ଅପରାଧ

ଇନ୍ସପେକ୍ଟର ଦମ୍ପତ୍ତିଙ୍କ ଘରେ ଚଢ଼ାଉ; ମାତ୍ର ୫୦୦୦ଟଙ୍କା ଜବତ କଲା ସିବିଆଇ – Kalinga News

[ad_1]

ଚଣ୍ଡିଗଡ଼: ସିବିଆଇ ଚଣ୍ଡିଗଡ଼ ପୁଲିସ ଇନ୍ସ‌ପେକ୍ଟର ହରିନ୍ଦର ସେଖୋ ଏବଂ ତାଙ୍କ ପତ୍ନୀ ଇନ୍ସପେକ୍ଟର ପରମଜିତ ସେଖୋଙ୍କ ସେକ୍ଟର-୩୬ସ୍ଥିତ ଘରେ ଚଢ଼ାଉ କରିଛନ୍ତି। ଏହା ବ୍ୟତୀତ ସେଖୋଙ୍କ ଭାଇଙ୍କ ଘରେ ମଧ୍ୟ ଚଢ଼ାଉ କରାଯାଇଛି।

ତେବେ ଏହି ଚଢ଼ାଉରେ ସିବିଆଇ ଇନ୍ସ‌ପେକ୍ଟର ଦମ୍ପତ୍ତିଙ୍କ ଘରୁ ମାତ୍ର ୫୦୦୦ରୁ କମ୍ ଟଙ୍କା ଓ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରା ଯାଇଥିବା ଜଣାପଡ଼ିଛି। ଏହି ଚଢ଼ାଉ ପରେ ସିବିଆଇ ସେମାନଙ୍କ ବ୍ୟାଙ୍କ ଲକର ଯାଞ୍ଚ କରୁଛନ୍ତି।

କୁହାଯାଉଛି କି ସିବିଆଇକୁ ଏକ ଅଭିଯୋଗ ଆସିଥିଲା କି, ଇନ୍ସ‌ପେକ୍ଟର ଦମ୍ପତିଙ୍କ ଠାରେ ଆୟ ଠାରୁ ଅଧିକ ସମ୍ପତ୍ତି ରହିଛି। ଏହି ଅଭିଯୋଗକୁ କେନ୍ଦ୍ର କରି ଗତ ଦୁଇ ମାସ ଧରି ସିବିଆଇ ଗୁପ୍ତ ଭାବେ ଅନୁସନ୍ଧାନ କରୁଥିଲା। ଗତ ବର୍ଷ ୭ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ସେଖୋଙ୍କ ନାମ ସାମ୍ନାକୁ ଆସିଥିଲା। ସେ ସମୟରେ ଲାଞ୍ଚ ମାମଲାରେ ପିସିଆରରେ ଥିବା ହେଡ କନଷ୍ଟେବଳ ଏବଂ ଦୁଇଜଣ ମଧ୍ୟସ୍ଥିଙ୍କୁ ସିବିଆଇ ଗିରଫ କରିଥିଲା।

ସିବିଆଇ ସହ ଜଡିତ ସୂତ୍ରରୁ ପ୍ରକାଶ ଯେ ଇନ୍ସପେକ୍ଟର ସେଖୋଙ୍କ ପତ୍ନୀ ପରମଜିତ କୌରଙ୍କ ଆୟବହିର୍ଭୂତ ସମ୍ପତ୍ତି ଉପରେ ସିବିଆଇ ମଧ୍ୟ ଅନୁସନ୍ଧାନ କରୁଛି। ପରମଜିତ ଚଣ୍ଡିଗଡ଼ ପୁଲିସର ଇନ୍ସପେକ୍ଟର ରହିଛନ୍ତି।

ଗତ ଶୁକ୍ରବାର ଦିନ ସିବିଆଇ ଟିମ୍ ସକାଳ ୯ ଟାରେ ସେକ୍ଟର -୩୬ରେ ସେଖୋ ଦମ୍ପତ୍ତିିଙ୍କ ଘରେ ପହଞ୍ଚିଥିଲା। ସେତେବେଳେ ହରିନ୍ଦର ସେଖୋ ଘରେ ନଥିଲେ। କେବଳ ତାଙ୍କ ପତ୍ନୀ ଏବଂ ସହାୟକ ଘରେ ଥିଲେ। ସେଠାରେ ସିବିଆଇ ଟିମ୍ ପ୍ରାୟ ୭ ଘଣ୍ଟା ଯାଞ୍ଚ କରିଥିଲା। ଏହି ଯାଞ୍ଚ ସମୟରେ ଇନ୍ସପେକ୍ଟର ଦମ୍ପତ୍ତିଙ୍କ ଘରୁ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରର ବି ଯାଞ୍ଚ କରାଯାଇଥିବା ଜଣାପଡ଼ିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button