ରାଜନୀତି

ଚିତ୍ରକୋଣ୍ଡା ବିଜେଡି ପ୍ରାର୍ଥିନୀ ଲକ୍ଷ୍ମୀପ୍ରିୟାଙ୍କୁ ଜୋରଦାର ସ୍ବାଗତ – Kalinga News

[ad_1]

ମାଲକାନଗିରି: ଚିତ୍ରକୋଣ୍ଡା ବିଜେଡି ପ୍ରାର୍ଥିନୀ ଲକ୍ଷ୍ମୀପ୍ରିୟା ନାୟକ ଶୁକ୍ରବାର ମାଲକାନଗିରି ଜିଲ୍ଲାରେ ପହଞ୍ଚିବା ପରେ ଗୋବିନ୍ଦପାଲ୍ଲୀ ଠାରେ ଭବ୍ୟ ସ୍ବାଗତ କରାଯାଇଥିଲା।ଗୋଷ୍ଠୀ କନ୍ଦଳ ଯୋଗୁଁ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଦେବା ନେଇ ବିଜେଡି ଦଳରେ ଦ୍ବନ୍ଦ ଲାଗି ରହିଥିଲା। ବହୁ ବାଦବିବାଦ ପରେ ଲକ୍ଷ୍ମୀପ୍ରିୟା ନାୟକଙ୍କୁ ଦଳ ପ୍ରାର୍ଥିନୀ କଲା। ତେବେ ଲକ୍ଷ୍ମୀପ୍ରିୟା ନାୟକ ଆଜି ନିଜର ହଜାର ହଜାର ସମର୍ଥକଙ୍କୁ ଭେଟି ଦଳକୁ କିପରି ଜିତାଇବେ ସେନେଇ ଭୋଟ ଭିକ୍ଷା ପାଇଁ ଅନୁରୋଧ କରିଥିଲେ।ସମର୍ଥକମାନେ ମଧ୍ୟ ଲକ୍ଷ୍ମୀପ୍ରିୟାଙ୍କୁ ପାଖରେ ପାଇ ବେଶ ଖୁସି ଜାହିର କରିଥିଲେ।

ପ୍ରକାଶ ଥାଉକି ଚିତ୍ରକୋଣ୍ଡା ବିଧାନସଭା କ୍ଷେତ୍ରରେ ବିଜେପି ଡମ୍ବରୁ ଶିଶାଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ମଙ୍ଗୁ ଖିଲଙ୍କୁ ପ୍ରାର୍ଥୀ କରିଛି। ତେବେ ତିନି ଜଣଙ୍କ ମଧ୍ୟରେ କଡା ଟକ୍କର ହେବ ବୋଲି କୁହାଯାଇଛି। ଗତ ଥର ଲକ୍ଷ୍ମୀପ୍ରିୟା କଂଗ୍ରେସ ଦଳର ପ୍ରର୍ଥୀ ହୋଇ ଦ୍ବିତୀୟ ସ୍ଥାନରେ ରହିଥିଲେ। ବିଜେଡି ବାଜିମାତ କରିଥିଲା। ଏଥର ସେ ନିଜ ବିଜେଡି ଦଳର ପ୍ରାର୍ଥିନୀ ହୋଇଥିବାରୁ ଏଥର ମଧ୍ୟ ବିଜେଡି ବିଜୟ ଲାକ୍ଷ କରିବ ବୋଲି କୁହାଯାଇଛି। କିନ୍ତୁ ଏହି ତିନି ଜଣଙ୍କ ମଧ୍ୟରେ ଏବେ ଆପ୍ ତରଫରୁ ଶରତ ଚନ୍ଦ୍ର ବୁରୁଦା ପ୍ରାର୍ଥୀ ଘୋଷଣା ହେବା ପରେ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି। ଶରତ ଚନ୍ଦ୍ର ବୁରୁଦାଙ୍କ ସ୍ଥିତି ମଧ୍ ଭଲ ଥିବାରୁ ସେ ହୁଏତ କଂଗ୍ରେସର ଭୋଟକୁ ହାତେଇବା ସହ ବିଜୟ ଲାଭ କରିବାର ଆଶା ମଧ୍ୟ ରଖିଛନ୍ତି। ତେବେ ଏହି ନିର୍ବାଚନ ମଣ୍ଡଳୀରେ କିଏ ଜିତୁଛି ଦେଖିବାକୁ ବାକି ରହିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button