ଦେଶ- ବିଦେଶ

କୋର୍ଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି , ଶୋଇବା ସମୟରେ କରିପାରିବେନି ଜେରା

ଶୋଇବା ହେଉଛି ମଣିଷର ମୌଳିକ ଅଧିକାର । ଶୋଇବା ହେଉଛି ମଣିଷର ମୌଳିକ ଅଧିକାର । କାହା ପାଖରୁ ବି ଏହି ଅଧିକାରକୁ ଛଡାଇ ନେଇ ପାରିବେନି କେହିବି । ତେବେ ଏପରି କିଛି ରାୟ ଶୁଣାଇଛନ୍ତି ବମ୍ବେ ହାଇକୋର୍ଟ । ଜଣେ ବୃଦ୍ଧଙ୍କ ମାମଲାର ଶୁଣାଣି ବେଳେ ବଡ଼ ରାୟ ଶୁଣାଇଛନ୍ତି ହାଇକୋର୍ଟ । ଶୋଇବା ସମସ୍ତଙ୍କ ମୌଳିକ ଅଧିକାର, ଏହାକୁ କେହି ବି ଉଲଙ୍ଘନ କରିପାରିବେ ନାହିଁ । ତେବେ କୌଣସି ତଦନ୍ତକାରୀ ସଂସ୍ଥା ଏ ନିୟମର ଉଲଙ୍ଘନ କରିପାରିବେ ନାହିଁ । ହାଇକୋର୍ଟ ଇଡିକୁ ‘ଆର୍ଥ ଟାଇମ୍‌’ ଅର୍ଥାତ୍ ସମୟକୁ ଧ୍ୟାନରେ ରଖି ଜେରା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୁଚନାନୁଯାୟୀ ଗାନ୍ଧିଧାମର ଜଣେ ୬୪ ବର୍ଷୀୟ ରାମ କୋଟୁମାଲ ଇସ୍ରାନି ବମ୍ବେ ହାଇକୋର୍ଟରେ ଏକ ଆବେଦନ କରିଥିଲେ । ତାଙ୍କ ଆବେଦନ ଅନୁସାରେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏକ ଅର୍ଥ ଘୋଟାଲା ମାମଲାରେ ତାଙ୍କୁ ଅଗଷ୍ଟ ୭, ୨୦୨୩ରେ କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲା ।

ସେ ମଧ୍ୟ ନିର୍ଦ୍ଦେଶ ଅନୁସାରେ, ସକାଳ ୧୦.୩୦ରୁ ଦିଲ୍ଲୀ କାର୍ଯ୍ୟାଳୟରେ ହାଜର ହୋଇଥିଲେ । ଏହାପରେ ତାଙ୍କଠାରୁ ମୋବାଇଲ ଫୋନ ନେଇଯାଇଥିଲେ, ଏପରିକି ଶୌଚାଳୟ ଯିବା ସମୟରେ ମଧ୍ୟ ତାଙ୍କୁ ଇଡି ଅଧିକାରୀମାନେ ପିଛା କରି ଯାଉଥିଲେ ବୋଲି ଇସ୍ରାନିଙ୍କ ଓକିଲେ କୋର୍ଟରେ କହିଛନ୍ତି । ସେ ଆହୁରି କହିଥିଲେ ଯେ, ଏସବୁ ପରେ ମଧ୍ୟ ଇସ୍ରାନିଙ୍କୁ ଜେରା କରାଯାଇ ନଥିଲା । ରାତି ପ୍ରାୟ ୧୦.୩୦ ମିନିଟରେ ଜେରା କରିଥିଲେ ଇଡି ଏବଂ ମଧ୍ୟ ରାତ୍ର ୩ଟାରେ ଜେରା ସରିବା ପରେ ସକାଳ ୫ଟାରେ ଗିରଫ କରାଯାଇଥିଲା । ପରବର୍ତ୍ତୀ ସମୟରେ ଗିରଫଦାରୀ ବେଆଇନ ଘୋଷିତ ହୋଇଛି । କିନ୍ତୁ ଇଡିର ଏପରି କାର୍ଯ୍ୟାନୁଷ୍ଠାନ ଜଣେ ବ୍ୟକ୍ତିଙ୍କ ମୌଳିକ ଅଧିକାରକୁ ଉଲ୍ଲଂଘନ କରୁଛି । ସମ୍ବିଧାନର ଧାରା ୨୧ ଅନୁସାରେ ଶୋଇବାରୁ ବଞ୍ଚିତ କରିବା ମୌଳିକ ଅଧିକାରର ଉଲ୍ଲଂଘନ ବୋଲି ଇସ୍ରାନିଙ୍କ ଓକିଲ ଯୁକ୍ତି ବାଢିଥିଲେ ।

ଏହାପରେ ଇଡି ପକ୍ଷରୁ ହାଜର ହୋଇଥିବା ଓକିଲ କହିଥିଲେ, ବିବୃତ୍ତି ରେକର୍ଡ ସମୟରେ ଇସ୍ରାନିଙ୍କର କୌଣସି ଆପତ୍ତି ନଥିଲା । ତେଣୁ ଅଧିକାରୀମାନେ ଜେରା କରିଥିଲେ । ତେବେ ଆଜି ବିଚାରପତି ଜଷ୍ଟିସ୍ ରେବତୀ ମୋହିତ-ଡେରେ ଏବଂ ମଞ୍ଜୁଶା ଦେଶପାଣ୍ଡେଙ୍କୁ ନେଇ ଗଠିତ ଏହି ମାମଲା ଉପରେ ଶୁଣାଣି କରିଛନ୍ତି । ଶୁଣାଣି ସମୟରେ ଖଣ୍ଡପୀଠ କହିଛନ୍ତି, “ଅସମୟରେ ବିବୃତ୍ତି ରେକର୍ଡ କରିବା ଦ୍ୱାରା ନିଶ୍ଚିତ ଭାବରେ ଜଣେ ବ୍ୟକ୍ତି ନିଦରୁ ବଞ୍ଚିତ ହେବ । ଏହା ମୌଳିକ ଅଧିକାରର ଉଲ୍ଲଂଘନ । ଇଡିର ଏପରି କାର୍ଯ୍ୟକୁ ଆମେ ନାପସନ୍ଦ କରୁଛୁ ।” ନିଦ୍ରାର ଅଭାବ ଜଣେ ବ୍ୟକ୍ତିର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ, ମାନସିକ ଦକ୍ଷତା, ଜ୍ଞାନଗତ କୌଶଳ ଇତ୍ୟାଦିକୁ ଖରାପ କରିପାରେ । ତଦନ୍ତକାରୀ ସଂସ୍ଥା ଆଗକୁ ଏପରି ଅଭ୍ୟାସରୁ ନିବୃତ୍ତି ରହିବ ବୋଲି ଆମେ ଆଶା କରୁଛୁ ବୋଲି ଖଣ୍ଡପୀଠ କହିଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button