ଗଞ୍ଜାମ ଜିଲ୍ଲା: ନିର୍ବାଚନ ମଇଦାନରେ ୮ ମହିଳା – Kalinga News

[ad_1]
ବିଜେଡିରୁ ସର୍ବାଧିକ ୬, ବିଜେପି ଓ କଂଗ୍ରେସ ଦେଇଛନ୍ତି ଜଣେ ଲେଖାଏଁ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଚଳିତ ସାଧାରଣ ନିର୍ବାଚନରେ ବିଜେଡି ସର୍ବାଧିକ ୬ଜଣ ମହିଳାଙ୍କୁ ବିଭିନ୍ନ ଆସନରୁ ପ୍ରାର୍ଥୀ କରିଛି। କିନ୍ତୁ ଜାତୀୟ ଦଳ ବିଜେପି ଓ କଂଗ୍ରେସ ମାତ୍ର ଜଣେ ଲେଖାଏଁ ମହିଳାଙ୍କୁ ପ୍ରାର୍ଥୀ କରିଛନ୍ତି। ତେବେ ସତରେ କ’ଣ ବିଜେପି ଓ କଂଗ୍ରେସ ଶିବିରରେ ମହିଳା ନେତୃତ୍ବ ଅଭାବ ରହିଛି ନା ଏହାପଛରେ ଅନ୍ୟ କ’ଣ କାରଣ ରହିଛି, ତାକୁ ନେଇ ଏବେ ସାଧାରଣରେ ନାନା ଚର୍ଚ୍ଚା। ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇଥିବା ଭୋଟର୍ ତାଲିକା ଅନୁସାରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ପୁରୁଷ ଭୋଟର୍ ତୁଳନାରେ ମହିଳା ଭୋଟର୍ଙ୍କ ସଂଖ୍ୟା ଅଧିକ ରହିଛି। ତଥାପି ବ୍ରହ୍ମପୁରରେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ କେହି ହେଲେ ମହିଳା ପ୍ରାର୍ଥୀ ଦେଇ ନାହାନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ବିଜେଡିରୁ ସର୍ବାଧିକ ୬, ବିଜେପି ଓ କଂଗ୍ରେସ ଦେଇଛନ୍ତି ଜଣେ ଲେଖାଏଁ
ଅଧିକ ମହିଳା ଭୋଟର୍ ଥିବା ବ୍ରହ୍ମପୁରରେ କେହି ନାହାନ୍ତି
ଗଞ୍ଜାମ ଜିଲ୍ଲାର ୧୩ଟି ବିଧାନସଭା ଓ ଦୁଇଟି ଲୋକସଭା ଆସନ ମଧ୍ୟରୁ ଚଳିତ ନିର୍ବାଚନ ପାଇଁ ତିନି ପ୍ରମୁଖ ଦଳରୁ ମାତ୍ର ୮ଜଣ ମହିଳା ପ୍ରାର୍ଥୀ ରହିଛନ୍ତି। ତନ୍ମଧ୍ୟରେ କେବଳ ବିଜେଡି ହିଁ ୬ଜଣ ମହିଳାଙ୍କୁ ପ୍ରାର୍ଥୀ କରିଛି। ଆସିକା ଲୋକସଭା ଆସନରୁ ରଂଜିତା ସାହୁ ବିଜେଡି ପ୍ରାର୍ଥୀ ହୋଇଥିବା ବେଳେ ଖଲ୍ଲିକୋଟ ବିଧାନସଭା ଆସନରୁ ସୂର୍ଯ୍ୟମଣି ବୈଦ୍ୟ, କବିସୂର୍ଯ୍ୟନଗରରୁ ଲତିକା ପ୍ରଧାନ, ସାନଖେମୁଣ୍ଡିରୁ ସୁଲକ୍ଷଣା ଗୀତାଞ୍ଜଳି ଦେବୀ, ଆସିକାରୁ ମଂଜୁଳା ସ୍ବାଇଁ ଏବଂ ସୋରଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରୁ ସଂଘମିତ୍ରା ସ୍ବାଇଁ ବିଜେଡି ପ୍ରାର୍ଥୀ ହୋଇଛନ୍ତି। ଗତ ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ବିଜେଡି ୬ଜଣ ମହିଳାଙ୍କୁ ପ୍ରାର୍ଥୀ କରିଥିଲା। ସେହିପରି ବିଜେପି ଚଳିତ ଥର ଜଣେ ମାତ୍ର ମହିଳା ପ୍ରାର୍ଥୀଙ୍କୁ ମଇଦାନରେ ଓହ୍ଲାଇଛି। ସେ ହେଉଛନ୍ତି ଆସିକା ଲୋକସଭା ବିଜେପି ପ୍ରାର୍ଥୀ ଅନିତା ଶୁଭଦର୍ଶିନୀ। ବିଜେପି ଗତ ୨୦୧୯ରେ ୩ଜଣ ମହିଳାଙ୍କୁ ପ୍ରାର୍ଥୀ କରିଥିଲା। ଅନ୍ୟପଟେ କଂଗ୍ରେସ ମଧ୍ୟ ଚଳିତ ନିର୍ବାଚନ ପାଇଁ ମାତ୍ର ଗୋଟିଏ ଆସନରେ ମହିଳା ପ୍ରାର୍ଥୀ ଦେଇଛି। ସେ ହେଉଛନ୍ତି ଆସିକା ବିଧାନସଭାର କଂଗ୍ରେସ ପ୍ରାର୍ଥୀ ସୁରଭି ବିଷୋୟୀ। କିନ୍ତୁ କଂଗ୍ରେସ ଗତ ୨୦୧୯ରେ ଜଣେ ବି ମହିଳା ପ୍ରାର୍ଥୀ ଦେଇ ନଥିଲା। ଏଥିରୁ ସ୍ପଷ୍ଟ ହେଉଛି ଯେ ଗଞ୍ଜାମ ଜିଲ୍ଲାରେ ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସରେ ନିର୍ବାଚନ ରାଜନୀତିରେ ମହିଳା ନେତୃତ୍ବକୁ ଏତେଟା ଗୁରୁତ୍ବ ଦେଉନାହାନ୍ତି। ଚଳିତ ନିର୍ବାଚନ ପାଇଁ ବ୍ରହ୍ମପୁର ବିଧାନସଭାରେ ମୋଟ ୨ଲକ୍ଷ ୨୩ହଜାର ୫୫୨ ଭୋଟର୍ ରହିଛନ୍ତି। ତନ୍ମଧ୍ୟରେ ପୁରୁଷ ଭୋଟର୍ ସଂଖ୍ୟା ୧ଲକ୍ଷ ୧୦ହଜାର ୯୫୭ ରହିଥିବା ବେଳେ ମହିଳା ଭୋଟର୍ଙ୍କ ସଂଖ୍ୟା ୧ଲକ୍ଷ ୧୨ହଜାର ୪୯୬ ରହିଛି। ମହିଳା ଭୋଟର୍ ସଂଖ୍ୟା ଅଧିକ ଥିଲେ ସୁଦ୍ଧା ବ୍ରହ୍ମପୁର ବିଧାନସଭାରୁ ତିନି ପ୍ରମୁଖ ଦଳ ମହିଳା ପ୍ରାର୍ଥୀ ଦେଇ ନାହାନ୍ତି। ବ୍ରହ୍ମପୁରରୁ ଶେଷଥର ପାଇଁ ୧୯୯୯ରେ କଂଗ୍ରେସରୁ ଜୟନ୍ତୀ ପଟ୍ଟନାୟକ ସାଂସଦ ପ୍ରାର୍ଥୀ ହୋଇଥିଲେ।
[ad_2]