ସିଲି ପଏଣ୍ଟ୍: ସୁପର୍ ଯୋଡ଼ି ଋତ୍କର୍ଷାଙ୍କ କ୍ରିକେଟ୍ ସମ୍ପର୍କ – Kalinga News

[ad_1]
ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଅଧିନାୟକ ଋତୁରାଜ ଗାଏକ୍ବାଡ ଖାଲି ପଡ଼ିଆରେ ଦଳରେ ନେତୃତ୍ବ ନେଉନାହାନ୍ତି। ସେ ନିଜର ବିଳାସପୂର୍ଣ୍ଣ ଜୀବନର ମଧ୍ୟ ନେତୃ୍ତ୍ବ ନେଉଛନ୍ତି। ଏହି ଉଦୀୟମାନ ତାରକାଙ୍କ ପ୍ରେମକାହାଣୀ ତାଙ୍କ ବ୍ୟାଟିଂ ହାରରେ ପ୍ରଭାବ ପକାଇଛି। ଗତବର୍ଷ ସିଏସ୍କେ ଆଇପିଏଲ୍ ଜିତିବା ପରେ ଋତୁରାଜ ତାଙ୍କ ବାନ୍ଧବୀ ଉତ୍କର୍ଷା ପାୱାରଙ୍କୁ ବିବାହ କରିଥିଲେ। ଋତତ୍କର୍ଷା ନାମରେ ପରିଚିତ ଏହି ସୁପର ଯୋଡ଼ିଙ୍କ କ୍ରିକେଟ୍ ରୋମାନ୍ସର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ଏହି ଭିଡିଓରେ ଋତତ୍କର୍ଷା ସିଏସ୍କେର ଚ୍ୟାଲେଞ୍ଜକୁ ଗ୍ରହଣ କରି ପରସ୍ପର ବିପକ୍ଷରେ ବ୍ୟାଟିଂ କରୁଛନ୍ତି। ଋତୁରାଜଙ୍କୁ ବିଜୟ ପାଇଁ ୬ ବଲ୍ରୁ ୧୦ ରନ୍ ଆବଶ୍ୟକ ରହିଛି। କିନ୍ତୁ ଫଳାଫଳ ଉତ୍କଣ୍ଠାପୂର୍ଣ୍ଣ ଟାଇରେ ଶେଷ ହୋଇଛି। ସୂଚନାଯୋଗ୍ୟ, ୨୦୨୦ରୁ ଋତୁରାଜ ସିଏସ୍କେରେ ସାମିଲ ହେବା ପରଠାରୁ ୨୦୨୧ ଓ ୨୦୨୩ରେ ଆଇପିଏଲ୍ ବିଜେତା ହେବାର ସୌଭାଗ୍ୟ ପାଇଛନ୍ତି। ୨୦୨୧ରେ ସେ କମଳା ଟୋପି ମଧ୍ୟ ହାତେଇଥିଲେ।
[ad_2]