ରାଜନୀତି

ଯଜ୍ଞମଣ୍ଡପ ବୁଲିଲେ, ଲୋକଙ୍କୁ ଭେଟିଲେ କୋରେଇ ବିଜେପି ବିଧାୟକ ପ୍ରାର୍ଥୀ ଆକାଶ ଦାସନାୟକ – Kalinga News

[ad_1]

ବୈତରଣୀରୋଡ: ଯାଜପୁର ଜିଲ୍ଲା କୋରେଇ ବ୍ଲକ୍‌ର ବିଭିନ୍ନ ଅଞ୍ଚଳରେ ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ପାଳିତ ହୋଇଛି। ବିଭିନ୍ନ ଦେବୀ ମନ୍ଦିରରେ ବିଶ୍ବଶାନ୍ତି ମହାଯଜ୍ଞ ଓ ମହାବୀର ମନ୍ଦିରରେ ହନୁମାନ ଜୟନ୍ତୀ ପାଳିତ ହୋଇଥିଲା। ଏହି ଅବସରରେ ବିଜେପି ବିଧାୟକ ପ୍ରାର୍ଥୀ ଆକାଶ ଦାସନାୟକ ବିଭିନ୍ନ ମନ୍ଦିର ବୁଲି ଠାକୁରଙ୍କ ଦର୍ଶନ କରିବା ସହ ଲୋକମାନଙ୍କୁ ଭେଟିଥିଲେ।

କୋରେଇ ବ୍ଲକ୍‌ ଅନ୍ତର୍ଗତ ବରୁଣ୍ଡେଇ ପଞ୍ଚାୟତର ବୈତରଣୀରୋଡ ରେଳ ଷ୍ଟେସନ ନିକଟ ତାରିଣୀ ମନ୍ଦିର, ବରୁଣ୍ଡେଇ ଗ୍ରାମ ହନୁମାନ ମନ୍ଦିର, ଖଜୁରୀନାଲୁଆ ହନୁମାନ ମନ୍ଦିର, ମୁକୁନ୍ଦପୁର ପଞ୍ଚାୟତର କଡ଼ମିଆଁ ତାରିଣୀ ମନ୍ଦିର, ମୁକୁନ୍ଦପୁର ଗ୍ରାମ ତଳସାହିର ତାରିଣୀ ମନ୍ଦିର, ତାଳପଡ଼ିଆର ହନୁମାନ ମନ୍ଦିର, ମଥୁରାପୁରର ସୁନାମୁଖୀ, ଅମୃତିଆ ପଞ୍ଚାୟତ ଭାଟସୋଲପଟା ଗ୍ରାମର ତାରିଣୀ ମନ୍ଦିର ଆଦି ସ୍ଥାନରେ ବାର୍ଷିକ ଯଜ୍ଞ ଉତ୍ସବ ଅନୁଷ୍ଠିତ ହୋଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button