ରାଜନୀତି

ଖଡ୍‌ଗେଙ୍କ ମନ୍ତବ୍ୟକୁ ନେଇ ସଂସଦରେ ହାସ୍ୟରୋଳ: ‘ଅବ୍‌କୀ ବାର୍‌ ୪୦୦ ପାର୍‌ ହୋ ରହା ହେ..’ – Kalinga News

[ad_1]

ନୂଆଦିଲ୍ଲୀ: ସଂସଦର ବଜେଟ ଅଧିବେଶନରେ କେବଳ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଗମ୍ଭୀର ଆଲୋଚନା ହୁଏ ନାହିଁ କି ଆରୋପ ପ୍ରତ୍ୟାରୋପରେ ପରସ୍ପର କାଦୁଆ ଫିଙ୍ଗା ହୁଏ ନାହିଁ। ବେଳେବେଳେ ମଜାଳିଆ ମନ୍ତବ୍ୟ, କଟାକ୍ଷ ଓ ଟିପ୍ପଣୀରେ ହାସ୍ୟରୋଳ ସୃଷ୍ଟି ହୋଇଥାଏ। ଆଜି ରାଜ୍ୟସଭାରେ ବଜେଟ୍‌ ଆଲୋଚନାରେ କଂଗ୍ରେସ ସଂସଦୀୟ ଦଳର ମୁଖ୍ୟ ତଥା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ବିଜେପି ଆଗାମୀ ନିର୍ବାଚନରେ ୪୦୦ ଆସନ ଅତିକ୍ରମ କରିବ ବୋଲି ମନ୍ତବ୍ୟ ଦେବାରୁ ଏହାକୁ ନେଇ ପ୍ରବଳ ହାସ୍ୟରୋଳ ସୃଷ୍ଟି ହୋଇଥିଲା।

ରାଜ୍ୟସଭାରେ ଆଲୋଚନା ବେଳେ ଖଡ଼ଗେ କହିଥିଲେ ଯେ ବର୍ତମାନ ବିଜେପି ଓ ଏହାର ମେଣ୍ଟ ଲୋକସଭାରେ ୩୩୦ରୁ ୩୩୪ ଆସନ ପାଇ ସଂଖ୍ୟାଗରିଷ୍ଠ ହୋଇଛି। ଆସନ୍ତା ଲୋକସଭାରେ ଏହା ୪୦୦ ଅତିକ୍ରମ କରିବ ବୋଲି ଚାରିଆଡ଼େ ଆଲୋଚନା ହେଉଛି। ତାଙ୍କର ଏଭଳି ବୟାନ ସମଗ୍ର ଗୃହରେ ହଠାତ୍‌ ହାସ୍ୟରୋଳ ସୃଷ୍ଟି କରିଥିଲା। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ହସିଉଠିଥିଲେ। ତେବେ ପରବର୍ତୀ ସମୟରେ ଖଡ଼ଗେ ନିଜର ମନ୍ତବ୍ୟକୁ ସଂଶୋଧନ କରି କହିଥିଲେ, ଇଣ୍ଡି ମେଣ୍ଟ ଦୃଢ଼ ରହିଛି। ବିଜେପି ୪୦୦ ପାର୍‌ ବୋଲି କହୁଥିଲେ ମଧ୍ୟ ୧୦୦ ସିଟ୍‌ ଜିତିପାରିବ ନାହିଁ। ଏହାର ଜବାବରେ ମନ୍ତ୍ରୀ ପିୟୁଷ ଗୋଏଲ୍‌ କହିଥିଲେ ଯେ ପ୍ରତିଦିନ ଜଣେ ଲେଖାଏଁ ଇଣ୍ଡି ମେଣ୍ଟର ସଦସ୍ୟ ଛାଡ଼ି ଚାଲିଯାଉଛନ୍ତି। ମେଣ୍ଟ ରହିବ କି ନାହିଁ ସନ୍ଦେହ ହେଉଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button