବିଶ୍ବ ୫ ନମ୍ବର ତଥା ୨୦୨୧ ୟୁଏସ୍ ଓପନ୍ ବିଜେତା ଡାନିଲ ମେଦଭେଦେଭ ଚଳିତ ଫ୍ରେଞ୍ଚ୍ ଓପନ୍ ଟେନିସ୍ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। ସୋମବାର ପ୍ରିକ୍ବାର୍ଟରଫାଇନାଲ୍ରେ ଏହି ରୁଷିଆ ଖେଳାଳିଙ୍କୁ ୪-୬, ୬-୨, ୬-୧, ୬-୩ ସେଟ୍ରେ ପରାସ୍ତ କରି ଅଷ୍ଟ୍ରେଲିଆର ଆଲେକ୍ସ ଡି’ମିନୌର ବିଦାୟ ରାସ୍ତା ଦେଖାଇଛନ୍ତି। ଏହି ବିଜୟ ସହ ଏକାଦଶ ମାନ୍ୟତାପ୍ରାପ୍ତ ଡି’ମିନୌର ପ୍ରଥମ ଥର ଲାଗି ଏଠାରେ କ୍ବାର୍ଟରଫାଇନାଲ୍ ସ୍ଥାନ ନିଶ୍ଚିତ କରିଛନ୍ତି। ଅଷ୍ଟ୍ରେଲିଆନ୍ ଓପନ୍ ବିଜେତା ଜାନ୍ନିକ ସିନ୍ନର କ୍ବାର୍ଟରଫାଇନାଲ୍ରେ ପ୍ରବେଶ କରିଛନ୍ତି। କୋର୍ଟ ଫିଲିପ ଚାଟ୍ରିଅରରେ ଖେଳାଯାଇଥିବା ପ୍ରିକ୍ବାର୍ଟରଫାଇନାଲ୍ରେ ଏହି ଦ୍ବିତୀୟ ମାନ୍ୟତାପ୍ରାପ୍ତ ଇଟାଲି ଖେଳାଳି ୨-୬, ୬-୩, ୬-୨, ୬-୧ ସେଟ୍ରେ ସ୍ଥାନୀୟ ଖେଳାଳି କୋରେଣ୍ଟିନ ମୌତେତ୍ଙ୍କୁ ମାତ୍ ଦେଇଥିଲେ। ଏହି ବିଜୟ ସହ ସିନ୍ନର ଏଟିପି ମାନ୍ୟତାର ଶୀର୍ଷ ସ୍ଥାନ ଦଖଲ କରିବାର ଆଶାକୁ ଉଜ୍ଜୀବିତ ରଖିଛନ୍ତି। ସେ କ୍ବାର୍ଟରଫାଇନାଲ୍ରେ ଦଶମ ମାନ୍ୟତାପ୍ରାପ୍ତ ଗ୍ରିଗର ଦିମିତ୍ରୋଭଙ୍କୁ ଭେଟିବେ। ବୁଲଗେରିଆର ଦିମିତ୍ରୋଭ ୭-୬, ୬-୪, ୭-୬ ସେଟ୍ରେ ଅଷ୍ଟମ ମାନ୍ୟତାପ୍ରାପ୍ତ ପୋଲାଣ୍ଡର ହୁବର୍ତ ହୁର୍କାଜଙ୍କୁ ପରାସ୍ତ କରିଥିଲେ।

Sambad is now on WhatsApp
Join and get latest news updates delivered to you via WhatsApp
ବିଶ୍ବର ଦୁଇ ନମ୍ବର ମହିଳା ଖେଳାଳି ଆରିନା ସାବାଲେଙ୍କା ଏବଂ ୪ ନମ୍ବର ଏଲିନା ରିବାକିନା ମହିଳା ଏକକ କ୍ବାର୍ଟରଫାଇନାଲ୍ରେ ପ୍ରବେଶ କରିଛନ୍ତି। ସୋମବାର ପ୍ରିକ୍ବାର୍ଟରଫାଇନାଲ୍ରେ ଅଷ୍ଟ୍ରେଲିଆନ୍ ଓପନ୍ ବିଜୟିନୀ ସାବାଲେଙ୍କା ସିଧାସଳଖ ୬-୨, ୬-୩ ସେଟ୍ରେ ଆମେରିକାର ଏମ୍ମା ନାଭାରୋଙ୍କୁ ହରାଇଛନ୍ତି। ଏଥିସହ ଏହି ବେଲାରୁଷ ମହିଳା ଚଳିତ ବର୍ଷ ଗ୍ରାଣ୍ଡ ସ୍ଲାମ୍ରେ ଲଗାତାର ସିଧାସଳଖ ୧୧ ବିଜୟ ପାଇବା ସହ ପ୍ୟାରିସ୍ରେ ପ୍ରଥମ ଟ୍ରଫି ଦିଗରେ ଗୋଟିଏ ପାଦ ବଢ଼ାଇଛନ୍ତି। ପରବର୍ତ୍ତୀ ରାଉଣ୍ଡରେ ସେ ରୁଷିଆ ୧୭ ବର୍ଷୀୟା ଯୁବତୀ ମୀରା ଆନ୍ଦ୍ରିଭାଙ୍କ ଭେଟିବେ। ଆନ୍ଦ୍ରିଭା ୭-୫, ୬-୨ ସେଟ୍ରେ ଫ୍ରାନ୍ସର ଭାର୍ଭାରା ଗ୍ରଚିଭାଙ୍କୁ ହରାଇଛନ୍ତି। ୨୦୨୨ ୱିମ୍ବଲଡନ୍ ବିଜୟିନୀ କାଜାଖସ୍ତାନର ରିବାକିନା ୬-୪, ୬-୩ ସେଟ୍ରେ ୟୁକ୍ରେନ୍ର ଏଲିନା ସ୍ବିତୋଲିନାଙ୍କୁ ପରାସ୍ତ କରିଥିଲେ। କ୍ବାର୍ଟରଫାଇନାଲ୍ରେ ସେ ଦ୍ବାଦଶ ମାନ୍ୟତାପ୍ରାପ୍ତ ଜସ୍ମିନ ପାଓଲିନ୍ଙ୍କୁ ଭେଟିବେ। ଇଟାଲିର ପାଓଲିନ ୪-୬, ୬-୦, ୬-୧ ସେଟ୍ରେ ରୁଷିଆର ଏଲିନା ଆଭାନେସ୍ୟାନଙ୍କୁ ହରାଇ ପ୍ରଥମ ଥର ଗ୍ରାଣ୍ଡ ସ୍ଲାମ୍ କ୍ବାର୍ଟରଫାଇନାଲ୍ ସ୍ଥାନ ନିଶ୍ଚିତ କରିଛନ୍ତି।
ବାଲାଜୀଙ୍କୁ ହରାଇ କ୍ବାର୍ଟରରେ ବୋପାନ୍ନା ପୁରୁଷ ଯୁଗଳରେ ଦୁଇ ଭାରତୀୟ ରୋହନ ବୋପାନ୍ନା ଓ ଏନ୍ ଶ୍ରୀରାମ ବାଲାଜୀ ମୁହାଁମୁହିଁ ହୋଇଥିଲେ। ଏଥିରେ ଭେଟେରାନ ବୋପାନ୍ନା ବିଜୟୀ ହୋଇ କ୍ବାର୍ଟରଫାଇନାଲ୍ରେ ପ୍ରବେଶ କରିଛନ୍ତି। ତୃତୀୟ ରାଉଣ୍ଡରେ ବିଶ୍ବର ଦୁଇ ନମ୍ବର ଯୋଡ଼ି ବୋପାନ୍ନା ଓ ତାଙ୍କ ଅଷ୍ଟ୍ରେଲୀୟ ସାଥୀ ମାଥ୍ୟୁ ଏବ୍ଡ଼େନ ୬-୭, ୬-୩, ୭-୬ ସେଟ୍ରେ ବାଲାଜୀ ଓ ତାଙ୍କ ସାଥୀ ମେକ୍ସିକୋର ମିଗୁଲ ଆଞ୍ଜେଲଙ୍କୁ ପରାସ୍ତ କରିଥିଲେ। କ୍ବାର୍ଟରଫାଇନାଲ୍ରେ ଭାରତ-ଅଷ୍ଟ୍ରେଲିଆ ଯୋଡ଼ି ସାଣ୍ଡର ଗିଲେ-ଜୋରାନ ଭ୍ଲିଗେନଙ୍କୁ ଭେଟିବେ।
[ad_2]