ଖେଳ ଖବର

ଲକ୍ଷ୍ନୌକୁ ଜିତାଇଲେ ରାହୁଲ-ଡି’କକ୍‌ – Kalinga News

[ad_1]

ଚେନ୍ନାଇର ତୃତୀୟ ପରାଜୟ

ଲକ୍ଷ୍ନୌ: ଚଳିତ ଆଇପିଏଲ୍‌ରେ ଶୁକ୍ରବାର ବିଜେତା ଚେନ୍ନାଇ ସୁପରକିଙ୍ଗ୍ସକୁ ଶୋଚନୀୟ ଭାବେ ୮ ୱିକେଟ୍‌ରେ ପରାସ୍ତ କରିଛି ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସ। ରବୀନ୍ଦ୍ର ଜାଡ଼େଜା, ମହେନ୍ଦ୍ର ସିଂହ ଧୋନିଙ୍କ ପାଳି ବଳରେ ଚେନ୍ନାଇ ୧୭୬ ରନ୍ କରିଥିଲେ ମଧ୍ୟ ଗୋଟିଏ ଓଭର ପୂର୍ବରୁ ଘରୋଇ କେଏଲ୍ ରାହୁଲଙ୍କ ଦଳ ବିଜୟୀ ହୋଇଥିଲା। ପ୍ରଥମ ୱିକେଟ୍‌ ପାଇଁ କେଏଲ୍ ରାହୁଲ (୫୩ ବଲ୍‌ରୁ ୮୨ ରନ୍, ୯ ଚୌକା, ୩ ଛକା) ଏବଂ କ୍ବିଣ୍ଟନ୍ ଡି’କକ୍ (୪୩ ବଲ୍‌ରୁ ୫୪ ରନ୍, ୫ ଚୌକା, ୧ ଛକା) ୧୪ ଓଭରରେ ୧୩୪ ରନ୍ ସଂଗ୍ରହ କରି ମ୍ୟାଚ୍‌କୁ ଏକତରଫା କରି ଦେଇଥିଲେ। ୱିକେଟ୍‌ରକ୍ଷକ ଭାବେ ଆଇପିଏଲ୍‌ରେ ସର୍ବାଧିକ ଶତକ କରିବାରେ କେଏଲ୍‌ ରାହୁଲ୍‌ (୨୫) ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି (୨୪)ଙ୍କୁ ପଛରେ ପକାଇଥିଲେ। ନିକୋଲାସ ପୂରନ (୧୨ ବଲ୍‌ରୁ ୨୩* ରନ୍) ଗୋଟିଏ ଓଭର ପୂର୍ବରୁ ମ୍ୟାଚ୍‌ ‌ଶେଷ କରିଥିଲେ। ଏହା ସତ୍ତ୍ବେ ଚେନ୍ନାଇ ଓ ଲକ୍ଷ୍ନୌ ପଏଣ୍ଟ ଟେବୁଲ୍‌ରେ ନିଜ ନିଜ ସ୍ଥାନରେ ଅପରିବର୍ତିତ ରହିଛନ୍ତି। କେଏଲ୍‌ ରାହୁଲ (୮୨ ରନ୍‌ ଓ ୨ କ୍ୟାଚ୍‌) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।

କେଏଲ୍‌ ରହୁଲ ଟସ୍‌ ଜିତି କ୍ଷେତ୍ରରକ୍ଷଣ କରିଥିଲା ବେଳେ ଦ୍ବିତୀୟ ଓଭରରେ ରାଚିନ ରବୀନ୍ଦ୍ରଙ୍କୁ ଆଉଟ୍‌ କରି ମୋହସିନ ଖାନ୍‌ ପ୍ରଥମ ସଫଳତା ଦେଇଥିଲେ। ବୋଲରମାନେ ମ୍ୟାଚ୍‌ରେ ନିୟନ୍ତ୍ରଣ ଆଣିବାରୁ ଋତୁରାଜ ଗାଏକ୍ବାଡ (୧୭) ଓ ରବୀନ୍ଦ୍ର ଜାଡ଼େଜାଙ୍କ ସହ ମିଶି ଅଜିଙ୍କ୍ୟ ରାହାଣେ (୩୬) ଛୋଟ ଛୋଟ ଭାଗୀଦାରି ଗଢିଥିଲେ। ଶିବମ ଦୁବେ (୩) ଓ ଇମ୍ପାକ୍ଟ ପ୍ଲେୟର ସମୀର ରିଜ୍‌ଭି (୧) ସଅଳ ଆଉଟ୍‌ ହୋଇଯିବାରୁ ରନ୍‌ ସଂଗ୍ରହ ଆହୁରି ଧିମାଇ ଯାଇଥିଲା। ଜାଡ଼େଜା ଶେଷ ପର୍ଯ୍ୟନ୍ତ ଅପରାଜିତ (୪୦ ବଲ୍‌ରୁ ୫୭*) ରହିଥିଲେ। ମୋଇନ୍‌ (୨୦ ବଲ୍‌ରୁ ୩୦ ରନ୍‌) ଓ ଧୋନି (୯ ବଲ୍‌ରୁ ୨୮* ରନ୍‌)ଙ୍କ ବିସ୍ଫୋରକ ବ୍ୟାଟିଂ କରିଥିଲେ। ସିଏସ୍‌କେ ଶେଷ ୩ ଓଭରରୁ ୫୩ ରନ୍‌ ସଂଗ୍ରହ କରିଥିଲା।

ସଂକ୍ଷିପ୍ତ ସ୍କୋର: ଚେନ୍ନାଇ ସୁପରକିଙ୍ଗ୍ସ ୨୦ ଓଭରରେ ୧୭୬/୬ (ରବୀନ୍ଦ୍ର ଜାଡ଼େଜା-୫୭*, ଅଜିଙ୍କ୍ୟ ରାହାଣେ-୩୬, ମୋଇନ୍‌ ଅଲ୍ଲୀ-୩୦, ମହେନ୍ଦ୍ର ସିଂହ ଧୋନି-୨୮*, କୃନାଲ ପାଣ୍ଡ୍ୟା-୨/୧୬, ମାର୍କସ ଷ୍ଟୋଇନିସ୍‌-୧/୭, ମୋହସିନ ଖାନ୍‌-୧/୩୭, ରବି ବିଷ୍ଣୋଇ-୧/୪୪, ୟାଶ ଠାକୁର-୧/୪୫)। ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍ ୧୯ ଓଭରରେ ୧୮୦/୨ (କେଏଲ୍ ରାହୁଲ-୮୨, କ୍ବିଣ୍ଟନ୍ ଡି’କକ୍-୫୪, ନିକୋଲାସ ପୂରନ-୨୩*, ମାର୍କସ ଷ୍ଟୋଇନିସ୍-୮*, ମଥିସା ପଥିରଣା-୧/୨୯, ମୁସ୍ତାଫିଜୁର ରହମାନ-୧/୪୩)।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button