ଭୋଟ୍ ଗଣତିର ସିସିଟିଭି ଫୁଟେଜ୍ ମାଗିଲେ ଦୀପାଳି – Kalinga News

[ad_1]
ଝାରସୁଗୁଡ଼ା: ଗତ ନିର୍ବାଚନରେ ଝାରସୁଗୁଡ଼ା ବିଜେଡି ପ୍ରାର୍ଥୀ ଦୀପାଳି ଦାସ ପରାଜିତ ହୋଇଛନ୍ତି। ଦୀପାଳି କିଛିଦିନ ତଳେ ୧୩ ସେଟ୍ ଇଭିଏମ୍ ଓ ଭିଭିପାଟ୍ର ପୁନଃଗଣତି ପାଇଁ ଆବେଦନ କରିଥିବାବେଳେ ଏବେ ଭୋଟ୍ ଗଣତି ସମୟର ସିସିଟିଭି ଫୁଟେଜ୍ ମାଗିଛନ୍ତି। ଏଥିପାଇଁ ସେ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ ନିକଟରେ ଆବେଦନ କରିଥିବା ଜଣାପଡ଼ିଛି। ଦୀପାଳିଙ୍କ ଏହି ଆବେଦନ ମଞ୍ଜୁର ହୋଇଥିବା ଏବଂ ୩-୪ ଦିନ ମଧ୍ୟରେ ତାଙ୍କୁ ସିସିଟିଭି ଫୁଟେଜ୍ ଦିଆଯିବ ବୋଲି ସୂଚନା ମିଳିଛି। ତେବେ ପ୍ରଥମେ ଗଣତି ଓ ଏବେ ଫୁଟେଜ୍ ଆବେଦନ ଦୀପାଳିଙ୍କର ଇଲେକ୍ସନ ପିଟିସନ୍(ଇପି)ଦିଗକୁ ଇସାରା କରୁଥିବା ଜିଲ୍ଲା ପ୍ରଶାସନର ଜଣେ ଅଧିକାରୀ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ, ଭୋଟ୍ ଗଣତି ସମୟରେ ଦିନ ୧୧ଟାରୁ ଦିନ ଗୋଟାଏ ସମୟରେ କାଉଣ୍ଟିଂ ହଲ୍ରେ କ’ଣ କ’ଣ ହୋଇଛି, ସେ ସମ୍ପର୍କିତ ତଥ୍ୟ ପାଇଁ ଦୀପାଳି ଫୁଟେଜ୍ ଆବେଦନ କରିଛନ୍ତି। ଭୋଟ୍ ଗଣତି ସମୟରେ ୧୭, ୧୮ ଓ ୧୯ ନଂ. ରାଉଣ୍ଡକୁ ନେଇ ସନ୍ଦେହ ବ୍ୟକ୍ତ କରୁଥିବାରୁ ଦୀପାଳି ଏହି ଫୁଟେଜ୍ ମାଗିଥିବା ଜଣାପଡ଼ିଛି। ଜିଲ୍ଲା ନିର୍ବାଚନ ଅଧିକାରୀ ଏବେ ଭୋଟ୍ ଗଣତି ସମୟର ମୋଟ୍ ଫୁଟେଜ୍ରୁ ଏହି ୨ ଘଣ୍ଟାର ଫୁଟେଜ୍କୁ କାଟିବା ସହିତ ସେଥିରେ ସ୍ବାକ୍ଷର କରି ଆବେଦନକାରୀଙ୍କୁ ପ୍ରଦାନ କରିବେ ବୋଲି ସୂଚନା ମିଳିଛି। ଜଣେ ବିଜେଡି ନେତାଙ୍କ କହିବାନୁସାରେ, ଶେଷ ୩ ରାଉଣ୍ଡରେ ସାଂସଦ ଓ ବିଧାୟକଙ୍କ ପାଇଁ ପଡ଼ିଥିବା ଭୋଟ୍ ଅଦଳ ବଦଳ ହୋଇଥାଇପାରେ। ଏହାପୂର୍ବରୁ ଦୀପାଳି ୧୩ଟି ବୁଥ୍ର ଇଭିଏମ୍ ଯାଞ୍ଚ ପାଇଁ କରିଥିବା ଆବେଦନ ମଞ୍ଜୁର ହୋଇସାରିଛି। ଜୁଲାଇ ୧୯ ତାରିଖ ପରେ ନିର୍ବାଚନ କମିସନ ଯାଞ୍ଚ ତାରିଖ ଘୋଷଣା କରିବେ। ଏହାରି ମଧ୍ୟରେ ଯଦି ଫୁଟେଜ୍କୁ ନେଇ ଦୀପାଳି ଇଲେକ୍ସନ ପିଟିସନ୍ ଦାଖଲ କରନ୍ତି ଏବଂ ହାଇକୋର୍ଟ ତାକୁ ଗ୍ରହଣ କରନ୍ତି, ତେବେ ସମସ୍ତ ବୁଥ୍ର ପୁନଃଗଣତି ପାଇଁ ମଧ୍ୟ ନିର୍ଦ୍ଦେଶ ଆସିପାରେ ବୋଲି ଜିଲ୍ଲା ପ୍ରଶାସନର ଉକ୍ତ ଅଧିକାରୀ କହିଛନ୍ତି।
[ad_2]




