ପେଟିଏମ୍ ଠକେଇ: କଟକ ଜିଲ୍ଲା ଖାଉଟି ଅଦାଲତରେ ବିଶାଳ ପେଟ୍ରୋଲ ପମ୍ପ ଦଣ୍ଡିତ – Kalinga News

[ad_1]
କଟକ: ପେଟିଏମ୍ ଠକେଇ ମାମଲାରେ କଟକ ଜିଲ୍ଲା ଖାଉଟି ଅଦାଲତରେ କଟକ ସିଡିଏ ୬ରେ ଥିବା ବିଶାଳ ପେଟ୍ରୋଲ ପମ୍ପ ଦଣ୍ଡିତ ହୋଇଛି। ସୂଚନା ଅନୁଯାୟୀ,
ପେଟିଏମ୍ ରେ ଫେଲ୍ ରସିଦ ଦେଇ ଗ୍ରାହକଙ୍କ ଡକ୍ଟର ସୁନୀଲ କୁମାର ରଥଙ୍ଠାକରୁ ଦୁଇ ଥର ଟଙ୍କା ନେଇଥିଲେ। ଗତ ଜୁଲାଇ ୫ ତାରିଖରେ ଗ୍ରାହକଙ୍କ ଠାରୁ ୪୬୪ ଓ ୩୬୧ ଟଙ୍କା ପେଟିଏମ୍ ରେ ଠକେଇ କରିଥଲେ।

Sambad is now on WhatsApp
Join and get latest news updates delivered to you via WhatsApp
ଏନେଇ ଗ୍ରାହକ ଡକ୍ଟର ସୁନୀଲ କୁମାର ରଥ ଏନେଇ ଖାଉଟି ଅଦଲତରେ ଦୁଇଟି ମାମଲା ଦାୟର କରିଥଲେ। କୋର୍ଟ ମାମଲାର ବିଚାର କରି ବିଶାଳ ପେଟ୍ରୋଲ ପମ୍ପକୁ କ୍ଷତିପୂରଣ ବାବଦକୁ ୫ ହଜାର ଟଙ୍କା ଓ ଅଦାଲତ ଖର୍ଚ୍ଚ ୫ ହଜାର ଟଙ୍କା,ଏପରି ଦୁଇଟି ମାମଲାରେ ମୋଟ ୨୦ ହଜାର ଟଙ୍କା-୩୦ ଦିନ ମଧ୍ୟରେ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶାଲ ପେଟ୍ରୋଲ ପମ୍ପ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା, କିନ୍ତୁ କୋର୍ଟ ତାକୁ ଖାରଜ କରିବା ସହ ଏହି ନିର୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଡ଼ ସୁନୀଲ କୁମାର ରଥ ନିଜେ ମାମଲା ପରିଚାଳନା କରୁଥିଲେ।
[ad_2]