ରାଜନୀତି

ଶରତ ଟିକେଟ୍ ଯାଚିଲେ, ମନାକଲେ ସୁର – Kalinga News

[ad_1]

ବିଜେପି-ବିଜେଡି ମେଣ୍ଟ ହେଲେ କଂଗ୍ରେସ ସରକାର କରିବ

ଭୁବନେଶ୍ବର: କିଛିଦିନ ତଳେ ପିସିସି ସଭାପତି ଶରତ ପଟ୍ଟନାୟକ କହିଥିଲେ ଯେ ଏଥର ଜଟଣୀରୁ ସୁର ଭାଇ ନିର୍ବାଚନ ଲଢ଼ିବେ। ସେ ନିର୍ବାଚନ ଲଢ଼ିବାକୁ ମନା କରୁଥିଲେ ହେଁ ଆମେ ତାଙ୍କୁ ମନାଇବୁ। କାରଣ ଜଟଣୀବାସୀ କହୁଛନ୍ତି ଯେ ଏଥର ସୁର ଭାଇ ଛିଡ଼ା ହେବା ଦରକାର। ସେ ଛିଡ଼ା ହେଲେ ଜିତିବେ। ହେଲେ ଆଜି ସୁର ରାଉତରାୟ ଆଜି ଶରତଙ୍କ ଅଫର୍‌କୁ ମନା କରିଦେଇଛନ୍ତି। ସେ ଗଣମାଧ୍ୟମକୁ କହିଛନ୍ତି ଯେ ମୋତେ ୮୦ବର୍ଷ ହେଲାଣି, ଏଥର ମୁଁ ନିର୍ବାଚନ ଲଢ଼ିବିନି। ମୋ ସାନପୁଅ ଜଟଣୀରୁ ନିର୍ବାଚନ ଲଢ଼ିବ। ଶରତ ବାବୁ ଭଲ ଲୋକ ସେ ମୋତେ କହୁଥିଲେ ହେଁ ମୁଁ ମନା କରିଛି। କଂଗ୍ରେସରେ ଯେଉଁ ନେତାଙ୍କୁ ୮୦ବର୍ଷ ହେଲାଣି ସେମାନେ ରହିଯାଆନ୍ତୁ। ଏବେ ଯୁବକମାନଙ୍କୁ ସୁଯୋଗ ମିଳିବା ଆବଶ୍ୟକ। ଏଥର ୮୦% ଟିକେଟ୍ ଯୁବକଯୁବତୀଙ୍କୁ ମିଳିବ।ସେହିପରି ନିର୍ବାଚନ ପ୍ରସ୍ତୁତି ନେଇ ‌ସୁର କହିଛନ୍ତି ଯେ ଏଥର କଂଗ୍ରେସ ୯୬ ବିଧାନସଭା ଓ ୧୧ଟି ଲୋକସଭା ଆସନ ଜିତିବ। ବିଜେଡି-ବିଜେପି ମେଣ୍ଟ ହେଲେ କଂଗ୍ରେସ ଫାଇଦାରେ ରହିବ। ଆଉ ରାଜ୍ୟରେ ସରକାର ଗଢ଼ିବା ନିଶ୍ଚିତ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button