ଅନନ୍ତନାଗରୁ ନିର୍ବାଚନ ଲଢ଼ିବେ ଗୁଲାମ ନବି ଆଜାଦ – Kalinga News

[ad_1]
ନୂଆଦିଲ୍ଲୀ : ପୂର୍ବତନ କଂଗ୍ରେସ ନେତା ଗୁଲାମ ନବି ଆଜାଦ ଜମ୍ମୁ କାଶ୍ମୀରର ଅନନ୍ତନାଗ-ରାଜୌରୀ ଆସନରୁ ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବେ। ଆଜାଦଙ୍କର ଡିମୋକ୍ରାଟିକ ପ୍ରୋଗ୍ରେସିଭ ଆଜାଦ ପାର୍ଟି ପକ୍ଷରୁ ଏହି ଘୋଷଣା ହୋଇଛି। ୨୦୧୯ରେ ଏନସି (ନେସନାଲ କନଫରେନ୍ସ)ର ହାସନେନ ମାସୁଦି ଏହି ଆସନରୁ ଜିତିଥିଲେ। କିନ୍ତୁ ଚଳିତ ଥର ଏନସି ମୈନ ଅଲତଫଙ୍କୁ ଉକ୍ତ ଆସନରୁ ପ୍ରାର୍ଥୀ କରିଛି। ଉକ୍ତ ଆସନ ହେଉଛି ଏକ ସମ୍ମାନାସ୍ପଦ ଆସନ ଏବଂ ଏହି ଆସନରେ ଚଳିତ ନିର୍ବାଚନରେ ତ୍ରିକୋଣୀୟ ଲଢ଼େଇ ହେବ। ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ମଧ୍ୟ ଉକ୍ତ ଆସନରୁ ନିର୍ବାଚନ ଲଢ଼ିପାରନ୍ତି । ସେ ଅନନ୍ତନାଗରୁ ୨ ଥର ସାଂସଦ ହୋଇଛନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ଅନନ୍ତନାଗ ଆସନକୁ ନେଇ ଏନସି ଏବଂ ପିଡିପି ମଧ୍ୟରେ ବିବାଦ ରହିଛି। ଉଭୟ ଏନସି ଏବଂ ପିଡିପି ହେଉଛନ୍ତି ଇଣ୍ଡିଆ ମେଣ୍ଟର ଅଂଶ। ଇତି ମଧ୍ୟରେ ବିଜେପି ଉକ୍ତ ଅଞ୍ଚଳକୁ ପ୍ରବେଶ କରିବାକୁ ଚେଷ୍ଟା ଚଳାଇଛି। ତେବେ କଂଗ୍ରେସ ଛାଡ଼ିବାପରେ ଆଜାଦଙ୍କର ଏହା ନିଜ ଅଞ୍ଚଳରେ ପ୍ରଥମ ଲୋକପ୍ରିୟତା ପରୀକ୍ଷା।
[ad_2]