୧୫ରେ କଂଗ୍ରେସର ନିର୍ବାଚନୀ ଇସ୍ତାହାର ଘୋଷଣା – Kalinga News

[ad_1]
ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଇଁ କୌଣସି ସମୟରେ ତାରିଖ ଘୋଷଣା ହୋଇପାରେ। ଏହାକୁ ନଜରରେ ରଖି ରାଜ୍ୟ କଂଗ୍ରେସ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛି। ଚଳିତ ନିର୍ବାଚନ ପାଇଁ କଂଗ୍ରେସ ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ ହୋଇସାରିଥିବା ବେଳେ ଆସନ୍ତା ୧୫ ତାରିଖରେ ଏହାର ଘୋଷଣା କରାଯିବ।

Sambad is now on WhatsApp
Join and get latest news updates delivered to you via WhatsApp
କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଇସ୍ତାହାରରେ କଂଗ୍ରେସ ଦଳ କୃଷକ, ମହିଳା ଓ ଯୁବଗୋଷ୍ଠୀଙ୍କୁ ଅଧିକ ଫୋକସ୍ କରିଛି। ଯଦି କଂଗ୍ରେସ ରାଜ୍ୟରେ ସରକାର ଗଠନ କରେ, ତାହେଲେ ଚାଷୀଙ୍କଠାରୁ କ୍ବିଣ୍ଟାଲ୍ ପିଛା ୩ହଜାର ଟଙ୍କାରେ ଧାନ କିଣିବ। କେବଳ ସେତିକି ନୁହେଁ, ସବୁ ଧାନ ସରକାର କିଣିବେ। କୃଷି ଋଣ ଛାଡ଼ ସହ ବ୍ଲକ୍ରେ ୭୦% ପର୍ଯ୍ୟନ୍ତ ଜଳସେଚନ ସୁବିଧା କରାଯିବ। କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠା ସହ କୃଷକମାନଙ୍କୁ କିଭଳି ବଜାର ସୁବିଧା ମିଳିପାରିବ ତାହା ଉପରେ ପଦକ୍ଷେପ ନିଆଯିବ। ଉଦ୍ୟାନ କୃଷି ଓ କୃଷି କ୍ଷେତ୍ରରେ ୫୦% ପର୍ଯ୍ୟନ୍ତ ଚାଷୀମାନଙ୍କୁ ରିଆତି ଦିଆଯିବ। ରାଜ୍ୟରେ ସରକାରୀ ଡାକ୍ତରଖାନାରେ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବା ସହ ଡାକ୍ତର ଓ ପାରାମେଡିକ୍ସଙ୍କୁ ନିଯୁକ୍ତି, ବିଦ୍ୟାଳୟରେ ଖାଲି ପଡ଼ିଥିବା ଶିକ୍ଷକ ଓ ଅଣଶିକ୍ଷକ ପଦବି ପୂରଣ କରାଯିବା ସହ ଯୁବବର୍ଗଙ୍କ ନିଯୁକ୍ତିକୁ ଗୁରୁତ୍ବ ଦିଆଯିବ। ସ୍ନାତକୋତ୍ତର ପର୍ଯ୍ୟନ୍ତ ମାଗଣା ଶିକ୍ଷା ଓ ରାଜ୍ୟରେ ୨ଶହ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ପ୍ରଦାନ କରାଯିବ।
ଏହାସହ ବିଜେଡି ସରକାର ସମୟରେ ଯେଉଁ ଠିକା ନିଯୁକ୍ତି ଦିଆଯାଇଛି ତାହା ବଦଳରେ ସ୍ଥାୟୀ ନିଯୁକ୍ତି, କର୍ମନିଯୁକ୍ତି ସୃଷ୍ଟି କରିବା ଉପରେ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯିବ। ସବୁ କ୍ଷେତ୍ରରେ ଅଧିକରୁ ଅଧିକ ମହିଳାଙ୍କୁ ନିଯୁକ୍ତି ଓ ଅଗ୍ରାଧିକାର ଦେବା ପାଇଁ କଂଗ୍ରେସ ପ୍ରତିଶ୍ରୁତି ଦେବ। ରାଜ୍ୟବ୍ୟାପୀ ବିଭିନ୍ନ ନିର୍ବାଚନମଣ୍ଡଳୀରୁ ଲୋକମାନଙ୍କଠାରୁ ଆସିଥିବା ମତାମତକୁ ନେଇ ଏହି ଇସ୍ତାହାର ପ୍ରସ୍ତୁତ କରାଯାଇଛି। ତେବେ ନିର୍ବାଚନ ଆଚରଣବିଧି ଲାଗୁ ହେବା ପୂର୍ବରୁ ଏହାକୁ ପ୍ରକାଶ କରିବା ଲାଗି କିଛି କଂଗ୍ରେସ ନେତା ଯୁକ୍ତି କରୁଥିବା ସୂଚନା ମିଳିଛି। ରାଜ୍ୟ କଂଗ୍ରେସର ଇସ୍ତାହାର କମିଟିର ଅଧ୍ୟକ୍ଷ ପଞ୍ଚାନନ କାନୁନ୍ଗୋ କହିଛନ୍ତି, ଦଳ ପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ ହୋଇସାରିଛି। ଚଳିତ ମାସ ୧୫ ତାରିଖରେ ଏହାର ଘୋଷଣା କରିବା ଲାଗି ଦଳ ସ୍ଥିର କରିଛି।
[ad_2]