ରାଜନୀତି

ଧର୍ମେନ୍ଦ୍ରଙ୍କୁ ଜବାବ ଦେଲେ ପ୍ରଣବ: ପ୍ରଶ୍ନର ଉତ୍ତର ଦିଅ, ଉତ୍ତ୍ୟକ୍ତ ହୁଅନାହିଁ – Kalinga News

[ad_1]

ସତ କହିଲେ ରାଗି ଯାଉଛନ୍ତି କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଡ଼ା ସମାଲୋଚନା ପରେ ତାଙ୍କୁ ଜବାବ ଦେଇଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପ୍ରଣବ କହିଛନ୍ତି, ଶ୍ରୀ ପ୍ରଧାନଙ୍କୁ ତାଙ୍କ ଅପାରଗତାର ଆଇନା ଦେଖାଇଲେ ସେ ଚିଡ଼ି ଯାଉଛନ୍ତି। ପ୍ରଶ୍ନ ପଚାରିଲେ ସେ ଜୋରରେ ରାଗିଯିବା ସହିତ ତାଙ୍କ ରକ୍ତଚାପ ବଢ଼ିଯାଉଛି। ତେଣୁ ଚିଡ଼ିଚିଡ଼ା ହୋଇ ବଢ଼ୁଥିବା ରକ୍ତଚାପକୁ କମାଇବା ପାଇଁ କେନ୍ଦ୍ର ମନ୍ତ୍ରୀ ନିୟମିତ ଯୋଗ କରିବା ଉଚିତ ବୋଲି ସେ କଟାକ୍ଷ କରିଛନ୍ତି।

ଶ୍ରୀ ଦାସ କହିଛନ୍ତି ଯେ ଶ୍ରୀ ପ୍ରଧାନ କେନ୍ଦ୍ରରେ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି। ହେଲେ ନିଜ ମାଟି ପାଇଁ ଗୋଟେ ନୂଆ ବିଶ୍ୱବିଦ୍ୟାଳୟ କରିବା ତ ଦୂରର କଥା, ନିଜ ଜିଲ୍ଲା ଅନୁଗୁଳ କିମ୍ବା ପଡ଼ୋଶୀ ଢେଙ୍କାନାଳ ଓ ସମ୍ବଲପୁରରେ ଗୋଟିଏ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ କିମ୍ବା ଜବାହର ନବୋଦୟ ବିଦ୍ୟାଳୟଟିଏ କରିପାରି ନାହାନ୍ତି। ସେହିଭଳି ଦକ୍ଷତା ବିକାଶ କେନ୍ଦ୍ରଟିଏ ବି ସ୍ଥାପନ କରିପାରି ନାହାନ୍ତି। କେବଳ ସେତିକି ନୁହେଁ, ୫୫ ନମ୍ବର ଜାତୀୟ ରାଜପଥର ଦୁରବସ୍ଥା ସଂକ୍ରାନ୍ତରେ ଧର୍ମେନ୍ଦ୍ରଙ୍କୁ ମନେ ପକାଇ ଦେଇଛନ୍ତି ପ୍ରଣବ। ସେ କହିଛନ୍ତି ଯେ ଏହି ରାଜପଥ କାର୍ଯ୍ୟ ୧୦ ବର୍ଷ ହେଲା ସରିପାରୁ ନାହିଁ। ଯାହା ଖବର ମିଳୁଛି ଶ୍ରୀ ପ୍ରଧାନ ଏବେ ଖାଲଖମା ଯୋଗୁଁ ଜାତୀୟ ରାଜପଥ ବଦଳରେ ରାଜ୍ୟ ରାଜପଥରେ ଯିବାକୁ ଅଧିକ ଭରସା କରୁଛନ୍ତି। କାମାକ୍ଷା ପ୍ରସାଦ ସିଂହଦେଓ କେନ୍ଦ୍ରରେ ମନ୍ତ୍ରୀ ଥିବା ବେଳେ ନିଜ ଜିଲ୍ଲା ପାଇଁ ଆଇଆଇଏମ୍‌ସି ସହ ଅନ୍ୟ କେନ୍ଦ୍ରୀୟ ପ୍ରକଳ୍ପ କିଭଳି କାର୍ଯ୍ୟକାରୀ କରାଇଥିଲେ ସେ ସଂକ୍ରାନ୍ତରେ ବିଜେଡି ସାଂଗଠନିକ ସମ୍ପାଦକ ମନେପକାଇ ଦେଇଛନ୍ତି। ଏଥି ସହିତ ଆର୍ନ୍ତଜାତିକ ଯୋଗ ଦିବସରେ ଯେଭଳି ଯୋଗ କରୁଥିଲେ ଅନୁରୂପ ଭାବେ ନିୟମିତ ଯୋଗ ଜାରି ରଖିବାକୁ ପ୍ରଣବ ପରାମର୍ଶ ଦେଇଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button