ଅମ୍ପାୟାରଙ୍କୁ ଗାଳିଗୁଲଜ: କୋହଲିଙ୍କ ୫୦% ମ୍ୟାଚ୍ ଫି କଟିଲା – Kalinga News
[ad_1]
କୋଲକାତା: ‘ନୋ’ ବଲ୍ ବିବାଦରେ ଅମ୍ପାୟାର୍ଙ୍କୁ ଗାଳିଗୁଲଜ କରିବା କିଂବଦନ୍ତି ବ୍ୟାଟର୍ ବିରାଟ କୋହଲିଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏଭଳି ଉଗ୍ର ଆଚରଣ ଲାଗି ତାଙ୍କୁ ନିଜ ମ୍ୟାଚ୍ ପାଉଣାର ୫୦ ପ୍ରତିଶତ ହରାଇବାକୁ ପଡ଼ିଛି। ପ୍ରଶଂସକ ଓ ବିଶେଷଜ୍ଞମାନେ ମଧ୍ୟ ତାଙ୍କ ଆଚରଣକୁ ନାପସନ୍ଦ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ରବିବାର ଇଡେନ ଗାର୍ଡେନ୍ସରେ ଖେଳାଯାଇଥିବା ଆର୍ସିବି-କେକେଆର୍ ମ୍ୟାଚ୍ର ତୃତୀୟ ଓଭରରେ ଶରୀର ଆଡ଼କୁ ଆସୁଥିବା ହର୍ଷିତ ରାଣାଙ୍କ ଫୁଲ୍ଟସ୍କୁ ବେପରୁଆ ଭାବେ ବ୍ୟାଟ୍ ଦେଖାଇ କୋହଲି ଆଉଟ୍ ହୋଇଥିଲେ। ହର୍ଷିତ ନିଜ ଫଲୋ ଥ୍ରୁ’ରେ କ୍ୟାଚ୍ ନେଇ ଅପିଲ୍ କରିବା ପରେ ଅମ୍ପାୟାର କୋହଲିଙ୍କୁ ଆଉଟ୍ ଘୋଷଣା କରିଥିଲେ। ତେବେ ବଲ୍ ଅଣ୍ଟା ଉପରେ ଥିବା ଭାବି କୋହଲି ତୁରନ୍ତ ରିଭ୍ୟୁ ନେଇଥିଲେ। ତୃତୀୟ ଅମ୍ପାୟାର ରିପ୍ଲେ ଦେଖିବା ପରେ ଏହା ଏକ ବୈଧ ବଲ୍ ଥିଲା ବୋଲି ସଙ୍କେତ ଦେଇଥିଲେ।
ଏଣୁ କୋହଲି କ୍ରିଜ୍ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ତେବେ କିଛି ବାଟ ଯାଇ ପୁନର୍ବାର ଫେରିବା ସହ ଦୁଇ ପଡ଼ିଆ ଅମ୍ପାୟାରଙ୍କ ସହିତ ଯୁକ୍ତିତର୍କ କରିବା ପରେ ସେମାନଙ୍କୁ ଗାଳି କରିଥିଲେ। ରାଗ ତମତମ ହୋଇ ପ୍ୟାଭିଲିୟନ ଫେରିଥିଲେ। ନିଜେ ନିଜ ଉପରେ ଚିତ୍କାର ବି କରିଥିଲେ। ଏମିତିକି ସୀମା ରେଖା ପାର ହେବା ପରେ ବ୍ୟାଟ୍ରେ ତଳକୁ ଜୋର୍ରେ ପିଟିବା ସହ ଗ୍ଲୋଭ୍ସକୁ ତଳେ ଫିଙ୍ଗି ଦେଇଥିଲେ। ଯିବାବାଟରେ ରଖାଯାଇଥିବା ଏକ ଡଷ୍ଟବିନ୍କୁ ଠେଲି ପକାଇ ଦେଇଥିଲେ। ଯାହାକି ଆଇପିଏଲ୍ ନିୟମାବଳୀର ଧାରା ୨.୮ ଅନ୍ତର୍ଗତ ଲେଭଲ-୧ ଅପରାଧ। କୋହଲି ମଧ୍ୟ ତାଙ୍କ ଅପରାଧ ସ୍ବୀକାର କରିନେବାରୁ ମ୍ୟାଚ୍ ରେଫରି ତାଙ୍କ ଉପରେ ଅଧା ମ୍ୟାଚ୍ ପାଉଣା କାଟ୍ କରିବା ଦଣ୍ଡ ଲାଗୁ କରିଥିଲେ। ଅନ୍ୟ ଏକ ମ୍ୟାଚ୍ରେ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ସାମ୍ କରନ୍ଙ୍କୁ ମ୍ୟାଚ୍ ପାଉଣାର ୫୦ ପ୍ରତିଶତ ଏବଂ ମନ୍ଥର ବୋଲିଂ ଲାଗି ଆର୍ସିବି ଅଧିନାୟକ ଫାଫ୍ ଡୁ’ପ୍ଲେସିସ୍ଙ୍କୁ ୧୨ ଲକ୍ଷ ଟଙ୍କାରେ ଦଣ୍ଡିତ କରାଯାଇଛି।
[ad_2]