ରାଜନୀତି

ଓଡିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଗୁରୁବାର ନାମାଙ୍କନ ଦାଖଲ ଶେଷ – Kalinga News

[ad_1]

ଭୁବନେଶ୍ୱର: ଓଡିଶାର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ ଏପ୍ରିଲ୍ ୨୫ ଗୁରୁବାର ରହିଛି। ଚାରିଟି ଲୋକସଭା ଏବଂ ୨୮ ଟି ବିଧାନସଭା ଆସନ ପାଇଁ ୧୮ ଏପ୍ରିଲ ୨୦୨୪ଠାରୁ ପ୍ରଥମ ପର୍ଯ୍ୟାୟ ମତଦାନ ଲାଗି ନାମାଙ୍କନ ପ୍ରକ୍ରିୟା ଓଡିଶାରେ ବିଜ୍ଞପ୍ତି ଆଧାରରେ ଆରମ୍ଭ ହୋଇଥିଲା।

ସୂଚନାଯୋଗ୍ୟ, ବିଜ୍ଞପ୍ତିରେ ପ୍ରକାଶ ପାଇଥିଲା ପ୍ରାର୍ଥୀମାନେ ୨୫ ଏପ୍ରିଲ ୨୦୨୪ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ କରିପାରିବେ। ୨୬ ଏପ୍ରିଲରେ ନାମାଙ୍କନପତ୍ର ଯାଞ୍ଚ କରାଯିବ। ନାମାଙ୍କନ ପତ୍ର ପ୍ରତ୍ୟାହାର ପାଇଁ ଶେଷ ଦିନ ୨୯ ଏପ୍ରିଲ୍ ରହିଛି।

ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରାର୍ଥୀମାନଙ୍କୁ ନାମାଙ୍କନପତ୍ର ଦାଖଲ ବେଳେ ବଡ଼ ରାଲି ନକରିବାକୁ ଅନୁରୋଧ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ମେ ୧୩ରେ ମତଦାନ ଅନୁଷ୍ଠିତ ହେବ । ଏହି ପର୍ଯ୍ୟାୟରେ କଳାହାଣ୍ଡି, ବ୍ରାହ୍ମପୁର, କୋରାପୁଟ, ନବରଙ୍ଗପୁର ଆଦି ଚାରୋଟି ଲୋକସଭା ଆସନ ସହିତ ୨୮ ଟି ବିଧାନସଭା ଆସନରେ ​​ମତଦାନ ଅନୁଷ୍ଠିତ ହେବ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button