ଭୁବନେଶ୍ବର ସଂସଦୀୟ କ୍ଷେତ୍ର: ଯୁବପ୍ରାର୍ଥୀଙ୍କ ଉପରେ କଂଗ୍ରେସର ଭରସା – Kalinga News

[ad_1]
ଭୁବନେଶ୍ବର: ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ କଂଗ୍ରେସ ଯୁବନେତା ୟାସିର ନୱାଜ୍ଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ଲଢ଼େଇର ଚିତ୍ର ସ୍ପଷ୍ଟ ହୋଇଛି। ଗତ ନିର୍ବାଚନ (୨୦୧୯)ରେ କଂଗ୍ରେସ ଏଠାରେ ପ୍ରାର୍ଥୀ ନଦେଇ ସିପିଆଇଏମ୍ ପ୍ରାର୍ଥୀ ଜନାର୍ଦ୍ଦନ ପତିଙ୍କୁ ସମର୍ଥନ ଜଣାଇଥିଲା। ଦୁଇଦଳର ସମର୍ଥନରେ ସେ ବେଶ୍ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରା ଯାଉଥିଲା। କିନ୍ତୁ ସେ ଅତି ଶୋଚନୀୟ ପ୍ରଦର୍ଶନ କରି ୩ୟ ସ୍ଥାନରେ ରହିଥିଲେ। ୧୦ ବର୍ଷ ପରେ କଂଗ୍ରେସ ପ୍ରାର୍ଥୀ ଦେଇଥିବାରୁ ଏଥର ଜୋର୍ଦାର୍ ଲଢ଼େଇ ହେବ ବୋଲି କୁହାଯାଉଛି। ୨୦୨୦ ମସିହାରୁ ୟାସିର୍ ଛାତ୍ର କଂଗ୍ରେସର ସଭାପତି ରହିଛନ୍ତି। ତାଙ୍କ ନାମ ଘୋଷଣା ହେବାପରେ କଂଗ୍ରେସ ଭବନରେ ସମର୍ଥକମାନେ ତାଙ୍କୁ ସମ୍ବର୍ଦ୍ଧନା ଦେବାସହ ଖୁସି ମନାଇଛନ୍ତି। ୟାସିର୍ କହିଛନ୍ତି, ‘‘ସହରର ମୌଳିକ ସମସ୍ୟାକୁ ନେଇ ଲୋକଙ୍କ ପାଖକୁ ଯିବି। ବର୍ଷ ବର୍ଷ ଧରି ଏଠାରେ ଲୋକଙ୍କ ସମସ୍ୟା ସରକାର ସମାଧାନ କରିନଥିବାରୁ ପ୍ରବଳ ଅସନ୍ତୋଷ ରହିଛି। ସେ ସବୁର ସମାଧାନ ପାଇଁ ଉଦ୍ୟମ କରିବି।’’

Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ ଯେ ଭୁବନେଶ୍ବର ଲୋକସଭା ଆସନରେ ୨୦୦୯ ମସିହାରେ କଂଗ୍ରେସ ଭଲ ପ୍ରଦର୍ଶନ କରିଥିଲା। କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ମହାନ୍ତି ୧ଲକ୍ଷ ୪୭ ହଜାର ୭୧୨ ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ। ବିଜେପି ପ୍ରାର୍ଥୀ ଅର୍ଚ୍ଚନା ନାୟକଙ୍କ ଠାରୁ ସେ ପ୍ରାୟ ୫୦ ହଜାର ଅଧିକ ଭୋଟ ପାଇଥିଲେ। ତେବେ ତା’ ପରଠାରୁ କଂଗ୍ରେସର ଏକ ପ୍ରକାର ପତନ ହୋଇଥିଲା। ୨୦୧୪ ମସିହାରେ କଂଗ୍ରେସ ସିନେମା ଅଭିନେତା ସ୍ବର୍ଗତ ବିଜୟ ମହାନ୍ତିଙ୍କୁ ପ୍ରାର୍ଥୀ କରିଥିଲା। ବିଜେଡିର ପ୍ରସନ୍ନ ପାଟ୍ଟଶାଣୀ ଓ ବିଜେପିର ପୃଥ୍ବୀରାଜ ହରିଚନ୍ଦନଙ୍କ ସହ ତାଙ୍କର ଲଢ଼େଇ ହୋଇଥିଲା। ଏଥିରେ ଶ୍ରୀ ମହାନ୍ତି ୧ଲକ୍ଷ ୪୫ ହଜାର ୭୮୩ ଖଣ୍ଡ ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଥିଲେ। ତେବେ ୨୦୧୯ ମସିହାରେ ବିଜେପିରୁ ଅପରାଜିତା ଷଡ଼ଙ୍ଗୀ ଓ ବିଜେଡିରୁ ଅରୂପ ପଟ୍ଟନାୟକ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଦେଇନଥିଲା। ସେଥର କଂଗ୍ରେସ ସମର୍ଥିତ ସିପିଆଇଏମ୍ ପ୍ରାର୍ଥୀ ଜନାର୍ଦ୍ଦନ ପତି ମାତ୍ର ୨୩ ହଜାର ୨୬ ଖଣ୍ଡ ଭୋଟ୍, ଅର୍ଥାତ୍ ୨.୨୯ ପ୍ରତିଶତ ଭୋଟ ପାଇଥିଲେ। ଏଭଳି ପ୍ରଦର୍ଶନକୁ ନେଇ କଂଗ୍ରେସ ମାନସମନ୍ଥନ କରିବା ପରେ ଯୁବପ୍ରାର୍ଥୀ ଦେଇଥିବା କୁହାଯାଉଛି।
[ad_2]