ଦେଶ- ବିଦେଶ

ଅଣନିଶ୍ବାସୀ କରୁଛି ଦିଲ୍ଲୀ ପ୍ରଦୂଷଣ: ୧୩ ହଟ୍‌ସ୍ପଟ୍‌ରେ ଡ୍ରୋନ୍‌ ନିରୀକ୍ଷଣ

ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣ ବଢ଼ିଚାଲିଥିବା ବେଳେ ଅଧିକାଂଶ ଦିଲ୍ଲୀ ବାସିନ୍ଦା ଏବେ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିବା କହିଲେଣି। ପ୍ରଦୂଷଣ ପାଇଁ ପ୍ରଧାନ ବିଚାରପତି ତାଙ୍କ ପ୍ରାତଃଭ୍ରମଣ ବନ୍ଦ କରିଦେଇଛନ୍ତି। ଅତ୍ୟନ୍ତ ଖରାପ ବାୟୁ ମାନ ପାଇଁ ପ୍ରଧାନ ବିଚାରପତିଙ୍କୁ ତାଙ୍କ ଡାକ୍ତର ପ୍ରାତଃ ଭ୍ରମଣ ବନ୍ଦ କରିବାପାଇଁ ପରାମର୍ଶ ଦେଇଛନ୍ତି।

ଇତିମଧ୍ୟରେ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଆଜି ଘୋଷଣା କରିଛନ୍ତି ଯେ ଦିଲ୍ଲୀରେ ସମସ୍ତ ୧୩ଟି ହଟ୍ସ୍ପଟ୍ରେ ଡ୍ରୋନ୍ ନିରୀକ୍ଷଣ କରାଯିବ।

ଏହିସବୁ ହଟ୍ସ୍ପଟ୍ଗୁଡ଼ିକରେ ପ୍ରଦୂଷଣ ସ୍ତର ସ୍ବାଭାବିକ ଏକ୍ୟୁଆଇ ( ବାୟୁ ମାନ ସୁଚକାଙ୍କ)ଠାରୁ ଅଧିକ ରହୁଛି। ଏଥି ମଧ୍ୟରୁ ଏକ ହଟ୍ସ୍ପଟ୍ ଅଞ୍ଚଳ ୱାଜିରପୁର ଶିଳ୍ପାଞ୍ଚଳ ଗସ୍ତ ଅବସରରେ ଆଜି ଗୋପାଳ ରାୟ କହିଛନ୍ତି, ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ତାଙ୍କ ସରକାର ଅହରହ କାମ କରୁଛି। ଶୀତ ପ୍ରଦୁଷଣ ନିୟନ୍ତ୍ରଣ ନିମନ୍ତେ ସରକାର ଏକ ୱିଣ୍ଟର ଆକ୍ସନ୍ ପ୍ଲାନ୍ ଆରମ୍ଭ କରିଛନ୍ତି ବୋଲି ଗୋପାଳ ରାୟ କହିଛନ୍ତି। ଦିଲ୍ଲୀରେ ପ୍ରଦୂଷଣ ବଢ଼ୁଥିବା ନେଇ ଦିଲ୍ଲୀ ଉପରାଜ୍ୟପାଳ ଭିକେ ସାକ୍ସେନା ଗୁରୁବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ଏକ ଚିଠି ଲେଖି ନଭେମ୍ବର ୧ରୁ ଫେବ୍ରୁଆରି ଶେଷ ପର୍ଯ୍ୟନ୍ତ ୪ ମାସ ପାଇଁ ସିଭିଲ୍ ଡିଫେନ୍ସ ଭଲ୍ୟୁଣ୍ଟିୟର ମୁତୟନ କରିବାକୁ ପ୍ରସ୍ତାବ ଦେଇଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button