ରାଜନୀତି

ବିଜୟ ହାଟ୍ରିକ୍ ଆଶାରେ ୟୁପିର ୨୮ ସାଂସଦ – Kalinga News

[ad_1]

ଲକ୍ଷ୍ନୌ: ‌ଦେଶରେ ୧୭ ତମ ଲୋକସଭା ପାଇଁ ନିର୍ବାଚନ ଜାରି ରହିଛି। ଇତିମଧ୍ୟରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ରାଜନୈତିକ ଦଳର ନେତା ନିଜ ନିଜ ପ୍ରଚାର କାର୍ଯ୍ୟରେ ଜୋରସୋର୍ ଲାଗିଛନ୍ତି। ବିଜେପିର ପ୍ରଚାର ଦାୟିତ୍ବ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ଭାଳିଛନ୍ତି। ପ୍ରଧାନମନ୍ତ୍ରୀ ପ୍ରତିଦିନ ଦୁଇରୁ ତିନି ରାଲି କରୁଛନ୍ତି। ଚଳିତ ନିର୍ବାଚନରେ ଉତ୍ତରପ୍ରଦେଶ(ୟୁପି)ର ୨୮ ସାଂସଦ ହାଟ୍ରିକ୍ ବିଜୟ ଆଶାରେ ରହିଛନ୍ତି।

ଇତିମଧ୍ୟରେ ରାଜ୍ୟରେ ପ୍ରଥମ ଦୁଇଟି ପର୍ଯ୍ୟାୟ ଲୋକସଭା ନିର୍ବାଚନ ଶେଷ ହୋଇଛି। ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟରେ ପ୍ରଚାର ଜାରି ରହିଛି। ବିଜେପି ରାଜ୍ୟର ସମସ୍ତ ୮୦ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଦେଇଛି। ରାଜ୍ୟରେ ୨୮ ସାଂସଦ ଏପରି ଅଛନ୍ତି ଯେଉଁମାନେ ହାଟ୍ରିକ୍ ବିଜୟ ପାଇଁ ଆଶା ବାନ୍ଧିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ବାରାଣସୀ ‌ଆସନର ପ୍ରାର୍ଥୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହା ସହିତ ଏହି ତାଲିକାରେ ଲକ୍ଷ୍ନୌ ଆସନର ପ୍ରାର୍ଥୀ ରାଜନାଥ ସିଂ, ମହେନ୍ଦ୍ର ନାଥ ପାଣ୍ଡେ, ମଥୁରା ସାଂସଦ ହେମା ମାଳିନୀ, ପଙ୍କଜ ଚୌଧୁରୀ, ସଞ୍ଜିବ ବଲିୟାନ, କୌଶଳ କିଶୋର, ଅନୁପ୍ରିୟା ପଟେଲ ପ୍ରମୁଖ ଅଛନ୍ତି।

ଅନୁପ୍ରିୟା ପଟେଲଙ୍କୁ ଛାଡିଦେଲେ ଅନ୍ୟ ୨୭ ସାଂସଦ ବିଜେପିର ଅଛନ୍ତି। ଏହି ୨୭ ଜଣଙ୍କ ମଧ୍ୟରେ ରାଜନାଥ ସିଂ ହାଟ୍ରିକ୍ ବିଜୟ ହାସଲ କରିଥିବାବେଳେ ମେନକା ଗାନ୍ଧି ଡବଲ ହାଟ୍ରିକ୍ ବିଜୟ ହାସଲ କରି ସାରିଛନ୍ତି। ରାଜନାଥ ଚତୁର୍ଥ ବିଜୟ ଆଶାରେ ମଇଦାନକୁ ଓହ୍ଲାଇଛନ୍ତି। ମେନକା ଅଷ୍ଟମ ବିଜୟ ପାଇଁ ଆଶାବାଦୀ ଅଛନ୍ତି।

୨୦୦୯ରେ ରାଜନାଥ ସିଂ ଗାଜିଆବାଦ ଲୋକସଭା ଆସନରୁ ବିଜୟୀ ହୋଇଥିଲେ। ଏହାପରେ ୨୦୧୪ ଏବଂ ୨୦୧୯ରେ ସେ ଲଗାତାର ଲକ୍ଷ୍ନୌ ଆସନରୁ ବିଜୟୀ ହୋଇଥିଲେ। ଚଳିତ ନିର୍ବାଚନରେ ସେ ପୁଣିଥରେ ଲକ୍ଷ୍ନୌରୁ ପ୍ରାର୍ଥୀ ହୋଇଛନ୍ତି। ଗୋରଖପୁରର ବାଂସଗାୱଁ ଆସନରୁ କମଳେଶ ପାସୱାନ ଗତ ୩ ଥର ନିର୍ବାଚନରେ ଲଗାତାର ବିଜୟୀ ହୋଇଛନ୍ତି ସେ ଚତୁର୍ଥ ବିଜୟ ପାଇଁ ଅଣ୍ଟା ଭିଡ଼ିଛନ୍ତି। ଡୁମରିଗଞ୍ଜର ସାଂସଦ ଜଗଦମ୍ବିକା ପାଲ ଚତୁର୍ଥ ବିଜୟ ପାଇଁ ଆଶାୟୀ ଅଛନ୍ତି। ସେ ୨୦୦୯ରେ କଂଗ୍ରେସ ଟିକେଟରୁ ସାଂସଦ ହୋଇଥିଲେ।

ମେନକା ଗାନ୍ଧୀ ୧୯୯୬,୧୯୯୮, ୧୯୯୯ରେ ରାଜ୍ୟର ପିଲଭିତ୍ ଲୋକସଭା ଆସନରୁ ବିଜୟୀ ହୋଇଥିଲେ। ସେଥିମଧ୍ୟରୁ ସେ ଥରେ ଜନତା ଦଳ ଏବଂ ଦୁଇଥର ନିର୍ଦ୍ଦଳୀୟ ନିର୍ବାଚନ ଲଢ଼ିଥିଲେ। ୨୦୦୪, ୨୦୦୯, ୨୦୧୪ରେ ବିଜେପି ପ୍ରାର୍ଥୀ ଭାବେ ବିଜୟୀ ହୋଇ ଡବଲ ହାଟ୍ରିକ୍ ବିଜୟ ହାସଲ କରିଛନ୍ତି। ୨୦୧୯ରେ ସୁଲତାନପୁର ଆସନରୁ ବିଜୟୀ ହୋଇଥିଲେ। ଏବେ ଅଷ୍ଟମ ଥର ପାଇଁ ସେ ବିଜୟୀ ହେବାକୁ ଆଶା ପୋଷଣ କରିଛନ୍ତି।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button