ଦେଶ- ବିଦେଶ

ଶ୍ରୀନଗରର ଝେଲମ୍ ନଦୀରେ ଡଙ୍ଗା ବୁଡ଼ି ୬ ମୃତ – Kalinga News

[ad_1]

ଶ୍ରୀନଗର: ଶ୍ରୀନଗର ନିକଟରେ ଝେଲମ ନଦୀରେ ଡଙ୍ଗା ବୁଡ଼ି ୬ ଜଣଙ୍କର ମୃତ୍ୟୁ ହୋଇଛି। ଲାଲ ଚୌକ ସହର କେନ୍ଦ୍ରଠାରୁ ୫ କିଲୋମିଟର ଦୂରରେ ଏହି ଦୁର୍ଘଟଣା ହୋଇଛି। ଡଙ୍ଗା ବୁଡ଼ିଯିବାରୁ ଜଣେ ୩୫ ବର୍ଷୀୟା ମା’ ଏବଂ ତାଙ୍କର ଦୁଇ ଯାଆଁଳା ପୁଅଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ଘଟିଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ଶ୍ରୀନଗର ଡେପୁଟି ପୁଲିସ କମିସନର ବିଲାଲ ଭଟ୍ଟ କହିଛନ୍ତି ଯେ ସକାଳ ୮ଟାରେ ଝେଲମ ନଦୀର ଗୋଟିଏ ପାର୍ଶ୍ୱରେ ଗଣ୍ଡୱାଲରୁ ବଟୱାରା ଯାଉଥିବା ଏକ ପୁରୁଣା କାଠ ଡଙ୍ଗା ହଠାତ୍ ବୁଡ଼ିଯାଇଥିଲା। ଡଙ୍ଗା ଯୋଗେ ଏହି ଅଂଚଳ ମଧ୍ୟରେ ଦୂରତା ୫୦୦ ମିଟର ହୋଇଥିବା ବେଳେ ନିକଟତମ ପୋଲ ୩ କିଲୋମିଟର ଦୂରରେ ରହିଛି । ଅଧିକାଂଶ ଲୋକ ଦୂରତା ପାଇଁ ପୋଲ୍ ବ୍ୟବହାର ନକରି ଏଭଳି ବିପଦପୂର୍ଣ୍ଣ ଯାତ୍ରା କରିବାକୁ ବାଧ୍ୟ ହେଉଛନ୍ତି। ଦୁର୍ଘଟଣା ଘଟିଥିବା ଅଞ୍ଚଳ ନିକଟରେ ଏକ ଫୁଟ୍ବ୍ରିଜ୍ ପ୍ରାୟ ଏକ ଦଶନ୍ଧି ଧରି ନିର୍ମାଣାଧୀନ ରହିଛି। କାଶ୍ମୀର ଉପତ୍ୟକାରେ ଶନିବାରଠାରୁ ପ୍ରବଳ ବର୍ଷା ହେଉଛି ଏବଂ ସକାଳେ ଝେଲମ୍ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ପ୍ରବଳ ଜଳସ୍ରୋତ ଯୋଗୁଁ ନଦୀର ଏକ ଲୁହା ସ୍ତମ୍ଭକୁ ଡଙ୍ଗାଟି ଧକ୍କା ଦେବାପରେ ନିୟନ୍ତ୍ରଣ ହରାଇଥିଲା ଏବଂ ବୁଡ଼ି ଯାଇଥିଲା। ଏଥିରେ ସ୍କୁଲ ପିଲାଙ୍କ ସମେତ ୧୫ ଜଣ ଥିଲେ। ୬ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଅପରାହ୍ନ ସୁଦ୍ଧା ୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ନିଖୋଜ ୩ ଜଣଙ୍କୁ ଖୋଜା ଚାଲିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button