ରାଜନୀତି

ବିଶ୍ୱର ସର୍ବବୃହତ ନିର୍ବାଚନ ଦେଖିବା ପାଇଁ ଭାରତରେ ୨୩ ଦେଶର ଇଏମବିର ୭୫ ପ୍ରତିନିଧି – Kalinga News

[ad_1]

ନୂଆଦିଲ୍ଲୀ: ନିର୍ବାଚନୀ ସ୍ୱଚ୍ଛତାର ପ୍ରତୀକ ଭାବରେ ଭାରତର ନିର୍ବାଚନ ଆୟୋଗ ସର୍ବୋଚ୍ଚମାନର ସାଧାରଣ ନିର୍ବାଚନ ଆୟୋଜନ ପାଇଁ ନିଜର ପ୍ରତିବଦ୍ଧତାର ଉଦାହରଣ ସୃଷ୍ଟି କରିଛନ୍ତି । ଏହି କ୍ରମରେ ଭାରତର ନିର୍ବାଚନ ଆୟୋଗଙ୍କ ନିମନ୍ତ୍ରଣକ୍ରମେ ବିଶ୍ୱ ନିର୍ବାଚନ ପରିଚାଳନା ସଂସ୍ଥା (ଇଏମବି)ଗୁଡ଼ିକୁ ଗଣତାନ୍ତ୍ରିକ ଉତ୍କର୍ଷତାକୁ ପ୍ରତ୍ୟକ୍ଷ ଭାବେ ଦେଖିବା ଲାଗି ଏକ ସୁଯୋଗ ପ୍ରଦାନ କରିଛନ୍ତି । ଚଳିତ ଲୋକସଭା ନିର୍ବାଚନ ୨୦୨୪ରେ ଭାରତୀୟ ନିର୍ବାଚନ ଆୟୋଗ ନିର୍ବାଚନ ଆଗନ୍ତୁକ କାର୍ଯ୍ୟକ୍ରମ ବା ଇଲେକ୍ସନ ଭିଜିଟର୍ସ ପ୍ରୋଗ୍ରାମ (ଆଇଇଭିପି) ଆୟୋଜନ କରି ଅନ୍ତର୍ଜାତୀୟ ସହଯୋଗକୁ ପ୍ରୋତ୍ସାହିତ କରିବା ଜାରି ରଖିଛନ୍ତି।

ପ୍ରତିନିଧିଙ୍କ ଅଂଶଗ୍ରହଣର ବ୍ୟାପକତା ଏବଂ ପରିମାଣ ଦୃଷ୍ଟିରୁ ଏଭଳି କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ଆୟୋଜନ କରାଯାଇଛି। ଭୁଟାନ, ମଙ୍ଗୋଲିଆ, ଅଷ୍ଟ୍ରେଲିଆ, ମାଡାଗାସ୍କର, ଫିଜି, କିର୍ଗିଜ ରିପବ୍ଲିକ, ରୁଷ, ମୋଲଡୋଭା, ଟ୍ୟୁନିସିଆ, ସିଶେଲ୍ସ, କାମ୍ବୋଡିଆ, ନେପାଳ, ଫିଲିପାଇନ୍ସ, ଶ୍ରୀଲଙ୍କା, ଜିମ୍ବାୱେ, ବାଂଲାଦେଶ, କାଜାଖସ୍ତାନ, ଜର୍ଜିଆ, ଚିଲି, ଉଜବେକିସ୍ତାନ, ମାଳଦ୍ୱୀପ, ପାପୁଆ ନ୍ୟୁ ଗିନି ଏବଂ ନାମିବିୟା ଭଳି ୨୩ଟି ଦେଶର ବିଭିନ୍ନ ଇଏମବି ଏବଂ ନିର୍ବାଚନ ସଂଗଠନର ପ୍ରତିନିଧିତ୍ୱ କରୁଥିବା ୭୫ ଜଣ ପ୍ରତିନିଧି ବିଶ୍ୱର ସର୍ବବୃହତ ନିର୍ବାଚନୀ କାର୍ଯ୍ୟକ୍ରମ ଭାରତୀୟ ସାଧାରଣ ନିର୍ବାଚନରେ ଅଂଶଗ୍ରହଣ କରିବେ । ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ ଫର ଇଲେକ୍ଟୋରାଲ ସିଷ୍ଟମ (ଆଇଏଫଇଏସ)ର ସଦସ୍ୟ ଏବଂ ଭୁଟାନ ଏବଂ ଇସ୍ରାଏଲର ଗଣମାଧ୍ୟମ ଦଳ ମଧ୍ୟ ଏଥିରେ ଅଂଶଗ୍ରହଣ କରିବେ ।

ମେ’ ୪ ତାରିଖ ଶନିବାରଠାରୁ ଆରମ୍ଭ ହେଉଥିବା ଥିବା ଏହି କାର୍ଯ୍ୟକ୍ରମରେ ବିଦେଶୀ ନିର୍ବାଚନ ପରିଚାଳନା ସଂସ୍ଥା (ଇଏମବି)ଗୁଡ଼ିକୁ ଭାରତର ନିର୍ବାଚନ ବ୍ୟବସ୍ଥାର ସୂକ୍ଷ୍ମତା ଏବଂ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଦ୍ୱାରା ବ୍ୟବହୃତ ସର୍ବୋତ୍ତମ ପ୍ରଥା ବିଷୟରେ ଅବଗତ କରାଇବାକୁ ପ୍ରୟାସ କରାଯାଉଛି।

ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର, ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ଏବଂ ଡ. ସୁଖବୀର ସିଂ ସାନ୍ଧୁ ମେ ୫ ତାରିଖ, ରବିବାର ପ୍ରତିନିଧିମାନଙ୍କୁ ସମ୍ବୋଧିତ କରିବେ । ଏହାପରେ ପ୍ରତିନିଧିମାନେ ୬ଟି ରାଜ୍ୟ  ମହାରାଷ୍ଟ୍ର, ଗୋଆ, ଗୁଜୁରାଟ, କର୍ଣ୍ଣାଟକ, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ ଗସ୍ତ କରି ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଓ ଆନୁସଙ୍ଗିକ ପ୍ରସ୍ତୁତି ଅନୁଧ୍ୟାନ କରିବେ। ଏହି କାର୍ଯ୍ୟକ୍ରମ ୨୦୨୪ ମେ’ ୯ ତାରିଖରେ ଶେଷ ହେବ ।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button