ଅପରାଧ

କାର୍‌ରୁ ୩୦ଲକ୍ଷ ଟଙ୍କା ଜବତ, ଛତିଶଗଡ଼ରୁ ଆସୁଥିଲା ମାଲକାନଗିରି – Kalinga News

[ad_1]

ମାଲକାନଗିରି: ପଡ଼ୋଶୀ ଛତିଶଗଡ଼ରୁ ମାଲକାନଗିରି ଆସୁଥିବା ଗୋଟିଏ କାର୍‌ରୁ ନଗଦ ୩୦ଲକ୍ଷ ଟଙ୍କା ମିଳିଛି। ଗତକାଲି ବିଳମ୍ବିତ ରାତିରେ ଏହି କାର୍‌ ମାଲକାନଗିରି ଜିଲ୍ଲା ସୀମାରେ ପଶିବା ପରେ ପୁଲିସ ଯାଞ୍ଚ କରି ଏହି ଟଙ୍କା ଜବତ କରିଛି। ପ୍ରାଥମିକ ପଚରାଉଚୁରା କରିବା ସହ ଯାଞ୍ଚ ଜାରି ରଖିଥିବା ଜଣାପଡ଼ିଛି। ନିର୍ବାଚନକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲାରେ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି। ଛତିଶଗଡ଼ ଏବଂ ଆନ୍ଧ୍ରପ୍ରଦେଶରୁ ଆସୁଥିବା ପ୍ରତ୍ୟେକ ଗାଡ଼ିକୁ ତନ୍ନତନ୍ନ କରି ଯାଞ୍ଚ କରିବା ପରେ ମାଲକାନଗିରି ଜିଲ୍ଲାରେ ପଶିବାକୁ ଦିଆଯାଉଛି। ଏହିକ୍ରମରେ ଗତକାଲି ରାତିରେ ଛତିଶଗଡ଼ ସୀମାକୁ ଲାଗିଥିବା ଚାଲାଣଗୁଡ଼ାରେ ମାଲକାନଗିରି ପୁଲିସ ନାକା ଲଗାଇଥିଲା। ଗାଡ଼ି ଯାଞ୍ଚ ସମୟରେ ଗୋଟିଏ କାର୍‌ରୁ ନଗଦ ୩୦ଲକ୍ଷ ଟଙ୍କା ବାହାରିଥିଲା। ପୁଲିସ ଗାଡ଼ି ଡ୍ରାଇଭର ଏବଂ ସେଥିରେ ବସିଥିବା ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚୁରା କରିଥିଲା। ଏ ନେଇ ମାଲକାନଗିରି ଏସ୍‌ପିଙ୍କୁ ଯୋଗାଯୋଗ କରିବାରୁ ସ୍ଥାନୀୟ ବ୍ୟବସାୟୀ ହେମନ୍ତ ପଟ୍ଟନାୟକ ଏହି ଟଙ୍କା ଆଣୁଥିଲେ। କେନ୍ଦୁପତ୍ର ବ୍ୟବସାୟ ପାଇଁ ଏହି ଟଙ୍କା ଆଣୁଥିଲେ ବୋଲି ସଂପୃକ୍ତ ବ୍ୟବସାୟୀ କହିଛନ୍ତି। ତେବେ ଟଙ୍କା ଜବତ ସଂପର୍କରେ ଆୟକର ବିଭାଗକୁ ଅବଗତ କରାଯାଇଛି। ଅଧିକ ତଦନ୍ତ ପରେ ଟଙ୍କା କେଉଁଠୁ ଆସୁଥିଲା ଏବଂ କେଉଁଆଡ଼େ ଯାଉଥିବା ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button