ରାଜନୀତି

୪ ବିଧାୟକଙ୍କ ଟିକେଟ କଟିଲା: ସୁବ୍ରତ ତରାଇଙ୍କ ଜାଗା ନେଲେ ପତ୍ନୀ ଅର୍ଚ୍ଚନାରେଖା – Kalinga News

[ad_1]

ବାଙ୍ଗିରିପୋଷିରେ ଲଢ଼ିବେ ସୁଦାମଙ୍କ ପତ୍ନୀ ରଞ୍ଜିତା

ଭୁବନେଶ୍ବର: ପୁଣି ୪ ବିଜେଡି ବିଧାୟକଙ୍କ ଟିକେଟ କଟିଛି। ସେମାନେ ହେଲେ ହିନ୍ଦୋଳର ସୀମାରାଣୀ ନାଏକ, ରଘୁନାଥପାଲ୍ଲୀର ସୁବ୍ରତ ତରାଇ, ବାଲିକୁଦା-ଏରସମାର ରଘୁନନ୍ଦନ ଦାସ ଓ ବରୀର ସୁନନ୍ଦା ଦାସ। ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକ ୬ଟି ଆସନରେ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ସେଥିରୁ ୫ ଆସନରେ ନୂଆ ପ୍ରାର୍ଥୀ ରହିଛନ୍ତି। ବିଜେଡିର ଆଉ ୬ଟି ଆସନରେ ପ୍ରାର୍ଥୀ ଘୋଷଣା ବାକି ରହିଛି। ସେଗୁଡ଼ିକ ହେଲା ନୀଳଗିରି, ଭୋଗରାଇ, କୋରେଇ, ଖଣ୍ଡପଡ଼ା, ଖୋର୍ଦ୍ଧା ଓ ବେଗୁନିଆ। ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କୁ ଏଥର ବିଜେଡି ଲୋକସଭା ଟିକେଟ ଦେଇ ନଥିଲା। ତାଙ୍କୁ ହିନ୍ଦୋଳରେ ବିଧାନସଭା ପ୍ରାର୍ଥୀ କରାଯାଇଛି। ବରୀରେ ପ୍ରାର୍ଥୀ ବଦଳାଇଛି ବିଜେଡି। ସୁନନ୍ଦା ଦାସଙ୍କ ବଦଳରେ ଯୁବ ନେତା ବିଶ୍ବରଞ୍ଜନ ମଲ୍ଲିକଙ୍କ ଉପରେ ଦଳ ଆସ୍ଥା ସ୍ଥାପନ କରିଛି।

ପତିଙ୍କ ଟିକେଟ କାଟି ପତ୍ନୀଙ୍କୁ ପ୍ରାର୍ଥୀ କରିବାର ଧାରାରେ ପୁଣି ଯୋଡ଼ି ହୋଇଛି ରଘୁନାଥପଲ୍ଲୀ ଆସନ। ଏଠାରେ ବିଧାୟକ ସୁବ୍ରତ ତରାଇଙ୍କ ବଦଳରେ ତାଙ୍କ ପତ୍ନୀ ଅର୍ଚ୍ଚନାରେଖା ବେହେରା ଏଥର ବିଜେଡି ଟିକେଟରେ ଲଢ଼ିବେ। ବିଧାୟକ ତଥା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ମୟୂରଭଞ୍ଜ ଲୋକସଭା ଆସନରୁ ପ୍ରାର୍ଥୀ କରାଗଲା ପରେ ବାଙ୍ଗିରିପୋଷିରେ ତାଙ୍କ ପତ୍ନୀ ରଞ୍ଜିତା ମାର୍ଣ୍ଡିଙ୍କୁ ବିଜେଡି ମଇଦାନକୁ ଓହ୍ଲାଇଛି। ଢେଙ୍କାନାଳରେ ଦାଦା-ପୁତୁରା ପରେ ମୟୂରଭଞ୍ଜରେ ପତି-ପତ୍ନୀ ବିଜେଡି ଟିକେଟ ନେଇଛନ୍ତି।

ବାଲିକୁଦା-ଏରସମାରେ ବି ପ୍ରାର୍ଥୀ ବଦଳିଛନ୍ତି। ଗତ ନିର୍ବାଚନରେ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇ ରଘୁନନ୍ଦନ ଦାସ ପ୍ରାର୍ଥୀ ହୋଇ ଜିତିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଜଳସମ୍ପଦ ପରି ବଡ଼ ବିଭାଗର ମନ୍ତ୍ରୀ ବି କରାଯାଇଥିଲା। କିନ୍ତୁ ଏଥର ତାଙ୍କ ହାତ ଛାଡ଼ିଦେଇଛି ବିଜେଡି। ସେହି ଜାଗାରେ ନୂଆ ଚେହେରା ଶାରଦା ଜେନାଙ୍କୁ ପ୍ରାର୍ଥୀ କରାଯାଇଛି। କାକଟପୁରରେ ମନ୍ତ୍ରୀ ତୁଷାରକାନ୍ତି ବେହେରା ତାଙ୍କ ଟିକେଟ ବଜାୟ ରଖିଛନ୍ତି। କେବଳ ଉଷା ଦେବୀଙ୍କୁ ବାଦ୍ ଦେଲେ ନବୀନଙ୍କ ମନ୍ତ୍ରିମଣ୍ଡଳର ସବୁ ମନ୍ତ୍ରୀ ପୁନର୍ବାର ମଇଦାନକୁ ଓହ୍ଲାଇଛନ୍ତି। ଉଷା ଦେବୀଙ୍କ ସ୍ଥାନରେ ତାଙ୍କ ପୁଅ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି। ମନ୍ତ୍ରୀ ସୁଦାମ ମାର୍ଣ୍ଡି ଲୋକସଭା ପ୍ରାର୍ଥୀ ହୋଇଥିଲା ବେଳେ ଅନ୍ୟ ମନ୍ତ୍ରୀମାନେ ନିଜ ନିଜ ବିଧାନସଭା ଆସନରେ ଲଢ଼ୁଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button