ରାଜନୀତି

ଇଣ୍ଡିଆ ଟିଭି- ସିଏନଏକ୍ସର ଜନମତ ସର୍ଭେ: ପୁଣି ଏନଡିଏ କ୍ଷମତାକୁ ଫେରିବ – Kalinga News

[ad_1]

ନୂଆଦିଲ୍ଲୀ: ଇଣ୍ଡିଆ ଟିଭି- ସିଏନଏକ୍ସ ପକ୍ଷରୁ କରାଯାଇଥିବା ଜନମତ ସର୍ଭେରେ ଏନଡିଏ ୨୦୨୪ ସାଧାରଣ ନିର୍ବାଚନରେ ୩୯୩ ଆସନରେ ବିଜୟୀ ହୋଇ ପୁଣି କ୍ଷମତାକୁ ଫେରିବ। ଏହି ଆକଳନ ଅନୁଯାୟୀ ଦେଶର ବୃହତ୍ତମ ରାଜ୍ୟ ଉତ୍ତରପ୍ରଦେଶରେ ବିଜେପିର ସବୁଠାରୁ ଚମତ୍କାର ବିଜୟ ହେବାକୁ ଯାଉଛି, ଯେଉଁଠାରେ ଦଳ ଏହା ମୋଟ୍ ୮୦ ମଧ୍ୟରୁ ମଧ୍ୟରୁ ୭୨ଟି ଆସନ ଜିତିବ। ଏହାଛଡ଼ା ଏହାର ସହଯୋଗୀ ସହଯୋଗୀ ଆରଏଲଡି ଏବଂ ଅପନା ଦଳ ପ୍ରତ୍ୟେକ ଦୁଇଟି ଆସନରେ ବିଜୟୀ ହୋଇପାରନ୍ତି। ଅବଶିଷ୍ଟ ଚାରିଟି ଆସନେର ସମାଜବାଦୀ ପାର୍ଟି ବିଜୟୀ ହୋଇପାରେ। କିନ୍ତୁ ଉଭୟ କଂଗ୍ରେସ ଏବଂ ବିଏସପି ଉତ୍ତରପ୍ରଦେଶରେ ଗୋଟିଏ ବି ଆସନ ପାଇବାର ସମ୍ଭାବନା ନାହିଁ।

ମହାରାଷ୍ଟ୍ରରେ ୪୮ଟି  ଲୋକସଭା ଆସନ ମଧ୍ୟରୁ ବିଜେପି ଏକାକୀ ୨୯ଟି ଆସନରେ ବିଜୟୀ ହୋଇପାରେ। ଏଣେ ସହଯୋଗୀ ଶିବସେନା(ସିନ୍ଦେ) ୭ଟି ଓ ଏନସିପି(ଅଜିତ ପାଓ୍ବାର) ୨ଟି ଆସନରେ ବିଜୟୀ ହୋଇପାରେ। ଏଣେ ଦିଲ୍ଲୀରେ ସମସ୍ତ ୭ଟି, ଗୁଜୁରାଟରେ ସବୁ ୨୬, ରାଜସ୍ଥାନରେ ସମସ୍ତ ୨୫, ଛତିଶଗଡ଼ର ସବୁ ୧୧, ମଧ୍ୟପ୍ରଦେଶରେ ୨୮ଟି ଆସନରେ ବିଜୟୀ ହେବା ନେଇ ଏହି ସର୍ଭେରେ କୁହାଯାଇଛି। ତେଣେ ବିହାରରେ ବି ଏନଡିଏ ନିଜର ଯାଦୁ ଦେଖାଇବ। ଏଠାରେ ମୋଟ ୪୦ରୁ ବିଜେପି ୧୭, ଜେଡିୟୁ ୧୨, ଏଲଜେପି ୩ ଓ ହାମ୍ ଗୋଟିଏ ଆସନରେ ବିଜୟୀ ହୋଇପାରେ। ପଶ୍ଚିମବଙ୍ଗରେ ବିଜେପି ୨୩ଟି ଆସନରେ ବିଜୟୀ ହେବ।

ସବୁଠାରୁ ବଡ଼ କଥା ହେଲା ଯେ ଏଥର ବିଜେପି ଦକ୍ଷିଣ ଭାରତୀୟ ରାଜ୍ୟରେ ପୂର୍ବାପେକ୍ଷା ଅଧିକ ଆସନ ପାଇବ। ଦଳ ଆନ୍ଧ୍ର ପ୍ରଦେଶରେ ୩, ତେଲେଙ୍ଗାନାରେ ୧୦ଟି ଓ କର୍ଣ୍ଣାଟକରେ ୨୧ଟି ଆସନ ପାଇପାରେ।

ସର୍ଭେ ଅନୁଯାୟୀ, ଓଡ଼ିଶାର ୨୧ଟି ଲୋକସଭା ଆସନ ମଧ୍ୟରୁ ବିଜେପି ୧୦ଟି ପାଇପାରେ। ଏଣେ ବିଜୁ ଜନତା ଦଳ (ବିଜେଡି) ଏଗାରଟି ଆସନ ଜିତିବ। ଏପରିକି ଏଠାରେ କଂଗ୍ରେସ ଆକାଉଣ୍ଟ ଖୋଲି ନପାରେ।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button