ସଲମାନ ଖାନଙ୍କ ପାଇଁ ଲରେନ୍ସ ବିଷ୍ଣୌଇ ଆଗରେ କାନ୍ଦିଲେ ରାକ୍ଷୀ , କହିଲେ ଦୟାକରି ମୋ ଭାଇକୁ ଛାଡି ଦିଅ

ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଘର ବାହାରେ ଗୁଳିମାଡ଼ ଘଟଣା ସମସ୍ତଙ୍କୁ ଚକିତ କରିଛି । ତାଠୁ ଅଧିକ ଚକିତ କରିଛି ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୌଇର ଭାଇ ଅନମୋଲ ବିଷ୍ଣୌଇ ଘଟଣା ପାଇଁ ନିଜକୁ ଦାୟୀ କରି ସୋସିଆଲ ମିଡିଆରେ ପୋଷ୍ଟ କରି ଘଟଣା ପାଇଁ ନିଜକୁ ଦାୟୀ କରି ଚେତାବନୀ ଦେଇଛି । ଯାହାପରେ ଏହି ଘଟଣାରେ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୌଇ ହାତଥିବା କୁହାଯାଉଛି । ଏହି ଘଟଣାପରେ ସାରା ଭାରତବାସୀଙ୍କ ସହିତ ପୁରା ବଲିଉଡ ଚିନ୍ତାରେ । ଏବେ ବଲିଉଡର ବିବାଦୀୟ କୁଇନ ରାକ୍ଷୀ ସାୱନ୍ତ ସୋସିଆଲ ମିଡିଆରେ ଏକ ଭିଡ଼ିଓ ସେୟାର କରିଛନ୍ତି ।ସେହି ଭିଡିଓରେ ରାକ୍ଷୀ ଲରେନ୍ସକୁ ଏହି ଅନୁରୋଧ କରିଛନ୍ତି ।
ଏବଂ ତା ସହ ସଲମାନଙ୍କ ଘର ଆଗରେ ଫାୟାରିଂ ହେବା ଘଟଣାକୁ ନେଇ ଭାବବିହ୍ୱଳ ହୋଇଛନ୍ତି ରାକ୍ଷୀ ସାୱନ୍ତ । ସେ କାନ୍ଦି କାନ୍ଦି କହିଛନ୍ତି, ”ଏମିତି କରନାହିଁ । ମୋ ଭାଇ ସହ ଦୟାକରି ଏମିତି କର ନାହିଁ । ମୁଁ ତୁମ ଆଗରେ ହାତ ଯୋଡ଼ି ବିନୀତ ଅନୁରୋଧ କରୁଛି ଦୟାକରି ମୋ ଭାଇ ସଲମାନଙ୍କୁ ଛାଡ଼ି ଦିଅ । ସେ କାହାର କିଛି କ୍ଷତି କରିନାହାନ୍ତି । ସେ ବହୁତ ଭଲ ଏବଂ ସଚ୍ଚୋଟ ବ୍ୟକ୍ତି । ସେ ବାହା ହୋଇନାହାନ୍ତି କିନ୍ତୁ ଅନେକ ଲୋକଙ୍କୁ ବାସ ଯୋଗାଇଛନ୍ତି ଏବଂ ଅନେକ ଗରୀବ ଲୋକଙ୍କୁ ସାହାଯ୍ୟ କରିଛନ୍ତି । ମୁଁ ହାତ ଯୋଡୁଛି ଦୟାକରି ତାଙ୍କ ସହ ଏମିତି କର ନାହିଁ ।”
ସୂଚନା ଥାଉକି, ଗତ ରବିବାର ମୁମ୍ୱାଇ ସ୍ଥିତ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ଗୁଳିମାଡ଼ ହୋଇଥିଲା । ମୁମ୍ୱାଇ ପୋଲିସ ଏହାର ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲା । ପରେ ଘଟଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଥିଲା । ଏହି ଫୁଟେଜ ଆଧାରରେ ଆଜି ଅର୍ଥାତ୍ ଘଟଣାର ଦୁଇ ଦିନ ପରେ କ୍ରାଇମବ୍ରାଞ୍ଚ ଘଟଣା ଘଟାଇଥିବା ଦୁଇ ଅଭିଯୁକ୍ତକୁ ଗିରଫ କରିଛି । ଗୁଜୁରାଟର ଭୁଜ ଜିଲ୍ଲାରୁ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଉଭୟଙ୍କୁ ବର୍ତ୍ତମାନ ମୁମ୍ୱାଇ ଆଣି ପଚରାଉଚରା କରୁଛି ପୋଲିସ । ସୂଚନାନୁସାରେ, ଉଭୟ ଅଭିଯୁକ୍ତଙ୍କ ନାମ ବିକି ଗୁପ୍ତା ଏବଂ ସୁନୀଲ ପାଲ । ଉଭୟ ଅଭିଯୁକ୍ତ ବିହାରର ଚମ୍ପାରନ୍ ଜିଲ୍ଲାର ବାସିନ୍ଦା । ଫେବୃଆରୀ ମାସରେ ଦୁହେଁ ମୁମ୍ବାଇ ଆସିଥିଲେ ଏବଂ ସେବେଠାରୁ ସେମାନେ ଫାୟାରିଂ କରିବାକୁ ଯୋଜନା କରିଥିଲେ ।